ଜାଣନ୍ତୁ କେଉଁ ରାଶିର ଲୋକେ ହେବେ ମାଲାମାଲ, ଆଜିର ଭାଗ୍ୟଫଳ

ମେଷ : ଆଜି କୌଣସି କାରଣରୁ ଭ୍ରାତୃ ବିବାଦର ଆଶଙ୍କା ଦେଖାଦେବ । କର୍ମ କ୍ଷେତ୍ରରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । କୌଣସି ଘରୋଇ କଥା ଭିତରେ ନିଜର ଅସୁବିଧା ଜଣାଇ ସାହାଯ୍ୟ ଭିକ୍ଷା କରିବେ । ପାରିବାରିକ କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ ।
ବୃଷ : ଆଜି କୌଣସି ନୂଆ କାମ ଆରମ୍ଭ କରିବାକୁ ମନ ବଳାଇବେ । ଦୂରସ୍ଥ ସନ୍ତାନଙ୍କ ସକାଶେ ମନ ଉଦ୍ବେଗ ରହିବା ଫଳରେ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ । ଅର୍ଥ ସମ୍ପର୍କକୁ ନେଇ ଭାତୃବିବାଦ ଦେଖାଦେବାର ସୂଚନା ରହିଛି । ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ସୃଷ୍ଟ ଅନ୍ତର୍ଦ୍ଦ୍ୱନ୍ଦର ସମାଧାନ ହୋଇଯିବ ।
ମିଥୁନ : ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ସକାଳୁ ଦେବଦର୍ଶନ ଓ ଭ୍ରମଣ ସାଙ୍ଗକୁ ନୂତନ ଜିନିଷ କିଣିବାକୁ ମନ ବଳାଇବେ । ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ଅଶାନ୍ତ ରହିପାରେ । କର୍ମକ୍ଷେତ୍ରରେ ବନ୍ଧୁ କାମ ହାସଲ ସକାଶେ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିପାରନ୍ତି ।
କର୍କଟ : ସ୍ବାସ୍ଥ୍ୟହାନି ସହ ପାରିବାରିକ ଅଶାନ୍ତିର ସମ୍ମୁଖୀନ ହେବେ । ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିପାରନ୍ତି । ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ସୂଚନା ରହିଛି । ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା ଏବଂ ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି ।
ସିଂହ : ଆଜି ଅର୍ଥନୈତିକ ଅଭିବୃଦ୍ଧି ସହ କୌଣସି କାମ ଅଟକିବ ନାହିଁ । ସବୁ କାମ ଶୃଙ୍ଖଳିତ ରହିବା ସହ ସହଜ ଓ ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ଦାୟିତ୍ୱରେ ଅବେହଳା ଓ ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି ।
କନ୍ୟା : ଆଜି ଏକାଧିକ ଚିନ୍ତା ଓ ଯୋଜନା ଭିତରେ ମନ ଅସ୍ଥିର ରହିବ । ଭାଇ, ଭଉଣୀ କିମ୍ବା ପଡ଼ୋଶିନୀଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍ କାମ କରିପାରନ୍ତି । କାରବାର, ପରିବହନ,ଷ୍ଟେସନାରୀ କିମ୍ବା ଫଳ ଦୋକାନୀ ବିଶେଷ ଭାବେ ଲାଭବାନ ହେବେ ।
ତୁଳା : ଆଜିର ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲ କରିବାରେ ଅସୁବିଧା ହେବ ନାହିଁ । ପରିବହନ, ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଶତ୍ରୁମାନେ ପରୋକ୍ଷରେ ସମସ୍ୟା ସୃଷ୍ଟି କରିବା ସକାଶେ ଯୋଜନା କରିବେ । ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିପାରନ୍ତି ।
ବିଛା : ଯାହା ଆଜି ପର୍ଯ୍ୟନ୍ତ ପାଉ ନ ଥିଲେ ଆଜି ତାହା ପାଇ ଖୁସି ହେବେ । ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ବିବାଦ ହୋଇପାରେ । ପାରିବାରିକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡ଼ିବେ । ଆଲୋଚନା କ୍ଷେତ୍ରରେ ଭୁଲ୍ ବୁଝାମଣା ହେତୁ ବିତର୍କର ସମ୍ଭାବନା ରହିଛି ।
ଧନୁ : ପାରିବାରିକ ସ୍ତରରେ ଭୁଲ୍ ବୁଝାମଣା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ସବୁ କଥାରେ ହଠାତ୍ ଆଗଭର ହେଲେ ସାଧାରଣ କଥାରୁ କଳହର ସମ୍ଭାବନା ରହିଛି । ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ପରିବାରରେ ଜିଦ୍ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ ।
ମକର : ବନ୍ଧୁ ଓ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି କରିବ । ନୂତନ ସ୍ଥାନ ପରିଦର୍ଶନ, କ୍ରୀଡ଼ା ଓ ମନୋରଞ୍ଜନରେ ନିଜକୁ ମଜ୍ଜାଇ ରଖିବେ । ଭାଇ, ବନ୍ଧୁ, ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିବେ । ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିବ । ବ୍ୟବସାୟ ଓ ପରିବହନ ପାଇଁ ଦିନଟି ବହୁତ ଭଲ ।
କୁମ୍ଭ : ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ ।
ମୀନ : ସୁସମ୍ପର୍କ ବ୍ୟାହତ ହେବା କାରଣରୁ ମନ ଭଲ ରହି ନ ପାରେ । କ୍ରୀଡ଼ା, ସଙ୍ଗୀତ, ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ମାତ୍ର ଡରିବାର କିଛି କାରଣ ନାହିଁ କହିଲେ ଚଳେ । ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ, ବିଶେଷ ଭାବରେ ଉପକୃତ ହେବେ ।