ଆଜିର ଭାଗ୍ୟଫଳ : ଜାଣନ୍ତୁ କେଉଁ ରାଶିର ଲୋକେ ହେବେ ମାଲାମାଲ

ମେଷ : ଆଜି ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବ । ଯଦି ଆପଣ ପୂର୍ବରୁ କାହାକୁ ଧନ ଉଧାର ଦେଇଥିଲେ, ତା’ ହେଲେ ସେହି ଟଙ୍କା ଆପଣ ଫେରି ପାଇବାର ସମ୍ଭାବନା ଅଧିକ ରହିଛି । ଯଦି ଆପଣଙ୍କ କ୍ୟାରିୟରକୁ ନେଇ କିଛି ସମସ୍ୟା ଚାଲିଛି, ତା’ ହେଲେ ତାହା ଦୂର ହୋଇଯିବ ।

ବୃଷ : ଆଜିର ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଫଳଦାୟକ ହେବାକୁ ଯାଉଛି । ଆପଣ ଘର ପରିବାରରେ ଲୋକଙ୍କ ବିଶ୍ୱାସ ଜିତିବାକୁ ସକ୍ଷମ ହେବେ । ଜୀବନସାଥୀଙ୍କ ସହ ଆପଣ ପିଲାମାନଙ୍କ ଭବିଷ୍ୟତ ସମ୍ବନ୍ଧୀୟ କିଛି ଯୋଜନାରେ ନିବେଶ କରିବା ବିଷୟରେ କଥା ହୋଇପାରନ୍ତି ।

ମିଥୁନ : ଆଜି ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିପାରନ୍ତି । ଆପଣଙ୍କୁ ହଠାତ୍ ଲାଭ ମିଳିବା ଦ୍ୱାରା ଆପଣ ମନ ପ୍ରଫୁଲ୍ଲ ରହିବ । ବିଭିନ୍ନ କ୍ଷେତ୍ରରେ ଆପଣ ସଫଳତା ପାଇବେ । ଏହା ସହିତ ପୂଜାପାଠ ଏବଂ ଭଜନ କୀର୍ତ୍ତନ ପ୍ରତି ଆପଣଙ୍କ ଆଗ୍ରହ ଜନ୍ମିତ ହେବ ।

କର୍କଟ : ଆଜିର ଦିନ ଆପଣଙ୍କ ପାଇଁ ଶୁଭ ସୂଚନା ନେଇକି ଆସିବ । ଜନ କଲ୍ୟାଣ କାର୍ଯ୍ୟରେ ଜଡିତ ହୋଇ ଆପଣ ଭଲ ନାମ କମାଇବେ । ଯେଉଁମାନେ ନେଟୱାର୍କିଂ କ୍ଷେତ୍ର ସହିତ ଜଡିତ ସେମାନଙ୍କୁ ଆଜି ଭଲ ଲାଭ ମିଳିପାରେ ।

ସିଂହ : ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ହେବାକୁ ଯାଉଛି । ଆଜି ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ, ସେତେବେଳେ ଆପଣ ସଫଳତା ପାଇବାକୁ ସମର୍ଥ ହେବେ । ଆପଣ ଡେଲି ରୁଟିନ୍‌ରେ ଯୋଗ ବ୍ୟାୟାମ କରି ଶାରୀରିକ କଷ୍ଟକୁ ଦୂର କରିପାରିବେ ।

କନ୍ୟା : ଆପଣଙ୍କୁ ଟିମ୍‌ ଓ୍ଵାର୍କ ମାଧ୍ୟମରେ କାମ କରିବାର ସୁଯୋଗ ମିଳିବ, ଯାଦ୍ୱାରା ଆପଣ କଠିନରୁ କଠିନ କାର୍ଯ୍ୟକୁ ଠିକ୍ ସମୟରେ ପୂରା କରିବାକୁ ସକ୍ଷମ ହେବେ । ଆପଣଙ୍କୁ ଭୁଲ ଉପାୟରେ ଟଙ୍କା ରୋଜଗାର କରିବାଠୁ ଦୂରେଇ ରହିବାକୁ ହେବ । ଚାକିରିରେ କାମ କରୁଥିବା ଲୋକେ ଭଲ ପ୍ରଦର୍ଶନ କରି ନିଜ ଅଧିକାରୀଙ୍କ କଥାକୁ ପୂର୍ଣ୍ଣ ସମ୍ମାନ ଦେବେ । ଆପଣଙ୍କ ଭିତରେ ସ୍ଥାୟିତ୍ୱର ଭାବନା ବଜାୟ ରହିବ ।

