ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ବହୁତ ଦିନର ଅଧା କାର୍ଯ୍ୟ ଶେଷ ହେବ। କାର୍ଯ୍ୟ ହାସଲ କରିବା କ୍ଷେତ୍ରରେ ସଫଳ ହେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ହେବ। ଦେହ ମନ ସୁସ୍ଥ ରହିବ। ଋଣ ପରିଶୋଧ କରିବେ। ଅର୍ଥର ଝଡ ବୋହିବ। ନୂତନ କାମକୁ କାର୍ଯ୍ୟକାରୀ କରିବେ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ।

ବୃଷ : ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଶୁଭ ସାବ୍ୟସ୍ତ ହୋଇପାରେ। ଧାର୍ମିକ କାର୍ଯ୍ୟରେ ରୁଚି ରଖୁଥିବା ବ୍ୟକ୍ତିଙ୍କର ମନ ଶାନ୍ତ ଓ ଖୁସି ରହିବ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ଅନ୍ୟ ଲାଭ ମିଳିବ। ସମାଜରେ ମାନ-ସମ୍ମାନ ବଢ଼ିବ ଓ ଚାକିରିରେ ଉନ୍ନତି ହେବ।
ମିଥୁନ : ଆଜି କର୍ମକ୍ଷେତ୍ରର ସ୍ଥଗିତ କାର୍ଯ୍ୟ ସହଜରେ ସମ୍ପନ୍ନ ହେବ। ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।

 

କର୍କଟ : ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।

ସିଂହ : ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ କାରବାର କ୍ଷେତ୍ରରେ ବେଶ୍‌ ଖୁସି ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

କନ୍ୟା : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ତୁଳା : ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଆଶା ବାସ୍ତବତାରେ ପରିଣତ ହେବ। ସମସ୍ତଙ୍କୁ ସାହାଯ୍ୟ କରିବେ। ତ୍ୟାଗକୁ ଜଳାଞ୍ଜଳି ଦେବେ। ଦେହ ସୁସ୍ଥ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ନିଷ୍ଠା ଓ ଚେଷ୍ଟା ଯୋଗୁଁ ବାଣିଜ୍ୟ ବ୍ୟବସାୟକୁ ସଂପ୍ରସାରଣ କରିବେ।

ବିଛା :ଆଧୢାତ୍ମିକ ଭାବନାରେ ସମୟ ବିତିବ। ବ୍ୟବସାୟ କାମ ପାଇଁ ଦୂର ସ୍ଥାନକୁ ଯିବେ। ଜୀବନସାଥୀ ଆପଣଙ୍କ ପ୍ରତି ଦୟାଶୀଳ ରହିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

ଧନୁ : ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

ମକର : ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁପ୍ତ ବୈଠକ କରିବେ। କୌଣସି ଭଲ ଖବର ମିଳିବାର ସମ୍ଭାବନା ରହିଛି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

କୁମ୍ଭ : ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପର କ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ମାଲି ମକଦ୍ଦମା, ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।

ମୀନ : ନିଷ୍ଠା ପ୍ରଚେଷ୍ଟା ଯୋଗୁଁ ପୂର୍ବରୁ ନଷ୍ଟ ହୋଇଥିବା ମାନ ସମ୍ମାନ ମିଳିବ। ଶୃଙ୍ଖଳିତ ଜୀବନଯାପନ ଅତିବାହିତ କରିବେ। ଦେହ ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ଏକାଧିକ ଉପାୟରେ ଅର୍ଥ ଉପାର୍ଜନ କରିବେ। ବେସରକାରୀ ସ୍ତରରେ ନିଯୁକ୍ତି ମିଳିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।