ଆଜିର ରାଶିଫଳ : ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ

ମେଷ : କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ । ଦୀର୍ଘଦିନ ଧରି ଚାଲିଥିବା ମାଲିମକଦ୍ଦମାରେ ସୁବିଚାର ଆଶା କରିବେ । ସାମାଜିକ ସ୍ତରରେ ବୁଝାମଣା ଓ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ବିବାଦୀୟ ଘଟଣା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ ।

ବୃଷ : କୌଣସି କାମ ସହଜରେ ନ ହେବା କାରଣରୁ ମନ ବିଷାଦଗ୍ରସ୍ତ ରହିବ । ଫେରିବା ରାସ୍ତାରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ । କଳା, ସାହିତ୍ୟ, ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ଶାରୀରିକ ଅସୁସ୍ଥତା ହେତୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଯିବ ।

ମିଥୁନ : ଆଜି ପରିବାର ସହିତ ବହୁତ ଖୁସିର ସମୟ କାଟିବେ, ବାହାରକୁ ମଧ୍ୟ ଯିବାର ଯୋଜନା କରିପାରନ୍ତି । ମନରେ ବିଭିନ୍ନ ଅଶାନ୍ତି ଓ ଦ୍ୱନ୍ଦ୍ୱ ରହିଥିଲେ ମଧ୍ୟ ମୁହଁଖୋଲି କିଛି କହିପାରିବେନାହିଁ । ବନ୍ଧୁ ପରିଜନଙ୍କ ସହ ଦୂରଯାତ୍ରା କରିବାକୁ ମନସ୍ଥ କରିପାରନ୍ତି । ବ୍ୟବସାୟ ଓ ବାଣିଜ୍ୟ ପାଇଁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ ।

କର୍କଟ : ସମସ୍ୟା ଆସିଲେ ମଧ୍ୟ ଦୃଢ଼ ମନୋବଳ ନେଇ କାମ କରି ସଫଳତା ହାସଲ କରିବେ । ସମସ୍ତଙ୍କ ମନଧରି ଚଳିଲେ ମଧ୍ୟ ପରିବାରରେ ପ୍ରଶଂସା ସୂଚକ ପଦୁଟିଏ ଶୁଣିବାକୁ ମିଳିବ ନାହିଁ । ବ୍ୟବସାୟରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇରହିବ । ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି ।

ସିଂହ : ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସାମ୍ନା କରିବା ପରିସ୍ଥିତି ସୃଷ୍ଟି ହୋଇପାରେ । ପ୍ରତିରୋଧ ଲାଗି କେତେକ କାମ ଅଟକିଯିବାରୁ ଟେନସନ୍‌ ଲାଗିରହିବ । ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ ଓ ବନ୍ଧୁଙ୍କ ସହ ଆଲୋଚନା ପାଇଁ ଦିନଟି ଭଲ । ଅର୍ଥ ସଙ୍କଟ ଯୋଗୁ କାମ ପୁରା ହେବ ନାହିଁ ।

କନ୍ୟା : ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହେବ । ଭାଗ୍ୟସ୍ଥାନରେ କର୍ମାଧିପ ଥିବାରୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେବେ । ପ୍ରଶାସନ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ । ସ୍ବାସ୍ଥ୍ୟ ସମସ୍ୟା ଲାଗିରହିଥିଲେ ମଧ୍ୟ ବିଶେଷ ଖରାପ ହେବନାହିଁ ।

ତୁଳା : ପାରିବାରିକ ଜୀବନରେ ବିଭିନ୍ନ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇପାରେ । କିନ୍ତୁ ଆପଣ ପରିବାରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । କେତେକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିପାରେ ।

ବିଛା : ଆଜି କୌଣସି କଥାକୁ ନେଇ ସମାଲୋଚିତ ହେବେ । ଦେହ ଭଲ ରହିବ । ଅଧିକାଂଶ ସମୟ ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ବିତାଇବେ । ପରିବାରରେ ପରସ୍ପରକୁ ଦୋଷ ଦେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି । ବାହାରକୁ ମଧ୍ୟ ଯାଇପାରନ୍ତି ।

ଧନୁ : ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ । ପରିବାର ସହିତ ଖୁସିର ସମୟ କାଟିବେ । ଅର୍ଥର ଅଭାବ ନ ଥିଲେ ମଧ୍ୟ ହାତ ଖୋଲା କରି ଖର୍ଚ୍ଚ କରିପାରିବେ ନାହିଁ । କର୍ମକ୍ଷେତ୍ରରେ କୌଣସି ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ ।

ମକର : ପରିବାରରେ ବ୍ୟତିକ୍ରମ ଲାଗି ରହିବାରୁ ସବୁକିଛି ବିଗିଡି ଯିବ । ଖୋଜୁଥିବା ଜିନିଷ ଏବଂ ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଚାହିଁ ନିରାଶ ହେବେ । ସହକର୍ମୀଙ୍କ ସାହାଯ୍ୟରେ କାମରେ ସଫଳତା ପାଇବେ । ବ୍ୟବସାୟ କିମ୍ବା ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣକୁ ନେଇ ଅଶାନ୍ତି ଲାଗିରହିବ ।

କୁମ୍ଭ : ଅଫିସ୍‌କୁ ଯିବା ବାଟରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇ ପାରନ୍ତି । ଆଲୋଚନା ପରିସରରେ କୌଣସି ନୂଆ କାମର ପ୍ରସ୍ତାବକୁ ଅନ୍ୟମାନେ ସମର୍ଥନ ଜଣାଇବେ । ସାମ୍ବାଦିକତା ଓ ରାଜନୀତି ପାଇଁ ଦିନଟି ଭଲ । ଆର୍ଥିକ ସ୍ଥିତି ପୂର୍ବପରି ରହିବା ସାଙ୍ଗକୁ ବନ୍ଧୁ ମିଳନଜନିତ ଆମୋଦିତ ହେବେ ।

ମୀନ : ଆଜି ପରିବାରରେ ଏବଂ କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟ ପୁରା ହେବ । ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଜିନିଷ କିଣା ବିକା ପାଇଁ ଦିନଟି ଭଲ । ପଡ଼ୋଶୀ, ସହକର୍ମୀ, ଭାଇଭଉଣୀଙ୍କ ସହ ସୁସମ୍ପର୍କ ରହିବ । ନିଜ ବ୍ୟବହାର ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି ।