ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ମନ ଖୁସି ରହିବ, ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି

ମେଷ : କର୍ମକ୍ଷେତ୍ରରେ କୌଣସି ବିଜାତୀୟ ବ୍ୟକ୍ତି ସମସ୍ୟା ସୃଷ୍ଟିରେ ସହାୟକ ହେବେ । ବିବାଦୀୟ ପରିସ୍ଥିତିରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ । ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୁରା କରିବା କଷ୍ଟ ହୋଇଯିବ । ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍‌ଶିପରୁ ଖୁସି ରହିବେ ।

ବୃଷ : କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ସାମାଜିକ ସ୍ତରରେ ସଭା ସମିତିରେ ପ୍ରଶଂସିତ ହେବେ । ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି । ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ ।

ମିଥୁନ : ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି, ସେଥିରେ ବିଳମ୍ବରେ ସଫଳତା ପାଇବେ । ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି ।

କର୍କଟ : ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍‌ ଠିକ୍‌ ହୋଇଯିବ । ତଥାପି ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ । ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ ।

ସିଂହ : ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ଅତୀତର ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ । ଆର୍ଥିକ ଅନଟନ ହେତୁ ବିଭିନ୍ନ ପ୍ରକାରର ଯୋଜନା କରିବେ ।

କନ୍ୟା : ଆକସ୍ମିକ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ । ଠିକଣା ଜାଗାରେ ପ୍ରିୟ ଲୋକଟିକୁ ନ ପାଇ ବ୍ୟସ୍ତ ହୋଇ ପଡିବେ । ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି । କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।

ତୁଳା : ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ଦୁର୍ଭାବନା ବଢ଼ିଚାଲିବ ଓ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ । ସଭାସମିତିରେ ଯୋଗ ଦେଇ ଲାଭବାନ୍‌ ହେବେ ।

ବିଛା : ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ । ପରିସ୍ଥିତିକୁ ଲକ୍ଷ୍ୟ କରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ବନ୍ଧୁମାନଙ୍କ ସାହାଯ୍ୟରୁ ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ ।

ଧନୁ : ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ । ଆଲୋଚନା କାଳରେ ନ୍ୟାୟୋଚିତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଭୁଲ୍‌ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ ।

ମକର : ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଅଫିସ୍‌ କାମରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ । ପାରିବାରିକ ଦ୍ୱନ୍ଦ୍ୱର ଅବସାନ ଘଟିବ ।

କୁମ୍ଭ : ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ । ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର ପାଇପାରନ୍ତି । ବିଭିନ୍ନ ପ୍ରକାରର ଭୋଗବିଳାସରେ ବାଧାବିଘ୍ନ ଘଟପାରେ । ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।

ମୀନ : ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ ଦହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଟେନସନ୍‌ କମିଯିବ ଓ ସହଯୋଗ ଭିତିରେ କାମ କଲେ ଉପକାର ପାଇବେ । ବିବାଦୀୟ ସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ ।