ଆଜିର ଭାଗ୍ୟଫଳ: ଏହି ରାଶିର ବ୍ୟକ୍ତିଙ୍କର ଦୂର ହେବ ସବୁ ସମସ୍ୟା

ମେଷ: କୌଣସି ବନ୍ଧୁଙ୍କ ସହଯୋଗରେ ସମସ୍ୟାରୁ ମୁକୁଳିବେ। ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ଘର ଲୋକଙ୍କ ସହ ଭଲରେ ସମୟ କଟିବ। ବ୍ୟବସାୟରେ ଲାଭ ହେବ।
ବୃଷ: ବୃଷ ରାଶିର ବ୍ୟକ୍ତି ତରତର ହେଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବେପାର ପାଇଁ ଯାତ୍ରା କରିପାରନ୍ତି। ପ୍ରତିଷ୍ଠିତ ଲୋକଙ୍କୁ ସାକ୍ଷାତ କରିବେ।
ମିଥୁନ: ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବ। ପ୍ରେମ ଜୀବନରେ ମଧୁରତା ଆସିବ। ଧନ ପ୍ରାପ୍ତି ପାଇଁ ନୂଆ ଯୋଜନା କରିବେ।
କର୍କଟ: କାର୍ଯ୍ୟକ୍ଷେତ୍ରରେ କାମର ବୋଝ ରହିବ। ସୁନା ଗହଣା ମାମଲାରେ ସତର୍କ ରୁହନ୍ତୁ। ବ୍ୟବସାୟରେ ନିବେଶ ପାଇଁ ଦିନଟି ଅତି ଉତ୍ତମ। ଜୀବନସାଥୀଙ୍କ ସହ ଝଗଡ଼ା କରିବାରୁ ନିବୃତ୍ତ ରୁହନ୍ତୁ।
ସିଂହ: କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟକୁ ନେଇ ଅବହେଳା କରନ୍ତୁ ନାହିଁ। ଚିଡ଼ଚିଡ଼ା ହୋଇପାରନ୍ତି। ଅନୁଭବୀଙ୍କ ଠାରୁ ମାର୍ଗ ଦର୍ଶନ ନିଅନ୍ତୁ।
କନ୍ୟା: କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ସମ୍ପତ୍ତି ସହ ଜଡ଼ିତ ମାମଲା ଆପଣଙ୍କ ପକ୍ଷରେ ରହିବ। ପ୍ରେମୀଙ୍କ ସହ ଭଲ ସମୟ ବିତାଇବେ। କଳା ଓ ରଚନାତ୍ମକ ଦିଗ ପ୍ରତି ଇଚ୍ଛା ବଢ଼ିବ।
ତୁଳା: ତୁଳା ରାଶିର ବ୍ୟକ୍ତିଙ୍କର ବ୍ୟବସାୟ ପାଇଁ ଭଲ ଯୋଗ ରହିଛି। ଅନ୍ୟ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ଆଖି ସହ ଜଡ଼ିତ ସମସ୍ୟା ଉପୁଜିପାରେ। ଚାକିରିରେ ପଦୋନ୍ନତି ମିଳିପାରେ।
ବିଛା: ବାହନ ସୁଖ ମିଳିପାରେ। କାର୍ଯ୍ୟସ୍ଥଳରେ କିଛି ସମସ୍ୟା ଉପୁଜିପାରେ। ପରିବାର ସହ କଥା ହେବା ବେଳେ ସଂଯମତା ରକ୍ଷା କରନ୍ତୁ।
ଧନୁ: ବେପାରରେ ଭଲ ଲାଭ ହେବ। ସ୍ୱାସ୍ଥ୍ୟ ଓ ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ମାନ-ସମ୍ମାନ ବଢ଼ିବ।
ମକର: ଅବିବାହିତ ଲୋକଙ୍କୁ ବିବାହ ସହ ଜଡ଼ିତ ଶୁଭ ଖବର ମିଳିପାରେ। ଆର୍ଥିକ ଭାବେ ଲାଭବାନ୍ ହେବେ। ଶରୀର ପ୍ରତି ଯତ୍ନବାନ ରୁହନ୍ତୁ।
କୁମ୍ଭ: ପଦୋନ୍ନତି ମିଳିପାରେ। ଶରୀର ସୁସ୍ଥ ରହିବ। ବୁଲିବାକୁ ଯାଇପାରନ୍ତି। ସାଥୀଙ୍କ ସହ ପ୍ରେମଭରା ସମୟ କାଟିବେ।
ମୀନ: ଆର୍ଥିକ ସ୍ଥିତି ସୁଧୁରିବ। ଭଲ ଭଲ ସ୍ୱାଦିଷ୍ଟ ଖାଦ୍ୟ ମିଳିବ। ଗାଡ଼ି କିଣିପାରନ୍ତି। ଦେହ ଓ ମନ ସୁସ୍ଥ ରହିବ।