ଦୈନିକ ରାଶିଫଳ: ଜାଣନ୍ତୁ, ଆଜି କେମିତି କଟିବ ଦିନ

ମେଷ:

ଖୁସିରେ ରହିବା ପାଇଁ ଅନ୍ୟ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ଅନ୍ୟକୁ ପ୍ରଭାବିତ କରିବାକୁ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ସାଥୀ ଆଜି ଆପଣଙ୍କୁ ସରପ୍ରାଇଜ ଦେଇ ପାରନ୍ତି। ଛୋଟ ଝିଅଙ୍କୁ ମିଠା ବାଣ୍ଟନ୍ତୁ।

ବୃଷ:

ଭାବନାତ୍ମକ ରୂପରେ କଠିନ ସମୟ ଚାଲିଛି। କେହି ଅତି ନିଜ ଲୋକ ଧୋକା ଦେଇପାରନ୍ତି। ଏଭଳି ସ୍ଥିତିରେ ପରିବାର ପୂରା ସହଯୋଗ ମିଳିବ। ମହିଳାମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟକ୍ତିଗତ କଥା କାହାକୁ କୁହନ୍ତି ନାହିଁ, ପରେ ହଇରାଣ ହୋଇପାରନ୍ତି।

ମିଥୁନ:

ସୁସ୍ଥ ଭାବେ କାମ କରିବାକୁ ଚାହିଁଲେ ମଧ୍ୟ ବ୍ୟସ୍ତତା ଯୋଗୁ ଥକି ଯାଇ ପାରନ୍ତି। ଆତ୍ମସନ୍ତୋଷ ଲାଭ କରିବେ। କାମରୁ ଫୁରସତ ନେଇ ଛୁଟି ନେବାକୁ ଇଚ୍ଛା କରିବେ। କିନ୍ତୁ କୌଣସି କାମ ଯୋଗୁ ଅଟକି ଯାଇ ପାରନ୍ତି।

କର୍କଟ:

ଆପଣଙ୍କ ପାଖରେ ଦୟା ଭାବ ଥିବା ଯୋଗୁ ଲୋକମାନେ ସବୁ ମନ କଥା ଆପଣଙ୍କୁ କହିବେ। ଆପଣ ଲୋକଙ୍କ ସମସ୍ୟାକୁ ସହଜରେ ସମାଧାନ କରିପାରିବେ। ମହିଳାମାନେ ଯେଉଁସ୍ଥାନକୁ ଯିବେ ସେଠାରେ ମାହୋଲକୁ ଅଧିକ ଆକର୍ଷଣୀୟ କରିଦେବେ।

ସିଂହ:

ନିଜ ପାଇଁ କିମ୍ବା ଅନ୍ୟଲୋକଙ୍କ ପାଇଁ ଯାହା କରିବେ ତାହାର ଭଲ ଫଳ ନିଶ୍ଚୟ ପାଇବେ। ମା’ ମାନେ ପରିବାର ଓ କ୍ୟାରିୟର ମଧ୍ୟରେ ସନ୍ତୁଳନ ରକ୍ଷା କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ସବୁଠି ପ୍ରଶଂସିତ ହେବେ।

କନ୍ୟା:

ଆଜି ସକାରାତ୍ମକ ଚିନ୍ତା କରିବେ। ଆପଣ ନିଜ ମନ କଥାକୁ ସ୍ପଷ୍ଟ ଭାବେ ପରିପ୍ରକାଶ କରିପାରିବେ। କୌଣସି ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହେବେ। ଆଜି କିଛି ଲୋକଙ୍କ କଥା ଶୁଣି ଆପଣ ପ୍ରଭାବିତ ହୋଇପାରନ୍ତି।

ତୁଳା:

ମନଇଚ୍ଛା ଏଣୁ ତେଣୁ କଥା କୁହନ୍ତୁ ନାହିଁ। କୌଣସି ସ୍ଥାନରେ ମୁହଁ ଖୋଲିବା ଆଗରୁ ୨ ଥର ଚିନ୍ତା କରନ୍ତୁ। ପସନ୍ଦ କରୁଥିବା ବ୍ୟକ୍ତି ଆପଣଙ୍କ କଥାରେ ବିରକ୍ତ ହୋଇପାରନ୍ତି। ଦିନ ସାରା ଖୁସି ରହିବେ। ସାଂସାରିକ କଥାରେ ମଜ୍ଜି ରହିବା ଯୋଗୁ ଦୁଃଖ ଭୁଲିଯିବେ।

ବିଛା:

ଆପଣଙ୍କ ମଜାଳିଆ ସ୍ଵଭାବ ଯୋଗୁ ସମସ୍ତେ ଆଜି ପସନ୍ଦ କରିବେ। କର୍ମ କ୍ଷେତ୍ରରେ ମଧ୍ୟ ଏହି ଗୁଣ ଆଜି ଆପଣଙ୍କୁ ଲୋକପ୍ରିୟ କରାଇବ। ଆଜି କିଛି ଲୋକଙ୍କୁ ଭବିଷ୍ୟତରେ କାମ କରିବାକୁ ପ୍ରତିଶ୍ରୁତି ଦେବେ। ସାଥୀଙ୍କ ସହ ସମ୍ପର୍କ ନିବିଡ଼ ହେବ।

ଧନୁ:

ପିଲାଙ୍କ ସହ ଭଲ ସମୟ ବିତାଇବେ। ବାପା ହିସାବରେ ଛୁଆଙ୍କୁ ଆଗକୁ ବଢିବାକୁ ଉତ୍ସାହିତ କରିବେ। ଅଫିସରେ ଟେନ୍ସନରେ ରହିପାରନ୍ତି। ସାଥୀ ସବୁ କାମରେ ସାହାଯ୍ୟ କରିବେ। ଦେହ ଓ ମନ ଭଲ ରହିବ।

ମକର:

ଅନ୍ୟମାନଙ୍କ ଭାବନା ବୁଝିବେ। ଏଣୁ ସାଙ୍ଗମାନେ ତାଙ୍କ ଅତି ଗୋପନ କଥା ବି ଆପଣଙ୍କ ସାମ୍ନାରେ ପରିପ୍ରକାଶ କରିବେ। ମହିଳାମାନେ ନିଜ ପରିବାର ପାଇଁ ପୂର୍ଣ୍ଣ ସମର୍ପିତ ରହିବେ। ଶରୀର ଭଲ ରହିବ।

କୁମ୍ଭ:

ଅନ୍ୟମାନଙ୍କ ବିଚାରକୁ ସମ୍ମାନ ଦିଅନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ଆପଣଙ୍କ କାମରେ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ। କୌଣସି ବଡ଼ କାମ କରିବାକୁ କାହା ଠାରୁ ଟଙ୍କା ନିଅନ୍ତୁ ନାହିଁ। ଆଜି ପ୍ରେମରେ ସଫଳ ହେବେ।

ମୀନ:

ଭଲ ପାଉଥିବା ଲୋକଙ୍କୁ ଆଜି ମନର କଥା କହିବେ। ସାଥୀ ଆଜି ଆପଣଙ୍କୁ ସମୟ ଦେବେ ଓ ସବୁ କଥା ଶୁଣିବେ। ପରିବାରରେ ମାହୋଲ ଭଲ ରହିବ। ମହିଳାମାନେ କାର୍ଯ୍ୟ ବ୍ୟସ୍ତ ରହିବେ। ପିଲା ପଢ଼ାରେ ଧ୍ୟାନ ଦେବେ।