ଜାଣନ୍ତୁ ଆଜି ରାଶି ଅନୁସାରେ ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ, ଆଜିର ରାଶିଫଳ

ମେଷ : ଆଜି ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ । ସମ୍ବେଦନଶୀଳ କଥାରେ କିମ୍ବା ପାରିବାରିକ ଜୀବନରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି । ଗୃହକୁ ମୂଲ୍ୟବାନ ଜିନିଷ ଆଣିପାରନ୍ତି ।
ବୃଷ : ଆଜି ମନ ଅନୁଯାୟୀ କୌଣସି କାମକୁ ସହଜରେ କରିପାରିବେ ନାହିଁ । ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କହିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ଖୋଜି ପାଉ ନ ଥିବେ । କର୍ମକ୍ଷେତ୍ରରେ ମନ୍ଥର ଗତି ସହ ଅଫିସରେ ଫାଇଲ୍ ଚାପର ସମ୍ମୁଖୀନ ହୋଇପାରନ୍ତି ।
ମିଥୁନ : ଆଜି ବିବାଦୀୟ ସ୍ଥିତିରେ ନିଜର ଲୋକମାନେ ଶତ୍ରୁତା କରି ପାରନ୍ତି । ଗୁରୁତ୍ୱପୂର୍ଣ୍ଣ ବିଚାରକମଣ୍ଡଳୀର ସଭାରେ ଆଲୋଚନା ଅସମାପ୍ତ ରହିପାରେ । ପରିସ୍ଥିତି ଭିନ୍ନ ମୋଡ଼ ନେବା କାରଣରୁ ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବ । ପାରିବାରିକ ସ୍ତରରେ ବୁଝାମଣା ଠିକ୍ ରହିବ ।
କର୍କଟ : ଆକସ୍ମିକ କଳହ ସୃଷ୍ଟି ଯୋଗୁ ନିଜ ଲୋକମାନେ ଦୂରେଇ ଯିବାର ଆଶଙ୍କା ରହିଛି । କର୍ମ କ୍ଷେତ୍ର, ଯାନବାହନ, ଦୋକାନବାଡି, ସଭା ସମିତିରୁ ଉପକୃତ ହେବେ । ପ୍ରତ୍ୟେକ ସମୟରେ ଟେନସନ୍ କିଛି ମାତ୍ରାରେ ଲାଗିରହିବ । ନିରପେକ୍ଷ ବିଚାରକୁ କେନ୍ଦ୍ରକରି ସମସ୍ୟାର ସମ୍ମୁଖୀନ ହେବେ ।
ସିଂହ : ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ ସକାଶେ ଶାରୀରିକ ଅସାମର୍ଥ୍ୟତା ପ୍ରକାଶ ପାଇବ । ହିତାକାଂକ୍ଷୀଙ୍କ ସାହାଯ୍ୟ ମନୋଭାବରୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିପାରେ । ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବା ଫଳରେ ଦୁଶ୍ଚିନ୍ତା ବଢ଼ିଯାଇପାରେ । ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ ।
କନ୍ୟା : କାର୍ଯ୍ୟସାଧନରେ ମନ୍ଥରଗତି କାରଣରୁ କିମ୍ବା ପରିଜନଙ୍କ ସ୍ବାସ୍ଥ୍ୟହାନିଜନିତ ମନ ଉଦ୍ବେଗ ରହିବ । କୌଣସି କ୍ଷେତ୍ରରେ ହଠାତ୍ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍ ହେବ ନାହିଁ । ଷ୍ଟେସନେରୀ ଜିନିଷ, ନୂତନ ବସ୍ତ୍ର ଅଳଙ୍କାର କିମ୍ବା ଗାଡିମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ ।
ତୁଳା : ମନରେ ବିଭିନ୍ନ ଭାବରାଜି ଉଦ୍ରେକ ହେବାରୁ କାର୍ଯ୍ୟଧାରା ନିୟନ୍ତ୍ରିତ ରହି ନ ପାରେ । ପରିବାର ଓ କର୍ମକ୍ଷେତ୍ର ସକାଶେ ଦିନଟି ଶୁଭ ନୁହେଁ । ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା ସଭାସମିତିରେ ପ୍ରଶଂସିତ ହେବେ । ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ରହିପାରନ୍ତି ।
ବିଛା : ଧନାଧିପ ଉଚ୍ଚସ୍ଥ ଯୋଗୁ ଧନାଗମ, ମିଷ୍ଠାନ୍ନ ପ୍ରାପ୍ତି, ବନ୍ଧୁବସତ୍ଳ ସାଙ୍ଗକୁ ମୁହଁରେ ହସ ଲାଗି ରହିବ । ତଥାପି ସାମୟିକ ବ୍ୟସ୍ତତା କାରଣରୁ ଅଫିସରେ କାମ ଗୋଳମାଳିଆ ଧରିପାରେ । ଦୀର୍ଘଦିନରୁ ଅଟକି ରହିଯାଇଥିବା କାମଟିକୁ ହଠାତ୍ ଆରମ୍ଭକରିବାକୁ ମନ ବଳାଇବେ । ଆଣ୍ଠୁଠାରୁ ଗୋଡ ତଳକୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିପାରନ୍ତି ।
ଧନୁ : ଆଜିର କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ବନ୍ଧୁଙ୍କ ସମ୍ମୁଖରେ ମନର ଭାବ ପ୍ରକାଶ କରିବାରେ ପଛେଇ ଯିବେ । ପରିବାର ମଧ୍ୟରେ ନିଜର ପ୍ରାଧାନ୍ୟତାକୁ ସହାନୁଭୂତିର ସହ ଜାହିର କରିବା ଠିକ୍ ହେବ ।
ମକର : ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ପାରିବାରିକ ଦିଗରୁ ପୁରୁଣା କଥାକୁ ବାରମ୍ବାର ଦୋହରାଇବା ଠିକ୍ ନ ହୋଇପାରେ । ମୂଲ୍ୟବାନ୍ ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ ।
କୁମ୍ଭ : ନିରପେକ୍ଷ ବିଚାର ସାଙ୍ଗକୁ ସୁସଂଯତ କାର୍ଯ୍ୟକଳାପ କାରଣରୁ ଶାନ୍ତି ଓ ସନ୍ତୋଷ ପାଇବେ । ସାମୟିକ କୌଣସି ଜିନିଷର ଅଭାବଜନିତ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଶିଳ୍ପ, ପ୍ରକଳ୍ପ ପ୍ରଭୃତି ନୂଆ ଯୋଜନାର ପରିକଳ୍ପନା ଉପରେ ଗୁରୁତ୍ୱ ଦେବେ ।
ମୀନ : ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବାର ସ୍ପଷ୍ଟ ସୂଚନା ରହିଛି । ସାମାଜିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ସମସ୍ୟା ପିଛା ଛାଡୁ ନ ଥିବାରୁ ସହଜରେ କାମ ହାସଲ କଷ୍ଟକର ହେବ । ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ତଥା ବିଭିନ୍ନ ଝମେଲା ହେତୁ ବ୍ୟସ୍ତ ରହିପାରନ୍ତି ।