ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଆଜିର ରାଶିଫଳ

ମେଷ : ଆଜିର ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ସ୍ତ୍ରୀ ସମ୍ପର୍କରେ ଉନ୍ନତ ଫଳ ଆଶା କରିପାରନ୍ତି । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଗୋଳମାଳିଆ ରହିବ । ବେପରୁଆ କାର୍ଯ୍ୟକଳାପ ନିମନ୍ତେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି । ଅନ୍ୟର ଭଲ ସକାଶେ ନିଜକୁ ଉତ୍ତରଦାୟୀ କରିପାରନ୍ତି ।

ବୃଷ : ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି କେତେକ କାମ କରିବାକୁ ବାଧ୍ୟ ହେବେ । ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଆନୁଷ୍ଠାନିକ କାମରେ ଆଦର ଅଭ୍ୟର୍ଥନା ମିଳିବ ଏବଂ ସବୁରି ସ୍ନେହ ଶ୍ରଦ୍ଧା ଅବଶ୍ୟ ପାଇବେ ।

ମିଥୁନ : ଆଜି ସମସ୍ତ କାମ ପାଇଁ ମନୋବଳ ବୃଦ୍ଧି ପାଇବ । ଆଶା ପୂରଣ ହେବା ନେଇ ନିଶ୍ଚିତ ରହିବେ । କିଛି ସୁବିଧା ସାଙ୍ଗକୁ କିଛି ଅସୁବିଧା ରହିଥିବାରୁ ଦ୍ୱନ୍ଦ୍ୱ ଭିତର ଦେଇ ଗତିକରିବେ । ପାରିବାରିକ କ୍ଷେତ୍ରରେ ଉତ୍ତମ ବୁଝାମଣାଜନିତ ଜୀବନଯାତ୍ରା ମଧୁମୟ ହେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ଫାଇଲ୍‌ କାମରେ ନିମଗ୍ନ ରହିବେ ।

କର୍କଟ : ଆଜିର ସମୟଟି ବୃଥା ଭ୍ରମଣ ଓ ଅଯଥା ଖର୍ଚ୍ଚାନ୍ତ ମଧ୍ୟରେ ଅତିବାହିତ ହେବ । ଅଭାବ ଅସୁବିଧା ଲାଗିରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ କିନ୍ତୁ ନୀଚ ଜାତିର ବ୍ୟକ୍ତିଙ୍କ ସହ କଳହ ଲାଗିପାରେ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ତିରସ୍କୃତ ହୋଇପାରନ୍ତି ।

ସିଂହ : ଆଜି ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲ ରହିବ । କୌଣସି ବନ୍ଧୁ ଆର୍ଥିକ ସମସ୍ୟାକୁ ସୁଧାରିନେବେ । ପାରିବାରିକ ପ୍ରତିକୁଳ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ନ ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ ।

କନ୍ୟା : ନିଜ ଲୋକଙ୍କ ଭୁଲ୍‌ ଯୋଗୁ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ । ଭିତରେ ରାଗରେ ଜଳୁଥିଲେ ମଧ୍ୟ ଉପରେ କିଛି କହିବାକୁ ସାହସ କରିପାରିବେ ନାହିଁ । କର୍ମକ୍ଷେତ୍ରରେ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀଙ୍କ ସାନ୍ନିଧ୍ୟରେ ଆସିବେ । ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ।

ତୁଳା : ଝିନ୍‌ଝଟ୍‌ ମଧ୍ୟରେ ସମୟ ଚାଲୁଥିବାରୁ ମାନସିକ ଶାନ୍ତି ଦୁରୂହ ହୋଇପାରେ। ସବୁ ଥାଇ ମଧ୍ୟ କିଛି ନ ଥିଲା ଭଳି ପରିସ୍ଥିତି ଭିତରେ ଗତିକରିବେ। ମିଥ୍ୟାପବାଦରେ ନିନ୍ଦିତ ହୋଇପାରନ୍ତି। ସମସ୍ତଙ୍କୁ ସରଳ ଭାବେ ଗ୍ରହଣ କରିବା ଅସୁବିଧାର କାରଣ ହେବ । ତଥାପି ଅନୁରାଧା ସକାଶେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି ।

ବିଛା : ବନ୍ଧୁଗହଣରେ ଖୁସି ଗପ ଓ ମଉଜ ମଜଲିସ୍‌ ପାଇଁ ମନ ବଳିବ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇପାରେ । କାର୍ଯ୍ୟବ୍ୟସ୍ତତା ଯୋଗୁ ଅବସର ପାଇବେ ନାହିଁ କିମ୍ବା ଖାଦ୍ୟପେୟରେ ମଧ୍ୟ ଠିକ୍‌ ରହିବ ନାହିଁ । ପାରିବାରିକ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ ।

ଧନୁ : ବିବାଦୀୟ ପରିସ୍ଥିତି ଲାଗି ରହିଲେ ମଧ୍ୟ କାମ ହାସଲରେ ଅସୁବିଧା ହେବନାହିଁ । କାମ ପୁରା କରିବା କଷ୍ଟକର ହୋଇପାରେ । ଆବଶ୍ୟକତା ପୂରଣ ଲାଗି କରଜ କରିବାକୁ ବାଧ୍ୟହେବେ । ପ୍ରତ୍ୟେକ କ୍ଷେତ୍ରରେ ନିଜର ସୀମା ଭିତରେ ଜଗିରଖି ଚଳିବା ଭଲହେବ, ନତୁବା କଳହ ଭିତରକୁ ଟାଣି ହୋଇପାରନ୍ତି ।

ମକର : ସମସ୍ୟାବହୁଳ କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ମନକୁ ଅସ୍ଥିର କରିପାରେ । ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ । ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବଢ଼ିବ । ସାମାଜିକ କାମରେ ପ୍ରଶଂସା ମିଳିବ ।

କୁମ୍ଭ : ସମସ୍ୟା ମଧ୍ୟରେ କାଳାତିପାତ କରିବା ହେତୁ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥତା ରହିବ ନାହିଁ । ମିତ୍ରଙ୍କ ସାହାଯ୍ୟରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇଯିବ ମାତ୍ର ଏଥିଲାଗି କଠିନ ପରିଶ୍ରମ କରିବାକୁ ପଡ଼ିପାରେ । ବାସ୍ତବବାଦୀ ଚିନ୍ତାଧାରା ହେତୁ ଅନ୍ୟମାନଙ୍କ ସହ କମ୍‌ ସମ୍ପର୍କଜନିତ ସମାଲୋଚିତ ହୋଇପାରନ୍ତି । ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ ।

ମୀନ : ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ମିଳିପାରେ । କର୍ମକ୍ଷେତ୍ରରେ ସୁଯୋଗ ଆପଣାଛାଏଁ ଆସିବ ଏବଂ ଯାହା ଓ ଯେତିକି ପାଇବା କଥା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ସାମାଜିକ ସ୍ତରରେ ଅଯଥା ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେଇ ଶୋକାକୁଳ ରହିପାରନ୍ତି ।