ଆଜିର ରାଶିଫଳ, ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କର ରାଶି

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କ୍ରୋଧାନ୍ବିତ ହୁଅନ୍ତୁ ନାହିଁ । ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ଦୂରଯାତ୍ରାରେ ବାଧା ଉପୁଜିବ ।
ବୃଷ : ନିଜର ସନ୍ତାନ ପ୍ରତି ଧ୍ୟାନ ନିଅନ୍ତୁ । ବିଦ୍ୟାର୍ଥୀ ବିଦ୍ୟାକ୍ଷେତ୍ରରେ ସଫଳତା ପାଇବେ । ପରିବାରରେ ସୁଖଶାନ୍ତି ଦେଖା ଦେବ । ବନ୍ଧୁତ୍ବରେ ଭେଦଭାବ ଦେଖାଦେଇପାରେ ।
ମିଥୁନ : ସୁସ୍ୱାଦୁ ଭୋଜନ କରିବେ । ସନ୍ତାନଙ୍କୁ ନେଇ ଚିନ୍ତାବୃଦ୍ଧି ହେବ । ସ୍ୱାସ୍ଥ୍ୟରେ ଯତ୍ନ ନିଅନ୍ତୁ । ଆଜି ବନ୍ଧୁଙ୍କ ସହ ଦୂର ସ୍ଥାନ ଯାତ୍ରା କରିପାରନ୍ତି ।
କର୍କଟ : ଶତ୍ରୁ ବୃଦ୍ଧି ସହ ଖର୍ଚ୍ଚ ମଧ୍ୟ ବୃଦ୍ଧି ହେବ । ପରିବାରରେ ଅଶାନ୍ତି ଦେଖାଦେଇପାରେ । ଆଜି କିଛି ନୂତନ କାର୍ଯ୍ୟ ପାଇଁ ମନବଳାଇ ପାରନ୍ତି ।
ସିଂହ : ଆୟ ମଧ୍ୟମ ରହିବ । ଛାତ୍ରଛାତ୍ରୀମାନେ ପାଠବଢ଼ାରେ ମନ ଦିଅନ୍ତୁ । ହଠାତ୍ କିଛି ଭଲ ଖବର ପାଇ ଖୁସି ହୋଇଯିବେ । ପିତାମାତାଙ୍କର ଯତ୍ନ ନିଅନ୍ତୁ ।
କନ୍ୟା : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ପରିବାରରେ ଶାନ୍ତି ମିଳିବ । ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ତୁଳା : ଗାଡ଼ି ଚଳାଇବାବେଳେ ସାବଧାନ ରୁହନ୍ତୁ । ଆଜି ନିଜର ସାଥୀ ବି ଶତ୍ରୁ ପାଲଟିଯିବେ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଧର୍ମକାର୍ଯ୍ୟରେ ଯୋଗ ଦିଅନ୍ତୁ ।
ବିଛା : କୋର୍ଟ କଚେରୀ ମାମଲାରୁ ଦୂରେଇ ରୁହନ୍ତୁ । ହଠାତ୍ କ୍ରୋଧାନ୍ବିତ ହୁଅନ୍ତୁ ନାହିଁ । ଘରେ କିଛି ପୂଜାପାଠ ହୋଇପାରେ ।
ଧନୁ : ପରିବାରର ସହଯୋଗ ପାଇବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଲଭମେଟଙ୍କ ସହ ମୁଭି ଦେଖିବାକୁ ଯାଇପାରନ୍ତି । ଦିନଟି ଆଜି ଖୁସିରେ କଟିବ ।
ମକର : ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଦୂରଯାତ୍ରା ସହ ଭ୍ରମଣ ଯୋଗ ରହିଛି । ପିତାମାତା ଆପଣଙ୍କ ଉପରେ ଖୁସି ରହିବେ ।
କୁମ୍ଭ : ଅହଂକାର ତ୍ୟାଗ କରନ୍ତୁ । ବିଦ୍ୟାର୍ଥୀ ସଫଳତା ପାଇବେ । ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ଚକ୍ଷୁରେ ପୀଡା ଦେଖାଦେଇପାରେ । ଆଜି କିଛି କଥାକୁ ନେଇ ଚିନ୍ତାରେ ରହିପାରନ୍ତି ।
ମୀନ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ଦାମ୍ପତ୍ୟ ଜୀବରେ ଖୁସି ଦେଖାଦେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଛୋଟଛୋଟ କଥାକୁ ନେଇ ବ୍ୟସ୍ତତା ଦେଖାଦେବ ।