ଭାଗ୍ୟଫଳ : ଘରର ବଡ଼ମାନଙ୍କଠାରୁ କିଛି ପ୍ରେରଣା ପାଇବେ, ଆପଣ ଆଜି କିଛି ନୂଆ କାର୍ଯ୍ୟ ମଧ୍ୟ କରିବେ

ମେଷ : ଆଜି ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ ହେବ ।

ବୃଷ : କେହି ପୁରୁଣା ବନ୍ଧୁ ଆପଣଙ୍କୁ ସରପ୍ରାଇଜ୍‌ ଦେବେ । ଆଶାଠାରୁ ଅଧିକ ଧନ ଲାଭ ହେବ । କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ମାନ ସମ୍ମାନ ବଢ଼ିବ ।

ମିଥୁନ : ଆପଣଙ୍କ ପାଇଁ ଉନ୍ନତିର ନୂଆ ରାସ୍ତା ଖୋଲିବ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ । ପାରିବାରିକ ଜୀବନ ସୁଖଦ ହେବ ।

କର୍କଟ : ଘନିଷ୍ଠ ବ୍ୟକ୍ତିଙ୍କଠାରୁ ଭଲ ଖବର ଶୁଣିବାକୁ ମିଳିପାରେ । ଚାକିରିଆ ଲୋକଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ହେବ ।

ସିଂହ : ଆଜିର ଦିନ ଆପଣଙ୍କ ପାଇଁ ଭଲ ପରିଣାମ ନେଇ ଆସିବ । କୌଣସି ପୁରୁଣା ବନ୍ଧୁ ଦୀର୍ଘ ଦିନ ପରେ ଆପଣଙ୍କୁ ଭେଟି ପାରନ୍ତି । ସାଥୀଙ୍କ ସହଯୋଗ ମିଳିବ ।

କନ୍ୟା : ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ । କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିବାର ଲୋକେ ଏକମତ ହେବେ ।

ତୁଳା : ଘରର ବଡ଼ମାନଙ୍କଠାରୁ କିଛି ପ୍ରେରଣା ପାଇବେ । ଯେଉଁ କାମ ଆରମ୍ଭ କରିବେ, ସେଥିରେ ସଫଳ ହେବେ । ପିଲାମାନେ ଅଧ୍ୟୟନରେ ଧ୍ୟାନ ଦେବେ ।

ବିଛା : ଟଙ୍କା ଲେଣ ଦେଣରେ ସାବଧାନ ରୁହନ୍ତୁ । ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ । ଧାର୍ମିକ ସ୍ଥାନ ପରିଦର୍ଶନ କରିବେ ।

ଧନୁ : ଜୀବନସାଥୀଙ୍କ ସହିତ ଘରୋଇ କାର୍ଯ୍ୟ ପୂରା କରିବାରେ ବ୍ୟସ୍ତ ରହିବେ । ବନ୍ଧୁତା ଦୃଢ଼ ହେବ । ଦାମ୍ପତ୍ୟ ଜୀବନରେ ସୁଖ ରହିବ ।

ମକର : ବସ୍ ଆପଣଙ୍କୁ ପ୍ରଶଂସା କରିବେ । ଲିଖନ ପ୍ରତି ରୁଚି ବଢ଼ିବ । ଛାତ୍ରମାନେ ଅଧିକ ପରିଶ୍ରମ କରିବେ । ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ : ବିବାଦରୁ ଦୂରେଇ ରୁହନ୍ତୁ । ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ । ଆପଣଙ୍କ କଥା ଅନ୍ୟମାନଙ୍କୁ ପ୍ରଭାବିତ କରିବ । ପରିବାରର ସମର୍ଥନ ପାଇବେ ।

ମୀନ : ଓକିଲମାନଙ୍କ ପାଇଁ ଦିନଟି ଭଲ ହେବ । ସେମାନଙ୍କୁ କିଛି ନୂଆ କେସ୍‌ ମିଳିପାରେ । ମେଡିକାଲ ଛାତ୍ରଙ୍କ ପାଇଁ ଦିନଟି ଭଲ । ଧନ ବୃଦ୍ଧି ହେବ ।