ଜାଣନ୍ତୁ ଆଜିର ଭାଗ୍ୟଫଳ : ଆଜି ଏହି ରାଶିଙ୍କ ଜୀବନ ହେବ ସୁଖମୟ

ମେଷ : ପାରିବାରିକ ଦାୟିତ୍ୱ ବଢ଼ିପାରେ । ଅଟକିଥିବା ଧନ ପ୍ରାପ୍ତ ହେବ । ପରିଶ୍ରମ ଅଧିକ କରିବେ । ବାପାଙ୍କ ସହଯୋଗ ପାଇବେ । ଜୀବନ ସୁଖମୟ ହେବ ।

ବୃଷ : ଆତ୍ମବିଶ୍ୱାସରେ ଅଭାବ ରହିବ । ମନ ଚିନ୍ତିତ ହୋଇପାରେ । ପାରିବାରିକ ଜୀବନ କଷ୍ଟମୟ ହୋଇପାରେ । ବସ୍ତ୍ର ଉପହାର ମିଳିପାରେ ।

ମିଥୁନ : ଘର, ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ । ଶତ୍ରୁ ଉପରେ ବିଜୟ ପ୍ରାପ୍ତ ହେବ ।

କର୍କଟ : ପରିବାରରେ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରନ୍ତୁ । ବାପାଙ୍କ ସାଥ୍‌ ମିଳିବ । ବିଦେଶ ଯାତ୍ରାର ଅବସର ମିଳିପାରେ । ପୁରୁଷ ସାଙ୍ଗଙ୍କୁ ଭେଟି ପାରନ୍ତି ।

ସିଂହ : କଥାବାର୍ତ୍ତାରେ ସଂଯତ ରୁହନ୍ତୁ । ବ୍ୟବସାୟରେ ସୁଧାର ହେବ । ମିତ୍ରଙ୍କ ସହଯୋଗ ମିଳିବ । ବସ୍ତ୍ର, ଉପହାର ପ୍ରାପ୍ତ ହୋଇପାରେ । ଯଶ ବଢ଼ିବ ।

କନ୍ୟା : ଆତ୍ମବିଶ୍ୱାସ ଭରପୂର ରହିବ । ଚାକିରିରେ ଉନ୍ନତି କରିବେ । ସୁସ୍ୱାଦୁ ଖାଦ୍ୟପେୟରେ ରୁଚି ବଢ଼ିପାରେ । ପାରିବାରିକ ଜୀବନ କଷ୍ଟମୟ ହେବ ।

ତୁଳା : ମନ ପ୍ରସନ୍ନ ରହିବ । ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯିବେ । ମା’, ବାପାଙ୍କ ସାଥ୍‌ ମିଳିବ । କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ ।

ବିଛା : ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ । କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ । ସଂଯତ ରୁହନ୍ତୁ ।

ଧନୁ : ମନରେ ଶାନ୍ତି ଏବଂ ପ୍ରସନ୍ନତା ରହିବ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ମାନ, ସମ୍ମାନ ବଢ଼ିବ । ଆୟ ବଢ଼ିବ। ଆତ୍ମସଂଯତ ରୁହନ୍ତୁ । କ୍ରୋଧଠାରୁ ଦୂରେଇ ରୁହନ୍ତୁ ।

ମକର : ବାଣୀରେ ମଧୁରତା ରହିବ । ଉନ୍ନତିର ଅବସର ମିଳିପାରେ । ଯାତ୍ରା ଯୋଗ ରହିଛି । ମିଠା ଖାଦ୍ୟ ପ୍ରତି ରୁଚି ବଢ଼ିବ । ବସ୍ତ୍ର ପାଇଁ ଖର୍ଚ୍ଚ କରିବେ ।

କୁମ୍ଭ : ଶୈକ୍ଷିକ କାର୍ଯ୍ୟରେ ମନ ଲାଗିବ । ମାନ, ସମ୍ମାନ ପ୍ରାପ୍ତି ହେବ । ସଙ୍ଗୀତ ପ୍ରତି ରୁଚି ବଢ଼ିବ । ଧର୍ମ ପ୍ରତି ଶ୍ରଦ୍ଧାଭାବ ବଢ଼ିବ ।

ମୀନ : ମନ ଅଶାନ୍ତ ରହିବ । ଆତ୍ମସଂଯତ ରୁହନ୍ତୁ । ଅଯଥା ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ । ଯାତ୍ରା ଖର୍ଚ୍ଚ ବଢ଼ିପାରେ । ପୁରୁଣା ସାଙ୍ଗ ଦେଖାହେବେ ।