ଆଜିର ରାଶିଫଳ : ଜାଣନ୍ତୁ ହୋଲିରେ କିପରି କଟିବ ଆପଣଙ୍କ ଦିନ

ମେଷ : ଅଟକି ରହିଥିବା କାମକୁ ସମ୍ପନ୍ନ କରିପାରିବେ । ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସହଜ ଓ ସୁବିଧାରେ ସମ୍ପନ୍ନ ହେବ । ସାମାଜିକ ସ୍ତରରେ ଲୋକାଭିମୁଖୀ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ ।

ବୃଷ : ଆଜି କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ବିବାଦୀୟ ପରିସ୍ଥିତିରେ ଅନ୍ୟ ଲୋକଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ବିଭିନ୍ନ ସୂତ୍ରରୁ ରୋଜଗାର କରି ଆନନ୍ଦ ଲଭିବେ । ଅର୍ଥ, ପ୍ରଶାସନ, ଆଇନ, ସଭା ସମିତି, ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ହେତୁକ ଖୁସି ରହିବେ ।

ମିଥୁନ : ସହକର୍ମୀମାନେ ସହଯୋଗର ହାତ ବଢ଼ାଇ ସହାନୁଭୂତି ପ୍ରକାଶ କରିପାରନ୍ତି । ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିବା ଆଶଙ୍କା ରହିଛି । ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଯେତେ ପାଇଲେ ମଧ୍ୟ ଅଭାବ ଲାଗିରହିବା କାରଣରୁ ଅଶାନ୍ତି ଅନୁଭବ କରିପାରନ୍ତି ।

କର୍କଟ : ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନି । ବୁଝାମଣା ଭଲ ନ ଥିବାରୁ ନିଜ ଲୋକମାନେ ଅସହଯୋଗ କରିପାରନ୍ତି, ଯାହାକି ସାମୟିକ ସମସ୍ୟା ସୃଷ୍ଟି କରିବ । ଅସୁବିଧାରେ ପଡ଼ି ଅର୍ଥ ନେଇଥିବା ଲୋକଟି ଟଙ୍କା ଦେବାର ନାଁ ଧରିବ ନାହିଁ । ସଭାସମିତିକୁ ନିମନ୍ତ୍ରିତ ହୋଇପାରନ୍ତି ।

ସିଂହ : ଆଜି ପଦସ୍ଥ ବ୍ୟକ୍ତିଙ୍କ ଦୃଢ଼ ପ୍ରତିଶ୍ରୁତି ଲାଭକରି ମନ ହାଲୁକା ହୋଇଯିବ । ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବନ୍ଧୁ ମଧ୍ୟରେ କଳହର ସମ୍ମୁଖୀନ ହେବାକୁ ପଡ଼ିପାରେ । କଥା ଦେଇଥିବା ଲୋକଟି ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି । ନିଜ ଲୋକଙ୍କ ଆରୋଗ୍ୟ ପାଇଁ ଚିନ୍ତା ବଢ଼ିପାରେ ।

କନ୍ୟା : ବନ୍ଧୁଙ୍କ ସହ ବିଭିନ୍ନ ଯୋଜନା ସମ୍ପର୍କିତ ଆଲୋଚନାରେ ଅଗ୍ରଗତି ଘଟିପାରେ । ରାଜନୈତିକ ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଆଶାନୁଯାୟୀ ସଫଳତା ନ ପାଇବା କାରଣରୁ ସନ୍ତାନଙ୍କ ଉପରେ କ୍ଷୁବ୍ଧ ହୋଇପାରନ୍ତି । ଧୈର୍ଯ୍ୟର ସହ କାର୍ଯ୍ୟକଲେ ଉପକୃତ ହେବେ ।

ତୁଳା : ମନ ଯେମିତି ଚାହୁଁଛି ତାହା ପାଇଯିବା କାରଣରୁ ଉତ୍‌ଫୁଲ୍ଲିତ ରହିବେ । ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ରହିଥିବା ବିବଦମାନ ସ୍ଥିତି ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରେ । ପରିବାରର ଆବଶ୍ୟକତା ପୂରଣ ଲାଗି ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡ଼ିପାରେ ।

ବିଛା : ଆଜି ସ୍ବାସ୍ଥ୍ୟ, ପାରିବାରିକ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ । ସନ୍ତାନଙ୍କ ବୈବାହିକ ପ୍ରସ୍ତାବର ଆଲୋଚନା କରିପାରନ୍ତି । ଗତକାଲିଠାରୁ ସ୍ଥିରୀକୃତ ଗସ୍ତ କାର୍ଯ୍ୟ ଆକସ୍ମିକ ବାତିଲ ହୋଇପାରେ ।

ଧନୁ : ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରି ବନ୍ଧୁଙ୍କୁ ପରାମର୍ଶ ମାଗିପାରନ୍ତି । ପରୋକ୍ଷ ଶତ୍ରୁତା କାରଣରୁ ଶିଳ୍ପ, ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେଇପାରେ । ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗିରହିବ । ପରିଜନଙ୍କ ସହିତ ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ।

ମକର : ପରିବାରରେ ଛୋଟକଥାକୁ କେନ୍ଦ୍ରକରି କଳହ ସୃଷ୍ଟି ଆଶଙ୍କା ଦେଖାଦେଇପାରେ । ସାଙ୍ଗଠନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ଦେହ ଭଲ ରହିଲେ ମଧ୍ୟ ପୁରାତନ ରୋଗପୀଡ଼ାରେ କଷ୍ଟ ପାଇପାରନ୍ତି । ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ ।

କୁମ୍ଭ : ଆଜି କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟିହେବାର ଆଶଙ୍କା ରହିଛି । ଯେତେ ଭଲ କାମ କଲେ ମଧ୍ୟ ସେମାନେ ପ୍ରଶଂସା ପାଇବା କଷ୍ଟକର ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ଚଳିତ ପରିସ୍ଥିତିକୁ ନଜର ଦେଇ କାମ କରିବା ଭଲ ହେବ ।

ମୀନ : ଦୀର୍ଘଦିନ ହେଲା ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ । ସମ୍ପର୍କୀୟଙ୍କ ସାହାଯ୍ୟ ଲାଭକରି ବିବାଦୀୟ ସ୍ଥିତିକୁ ସୁଧାରିନେବେ । ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି । ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଆତ୍ମୀୟଙ୍କ ବେଖାତିର ମନୋଭାବ ଦୁଶ୍ଚିନ୍ତାକୁ ବଢ଼ାଇପାରେ ।