ଆଜିର ରାଶିଫଳ: କେଉଁ ରାଶିଙ୍କର କିପରି କଟିବ ଦିନ, ଜାଣନ୍ତୁ

ଆପଣ ଜୀବନସାଥୀଙ୍କୁ ନିଜର ମନ କଥା କହିବେ। ଦିନଚର୍ଯ୍ୟା ପରିବର୍ତ୍ତନ କଲେ ଆପଣଙ୍କୁ ସମସ୍ୟା ହେବ। ପରିବାରରେ କଳହ ସ୍ଥିତି ଦୂର ହେବ। ସମ୍ପର୍କ ଦୃଢ଼ ହେବ। ମା’, ବାପାଙ୍କ ଆଶୀର୍ବାଦରୁ କୌଣସି ନୂଆ ଡିଲ୍‌ ଫାଇନାଲ୍‌ କରିବେ।

ମେଷ: ଆପଣ ଜୀବନସାଥୀଙ୍କୁ ନିଜର ମନ କଥା କହିବେ। ଦିନଚର୍ଯ୍ୟାରେ ପରିବର୍ତ୍ତନ କଲେ, ସେଥିରେ ଆପଣଙ୍କୁ ସମସ୍ୟା ହେବ।

ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ ରହିବ। ପରିବାରରେ କଳହ, ଝଗଡ଼ା ଆଦିର ସ୍ଥିତି ଦୂର ହେବ। ସମ୍ପର୍କ ଦୃଢ଼ ହେବ।

ମିଥୁନ: ମା’, ବାପାଙ୍କ ଆଶୀର୍ବାଦରୁ କୌଣସି ନୂଆ ଡିଲ୍‌ ଫାଇନାଲ କରିବେ। ଆପଣଙ୍କ ଉନ୍ନତି ରାସ୍ତାରେ ବାଧା ଆସିପାରେ।

କର୍କଟ: ଆପଣଙ୍କର ନୂଆ ଘର, ଦୋକାନ କିଣିବାର ସ୍ୱପ୍ନ ପୂରା ହେବ। ସନ୍ତାନ ପାଇଁ କୌଣସି ଉପହାର ଆଣିପାରନ୍ତି।

ସିଂହ: ସାମାଜିକ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଏକ ନୂଆ ପରିଚୟ ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି।

କନ୍ୟା: ଆଜି ଆପଣ ବହୁତ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହ ମତାନ୍ତର ଦୂର ହେବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ଲାଭ କରିବେ।

ତୁଳା: ସେୟାର ମାର୍କେଟ୍‌ରେ ନିବେଶ କରିବାଠୁ ଦୂରେଇ ରୁହନ୍ତୁ। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପରିବାରରେ ବିବାଦ ଆସିପାରେ।

ବିଛା: କୌଣସି ବିଶେଷ କାର୍ଯ୍ୟ ପାଇଁ ଆପଣ ଦୂର ଯାତ୍ରା କରିବାକୁ ପଡ଼ିପାରେ। ସନ୍ତାନକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ।

ଧନୁ: ଆଜିର ଦିନ ଆପଣଙ୍କ ପାଇଁ ସୁଖମୟ ହେବ। ଆପଣ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ପୁରୁଣା ବନ୍ଧୁ ଖୁସି ଖବର ଆଣିବେ।

ମକର: ଆପଣଙ୍କର ପରିଶ୍ରମ ଓ ଜୋଶ୍‌ ଦେଖି ଆପଣଙ୍କ ସାଥୀ ଆଶ୍ଚର୍ଯ୍ୟ ହେବେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ କରିବେ। ଜୀବନରେ ଖୁସି ଆସିବ। ଜୀବନସାଥୀଙ୍କ ପାଇଁ ଆପଣ କିଛି ଉପହାର ଆଣିବେ।

ମୀନ: ଦୂର ଯାତ୍ରା ହେତୁ ଥକ୍କାପଣ ଅନୁଭବ ହେବ। କାର୍ଯ୍ୟକ୍ଷେତ୍ରରେ ବଡ଼ ଅଫର୍‌ ମିଳିପାରେ। ଆପଣଙ୍କ ପଦୋନ୍ନତି ହୋଇପାରେ।