ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି, କେମିତି କଟିବ ଆଜିର ଦିନ

ମେଷ : ଆଜିର ଦିନ ଆପଣ ପାଇଁ ଶୁଭ ଫଳଦାୟୀ ହେବ। ଘରେ ତଥା ବ୍ୟବସାୟିକ ସ୍ଥଳରେ କାର୍ଯ୍ୟଭାର ରହିବ। ପ୍ରେମ କ୍ଷେତ୍ରରେ ଯଦି କୁଆଡେ ବୁଲିବାକୁ ଉଦ୍ଦେଶ୍ୟରେ କିଛି ଯୋଜନା କରୁଛନ୍ତି ସେଥିରେ ବି ଆପଣଙ୍କ ଖର୍ଚ୍ଚ ବଢ଼ିପାରେ ସେଥିପାଇଁ ଧନର ସଞ୍ଚୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଆପଣଙ୍କୁ ସ୍ଵାସ୍ଥ୍ୟ ସମ୍ବନ୍ଧୀତ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ଆପଣଙ୍କୁ କୌଣସି ଶାରୀରିକ ପୀଡ଼ା ହୋଇପାରେ।
ବୃଷ : ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସି ଶରୀର ସୁସ୍ଥ ରହିବ ଓ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ ଓ ଯାନବାହନ ସୁଖ ମିଳିବ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘସ୍ଥାୟୀ ହେବ। ଆପଣ ଆଜି ନୂଆ ବାହନ କିମ୍ବା କୌଣସି ଘର କିଣି ପାରନ୍ତି।
ମିଥୁନ : କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗିରଖି ରହିବାକୁ ପଡିବ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ, ଦୂରସ୍ଥାନକୁ ଯାତ୍ରା କଲାବେଳେ ସତର୍କତାର ସହ ଯାଆନ୍ତୁ । ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଆଜିର ଦିନ ଭଲ ନୁହେଁ। ମନରେ କୌଣସି ପ୍ରକାରର ଅଜ୍ଞାତ ଭୟ ମଧ୍ୟ ରହିପାରେ।
କର୍କଟ : ଆଇନଗତ ପ୍ରସଙ୍ଗରେ ବିଜୟୀ ହୋଇ ସମାଜରେ ଖ୍ୟାତି ଓ ସମ୍ମାନ ପାଇବେ। ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖିବା ଫଳରେ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟକ୍ତିଗତ ବିଷୟ ସମ୍ବନ୍ଧରେ ସମ୍ପର୍କୀୟମାନେ ଆପଣଙ୍କଠାରୁ ମତାମତ ନେଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜସେବାରେ ମନ ବଳାଇବେ ।
ସିଂହ : ବ୍ୟବସାୟ ବୃଦ୍ଧି କରିବା ପାଇଁ ଯାତ୍ରା କରିବାର ବିଶେଷ ସମ୍ଭାବନା ଅଛି । ପରିବେଶ ଆପଣଙ୍କ ସପକ୍ଷରେ ରହିବ ଓ ନୂତନ ଆୟର ଉତ୍ସ ବିକାଶ ହେବ । ନୂତନ କାର୍ଯ୍ୟ ଆରମ୍ଭ କରିଲେ ଭଲ ଲାଭ ପାଇବେ କିନ୍ତୁ ସରକାରୀ ଆଦେଶକୁ ଅବମାନନା କରନ୍ତୁ ନାହିଁ ।
କନ୍ୟା : ସାଧାରଣ କଥାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍ ବୁଝାମଣା ହେତୁ ପତ୍ନୀଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । ପର୍ଯ୍ୟଟନ ବ୍ୟବସାୟ ସହିତ ଜଡିତଥିଲେ ବଡ଼ ଧରଣର କାରବାର କରିପାରିବେ ।
ତୁଳା : ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିଲେ ମଧ୍ୟ କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବେ । ବ୍ୟବସାୟୀମାନେ ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେବେ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ
ବିଛା : ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ। ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ ଏବଂ ବାକି ପଡିଥିବା ଅର୍ଥ ଆଦାୟ ହେବ । ବହୁଦିନର ଦୁରବନ୍ଧୁଙ୍କ ସହିତ ମିଳନ ହେବ ଓ ସୁସ୍ୱାଦୁ ଭୋଜନ କରିବେ।
ଧନୁ : ଆର୍ଥିକ ଲାଭ ପ୍ରାପ୍ତିର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ହୋଇପାରେ। ଯଦି ଆପଣ ପୂର୍ବରୁ କୌଣସି କାର୍ଯ୍ୟକୁ କରିଥିବା ଯୋଜନାଗୁଡ଼ିକୁ ସଫଳ ବନାଇବା ପାଇଁ ଚେଷ୍ଟା କରୁଛନ୍ତି ତେବେ ବର୍ତ୍ତମାନ ଆପଣଙ୍କୁ ସଫଳତା ପ୍ରାପ୍ତ ହୋଇପାରେ। ସ୍ଵାସ୍ଥ୍ୟ କ୍ଷେତ୍ରରେ ନିଜର ସମସ୍ୟାଗୁଡ଼ିକୁ ନେଇକରି ଆପଣଙ୍କୁ ମାନସିକ ଚିନ୍ତା ହୋଇପାରେ। ମାନସିକ ଚିନ୍ତା ଦୂର କରିବା ପାଇଁ ମନୋରଞ୍ଜନର ସାହାରା ନିଅନ୍ତୁ।
ମକର : ଆଜି ଆପଣ କୌଣସି କାର୍ଯ୍ୟକୁ ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି, ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ, ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ । ବହୁଦିନର ପ୍ରତିକ୍ଷିତ ଶୁଭ ଖବର ଶୁଣିପାରନ୍ତି ଯାହା ଫଳରେ ମନ ଆନନ୍ଦିତ ହେବ ।
କୁମ୍ଭ : ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ, ଶରୀରର କୈାଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି। ନିଜର ଲୋକ ବିରୁଦ୍ଧାଚରଣ କରିବେ, ଦାମ୍ପତ୍ୟ ଜୀବନରେ ମନାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିବ । ଭାବି ଚିନ୍ତି ଖର୍ଚ୍ଚ ନ କଲେ ଅସୁବିଧାରେ ପଡ଼ିପାରନ୍ତି, କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ ।
ମୀନ: ଆଜି ଇଷ୍ଟ ଦେବଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ, ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ, ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି ଯାହା ଫଳରେ ମନ ଆନନ୍ଦିତ ହେବ ।