ଆଜିର ରାଶିଫଳ : ଜାଣନ୍ତୁ ଆଜି ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି କିପରି କଟିବ

ମେଷ : ଆଜି ଆପଣ ବିଳାସ ଉପକରଣ କିଣିବେ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଭାଇ, ଭଉଣୀଙ୍କ କୌଣସି କାମ ହାସଲ ସକାଶେ ଘରେ ମତାନ୍ତର ସୃଷ୍ଟି ହୋଇପାରେ ।
ବୃଷ : ଆଜି ବୈଷୟିକ ଅଭିବୃଦ୍ଧି ସହ ଫଳପ୍ରଦ ଆଲୋଚନା କରିବେ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ୍ ହେବେ । ଦିନ ଭିତରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ।
ମିଥୁନ : କୌଣସି ବ୍ୟକ୍ତି ହଇରାଣ କରିପାରନ୍ତି । କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର ବିଷୟ ହେବ । ପରିବହନ, ବ୍ୟବସାୟ ଓ ସଙ୍ଗଠନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ ।
କର୍କଟ : ଆଜି କୌଣସି କାମରେ ବିଘ୍ନ ଘଟିପାରେ । ପାରିବାରିକ କ୍ଷେତ୍ରରେ କୌଣସି ଦୃଢ଼ ପଦକ୍ଷେପ ନେଲେ ଝାମେଲା ଅଧିକ ବଢ଼ି ଯାଇପାରେ । ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । କିଛି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି ।
ସିଂହ : ଅର୍ଥଲାଭ ସହ ଶୁଭ ଖବର ପାଇ ମନଟି ଖୁସି ହୋଇଯିବ । ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ଆଶା ନିରାଶାରେ ପରିଣତ ହୋଇପାରେ । ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉତ୍କଟ ହେବ ନାହିଁ । ବନ୍ଧୁ ଗହଣରେ କିଛି କହିବା ବ୍ୟତୀତ ନୀରବତା ଅବଲମ୍ବନ ଗ୍ରହଣ କରିବା ଭଲ ହେବ ।
କନ୍ୟା : ଆର୍ଥିକ ପରିସ୍ଥିତିରେ ଅବନତି ଘଟିପାରେ । ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିବେ, ଯାହାକି ସମସ୍ୟା ବୃଦ୍ଧି କରିବ । ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହୋଇଯିବ ।
ତୁଳା : ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତି ବଦଳି ଯାଇ ପାରନ୍ତି । ଅଳ୍ପ ଦିନର ପରିଚିତ ଲୋକଟି ଫାଇଦା ହାସଲ ସକାଶେ ସର୍ବଦା ଚେଷ୍ଟିତ ରହିପାରେ । କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ସଂଗଠନ ଓ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ମିଳିବ । ସାଧାରଣ କଥାରେ ପ୍ରତିବାଦ କରି ଟେନ୍ସନ୍କୁ ନିମନ୍ତ୍ରଣ କରିପାରନ୍ତି ।
ବିଛା : ଆଜି ସାମାଜିକ ସ୍ତରରେ ପ୍ରତିଷ୍ଠାର୍ଜନ କରିବେ । ସବୁ ଦିଗରୁ ଯେମିତି ଭଲ ଚାହୁଁଛନ୍ତି, ସେମିତି ପାଇପାରିବେ । କିନ୍ତୁ ପିଲାମାନଙ୍କର ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ । ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ମନେ ମନେ ବିରକ୍ତି ପ୍ରକାଶ କରିପାରନ୍ତି ।
ଧନୁ : କାର୍ଯ୍ୟପ୍ରଣାଳୀ ଠିକ୍ ନ ହୋଇପାରେ । ସମସ୍ୟା ସହ ଲଢ଼େଇ କରି କାର୍ଯ୍ୟ ହାତେଇବେ । ମାଲିମକଦ୍ଦମା, ନିର୍ମାଣ, ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଜମିଜମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ଥଣ୍ଡା ରୋଗରେ ପୀଡ଼ା ପାଇପାରନ୍ତି ।
ମକର : ଆଜି ସମ୍ପର୍କରେ ଉନ୍ନତି ହେବ ଏବଂ ବିଳାସ ଉପକରଣ କ୍ରୟ କରିବେ । ଶତ୍ରୁମାନେ ସମସ୍ୟା ଭିତରକୁ ଠେଲି ଦେଇପାରନ୍ତି । ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରିପାରନ୍ତି । ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବା ସକାଶେ ପ୍ରଯନତ୍ କରିପାରନ୍ତି ।
କୁମ୍ଭ : ପରିବାର ପାଇଁ ପ୍ରତିକୂଳପ୍ରଭାବ ଅନୁଭବ କରିପାରନ୍ତି । ବନ୍ଧୁମାନଙ୍କ ସାହଚର୍ଯ୍ୟରେ ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶ୍ଚିତ ପୂରଣ ହୋଇପାରିବ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା କାରଣରୁ ମନ ହାଲୁକା ହୋଇଯିବ । ସରକାରୀ କ୍ଷେତ୍ରରେ ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ ।
ମୀନ : ଆଜି କୌଣସି ପ୍ରକାରର ଆଲୋଚନା ଫଳପ୍ରଦ ହେବ । କଠିନ ଶ୍ରମଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ସାହାଯ୍ୟ ମନୋଭାବରୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହୋଇପାରନ୍ତି ।