ତୁଳା : ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ରହିବ । କୌଣସି ନୂଆ ଗାଡ଼ି କିଣିବାର ଆପଣଙ୍କ ଇଚ୍ଛା ପୂରଣ ହୋଇପାରେ । ଆପଣଙ୍କୁ କୌଣସି ବରିଷ୍ଠ ସଦସ୍ୟଙ୍କ ସହିତ କଥାବାର୍ତ୍ତା ସମୟରେ ସ୍ୱଭାବରେ ନରମ ହେବାକୁ ପଡିବ । କାର୍ଯ୍ୟ ସନ୍ଧାନରେ ଏଠିସେଠି ବୁଲୁଥିବା ଲୋକମାନଙ୍କୁ କିଛି ଭଲ ଖବର ଶୁଣିବାକୁ ମିଳିପାରେ ।

ବିଛା : ଆଜି ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ । ବିଦ୍ୟାର୍ଥୀମାନେ ମାନସିକ ଚାପରୁ ମୁକ୍ତି ପାଇବେ । ଆପଣଙ୍କର କିଛି ବନ୍ଧୁ ଏବଂ ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଆପଣଙ୍କର ନିବିଡ଼ତା ବୃଦ୍ଧି ପାଇବ । ପ୍ରେମ ଜୀବନ ଜିଉଁଥିବା ଲୋକମାନେ ସାଥୀଙ୍କ ସହିତ କୌଣସି ଲମ୍ବା ଡ୍ରାଇଭରେ ଯାଇପାରନ୍ତି ।

ଧନୁ : ଆଜି ଆପଣଙ୍କ ସୁଖ, ସମୃଦ୍ଧିରେ ବୃଦ୍ଧି ହେବ । ଆପଣ ନିଜ ସୁଖ, ସୁବିଧାର କିଛି ଜିନିଷ କିଣିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିପାରନ୍ତି । ଆପଣଙ୍କୁ ନିଜର ଅଟକି ରହିଥିବା କାମକୁ ସମୟ ଅନୁସାରେ ପୂରା କରିବାକୁ ପଡ଼ିବ, ନଚେତ୍ ସମସ୍ୟା ହୋଇପାରେ । ସରକାରୀ ଚାକିରି ସହ ଜଡିତ ଲୋକଙ୍କୁ ପ୍ରମୋସନ ମିଳିବା ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିପାରେ ।

ମକର : ଆଜିର ଦିନ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ କିଛି ନୂଆ ଉପଲବ୍ଧି ନେଇ ଆସିବ । ଯଦି ପାରିବାରିକ ସମ୍ପର୍କରେ କିଛି ମତଭେଦ ଚାଲିଛି, ତା’ ହେଲେ ତାହାକୁ ଆପଣ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ସମର୍ଥ ହେବେ । ନିବେଶ ସମ୍ବନ୍ଧୀୟ ଯୋଜନାରେ ଟଙ୍କା ବିନିଯୋଗରୁ ଦୂରେଇ ରୁହନ୍ତୁ ।

କୁମ୍ଭ : ଆଜି ଆପଣଙ୍କୁ ଭାବିଚିନ୍ତି ଖର୍ଚ୍ଚ କରିବାକୁ ପଡ଼ିବ । ଦେଖାଣିଆ ଭାବେ ଅତ୍ୟଧିକ ଧନ ବ୍ୟୟ କରନ୍ତୁ ନାହିଁ। ଆପଣ ଘରେ ଏବଂ ବାହାରେ ଲୋକମାନଙ୍କ ସହିତ ସମ୍ପର୍କ ରଖିବାରେ ସକ୍ଷମ ହେବେ । ଆଜି ଆପଣ ସୃଜନଶୀଳ କାର୍ଯ୍ୟ କରିବେ । ଶିକ୍ଷାରେ ଆସୁଥିବା ସମସ୍ୟାଗୁଡ଼ିକ କାରଣରୁ ଆଜି ବିଦ୍ୟାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହେବେ ।

ମୀନ : ଆଜି ଆପଣ ଏକରୁ ଅଧିକ ସ୍ରୋତରୁ ଟଙ୍କା ରୋଜଗାର କରିବେ । ଆପଣଙ୍କୁ ନିଜର ସମସ୍ତ କାର୍ଯ୍ୟକୁ ଦାୟିତ୍ୱର ସହିତ ପୂରଣ କରିବାକୁ ହେବ । ଆପଣଙ୍କ ସନ୍ତାନର ଚାକିରି ସହ ଜଡିତ କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ । କର୍ମକ୍ଷେତ୍ରରେ ଆପଣଙ୍କ କଠିନ ପରିଶ୍ରମ ଆଜି ଫଳପ୍ରଦ ହେବ । କିନ୍ତୁ ଆପଣ ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ବ୍ୟବସାୟ କରୁଥିବା ଲୋକ ସାବଧାନ ରୁହନ୍ତୁ ।