କେମିତି କଟିବ ପୂରା ଦିନ; ପଢ଼ନ୍ତୁ, ଆଜିର ରାଶିଫଳ

ମେଷ: ଆଜି ଆପଣ ସାଂସାରିକ ସୁଖ ଭୋଗ କରିବେ। ବେପାର କରୁଥିବା ଲୋକଙ୍କୁ ଆର୍ଥିକ ଉନ୍ନତି ମିଳିବ। ଆଜି ଅର୍ଥ ସଞ୍ଚୟ କରିବେ। ଅନେକ ଆଡୁ ଲାଭ ପାଇବେ। ଜୀବନସାଥୀ ଆପଣଙ୍କୁ ସବୁ କାମରେ ସାହାଯ୍ୟ କରିବେ।

ବୃଷ: ଆଜିର ଦିନ ମଧ୍ୟମ ଧରଣର ରହିବ। ଅଟକିଥିବା ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବେ। କାହା ସହ ଧନ ସମ୍ବନ୍ଧୀୟ ମାମଲାରେ ଚୁକ୍ତି କରନ୍ତୁ ନାହିଁ। ହଇରାଣ ହୋଇ ପାରନ୍ତି। ନୂଆ ସମ୍ପତ୍ତି କିଣିପାରନ୍ତି।

ମିଥୁନ: ଆଜିର ଦିନ ହସ ଖୁସିରେ କଟିବ। ଲାଭ ମିଳିପାରେ। ଅଟକିଥିବା କାମ ପୂରଣ ହେବ। ଆଜି ଅନ୍ୟଙ୍କୁ ସାହାଯ୍ୟ କରିବେ। ଗରିବଙ୍କୁ ଦାନ କରିବେ। ପିଲାମାନେ ପଢ଼ାରେ ଧ୍ୟାନ ଦେବେ।

କର୍କଟ: ଆଜିର ଦିନ ଆଳସ୍ୟଭରା ରହିବ। ଦିନ ଆରମ୍ଭରୁ ହିଁ ଦୁର୍ବଳ ଅନୁଭବ କରିବେ। କୌଣସି ବିପଦ ଜନକ କାମରେ ହାତ ମାରନ୍ତୁ ନାହିଁ। ସାଙ୍ଗଙ୍କ ସହ ଅଧିକ କଥା ହେବେ। ମା’ଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବ।

ସିଂହ: ଆଜି ଶାନ୍ତିରେ ଦିନ କଟିବ। କାହାକୁ ପରାମର୍ଶ ଦିଅନ୍ତୁ ନାହିଁ। ଭାବିଚିନ୍ତି ଧନ ନିବେଶ କରନ୍ତୁ। ଲାଭ ପାଇବେ। ସ୍ତ୍ରୀଙ୍କୁ ସମ୍ମାନ ଦିଅନ୍ତୁ। ପିଲାମାନେ ପାଠ ପଢ଼ାରେ ମନ ନିବେଶ କରନ୍ତୁ।

କନ୍ୟା: ଅଧିକ ଲାଭଯୁକ୍ତ ରହିବ। ସାଙ୍ଗଙ୍କ ସାହାଯ୍ୟରେ ଅଟକି ଥିବା କାର୍ଯ୍ୟ ପୂରଣ ହେବ। ପରିବାରର ସଦସ୍ୟଙ୍କ ଦେହ ଖରାପ ଯୋଗୁ ଚିନ୍ତାରେ ରହିପାରନ୍ତି। ପ୍ରେମ ମାମଲାରେ ସତର୍କ ରୁହନ୍ତୁ। ଆପଣଙ୍କୁ ଦେଖି ଲୋକମାନେ ଈର୍ଷା କରିପାରନ୍ତି।

ତୁଳା: କାମ ଚାପ ଅଧିକ ରହିବ। ଭୂମି- ଭବନ ମାମଲା ତୁଟାଇବାକୁ ସାଙ୍ଗଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। କାମ କରିବା ପୂର୍ବରୁ ଏ ନେଇ କାହାକୁ କିଛି କୁହନ୍ତୁ ନାହିଁ। ନିଜ ଭବିଷ୍ୟତର ପ୍ଲାନ୍‌ ନିଜ ଭିତରେ ହିଁ ସୀମିତ ରଖନ୍ତୁ। ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷଣ ବଢ଼ିବ। ଜୀବନସାଥୀଙ୍କ ସହ ପ୍ରେମ ବଢ଼ିବ।

ବିଛା : ଆଶାଠାରୁ କମ୍‌ ସଫଳତା ମିଳିବ। ପାରିବାରିକ ସମସ୍ୟା ବଢ଼ିବ। ଘରୋଇ ମାମଲାରେ ତିକ୍ତତା ସୃଷ୍ଟି ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ମାଲିକ ଗାଳି କରିପାରନ୍ତି। ପ୍ରେମିକାଙ୍କ ଇଚ୍ଛା ମୁତାବକ କାମ କରନ୍ତୁ। ଦେହ ପ୍ରତି ଯତ୍ନ ନିଅନ୍ତୁ।

ଧନୁ : କ୍ୟାରିୟର କିମ୍ବା ବ୍ୟବସାୟ ପାଇଁ ଦୂର ଯାତ୍ରା କରିବାକୁ ପଡ଼ିପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଫଳରେ ବଜେଟ୍‌ ଗଡ଼ବଡ଼ ହୋଇପାରେ। ବ୍ୟବହାରକୁ ନିୟନ୍ତ୍ରଣରେ ରଖନ୍ତୁ। ଜୀବନସାଥୀଙ୍କ ବ୍ୟବହାରକୁ ଅଣଦେଖା କରନ୍ତୁ ନାହିଁ।

ମକର : ପରିଶ୍ରମ କଲେ ବି ଅଧିକ ସଫଳତା ମିଳିବ ନାହିଁ। ସଫଳତା ମିଳିବାରେ ବିଳମ୍ବ ହେବ। ଏଭଳି ସ୍ଥିତିରେ ପରିବାରଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ପାଠପଢ଼ା ପିଲା ପଢ଼ାରେ ମନ ଦେଇ ପାରିବେ ନାହିଁ। ପ୍ରେମ ସମ୍ପର୍କକୁ ମଜଭୁତ କରିବାକୁ ଜୀବନସାଥୀଙ୍କୁ ସମୟ ଦିଅନ୍ତୁ।

କୁମ୍ଭ : ଚାକିରିଆଙ୍କୁ ନୂଆ ଦାୟିତ୍ୱ ଦିଆଯିବ। ଫଳରେ ମାନ-ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସମସ୍ତେ ପ୍ରଶଂସା କରିବେ। ଘର ପରିବାରର ବାତାବରଣ ସୁଖଦ ରହିବ। ବୈବାହିକ ଜୀବନ ସୁଖମୟ ରହିବ। ଜୀବନର ପ୍ରତିଟି ମୁହୂର୍ତ୍ତରେ ଜୀବନସାଥୀଙ୍କ ସହଯୋଗ ମିଳିବ।

ମୀନ: ଚାକିରିଆଙ୍କୁ ଇଚ୍ଛା ମୁତାବକ ଜାଗାକୁ ଯିବାକୁ ସୁଯୋଗ ମିଳିବ। ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯିବେ। ସପ୍ତାହ ଶେଷରେ ସନ୍ତାନଙ୍କ ସହ ଜଡ଼ିତ ବଡ଼ ଖୁସି ଖବର ମିଳିବ। ସାଥୀଙ୍କ ଠାରୁ କୌଣସି ବଡ଼ ସରପ୍ରାଇଜ୍‌ ମିଳିପାରେ।