ଏହି ରାଶିର ଲୋକମାନଙ୍କ ପାଇଁ ଦିନଟି ସୁ୍‌ଖ ଓ ଶାନ୍ତିରେ କଟିବ, ଜାଣନ୍ତୁ ଆଜିର ରାଶିଫଳ

ମେଷ : କାର୍ଯକ୍ଷେତ୍ରରେ ଖୁସି ରହିବେ। କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନl ରହିଛି । ଭବିଷ୍ୟତ ପାଇଁ ନୂତନ ଯୋଜନା କରିପାରନ୍ତି । ବେପାର ପାଇଁ କିଛି ନୂଆ ଯୋଜନା କରିପାରନ୍ତି । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇ ପାରନ୍ତି ।

ବୃଷ : ପ୍ରଭୁଙ୍କ କୃପା ଦୃଷ୍ଟିରୁ ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ । ପାରିବାରିକ ଜୀବନ ଶାନ୍ତିମୟ ରହିବ । କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ । ମହିଳାମାନଙ୍କ ପାଇଁ ଦିନଟି ଭଲ ରହିବ ।

ମିଥୁନ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନଟି ଲାଭଦାୟକ ହେବ । ଆକସ୍ମିକ ଧନଲାଭ ହେବାସହ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିପାରେ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । ବୈବାହିକ ଜୀବନରେ ମଧୁରତା ଆସିବ ।

କର୍କଟ : ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି । ନିଜ ଲୋକଙ୍କ ସହଯୋଗ ପାଇ ନୂତନ କାର୍ଯ୍ୟ କରିବାରେ ସମର୍ଥ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ : ଗୃହସ୍ତ ଜୀବନରେ ସୁଖ ଓ ଶାନ୍ତି ବଜାୟ ରହିବ । ସାଙ୍ଗଙ୍କ ସହ ବୁଲିବାର ଯୋଗ ରହିଛି । ହରେଇଥିବା ଜିନିଷ ଫେରି ପାଇପାରନ୍ତି । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ । ନୂତନ ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ।

କନ୍ୟା : ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ, କଳା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହୋଇପାରେ । ସରକାରୀ ସ୍ତରରେ ଉପରିସ୍ଥଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।

ତୁଳା : କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିପାରେ । ନକରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ । କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହୋଇପାରେ । ପରିବାରରେ ଅଶାନ୍ତି ଦେଖାଦେଇପାରେ ।

ବିଛା : ଆଜି ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗ ମିଳିପାରେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିପାରନ୍ତି । ମହିଳାମାନେ ଗୃହ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।

ଧନୁ : ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି । ଅଫିସରେ କିଛି ଖୁସି ଖବର ମିଳିପାରେ । ପିଲାମାନଙ୍କୁ ପରୀକ୍ଷାରେ ସଫଳତା ମିଳିପାରେ । ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି ।

ମକର : ମାନସିକ ସ୍ଥିରତା କାରଣରୁ କୌଣସି କାର୍ଯ୍ୟ ପୂରା କରିବା ସରଳ ହେବ । ଉତ୍ତମ ଭୋଜନ ପ୍ରାପ୍ତି ହୋଇପାରେ । ବିନା କାରଣରେ ବହୁତ ବ୍ୟସ୍ତ ରହିପାରନ୍ତି । ମନ ଅସ୍ତିର ରହିବା ସହ ପରିବାରରେ ବିବାଦ ଦେଖାଦେଇପାରେ ।

କୁମ୍ଭ : ନିଜ କାମକୁ ନେଇ ଆଜି ପ୍ରଶଂସା ପାଇପାରନ୍ତି । କୋର୍ଟ କଚେରୀ ମାମଲାରେ ଚିନ୍ତା ବଢିପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ୱ ମିଳିପାରେ ।

ମୀନ : ଆଜିର ଦିନଟି ଆପଣଙ୍କ ପାଇଁ ଠିକ୍‌ଠାକ୍‌ ରହିବ । ବ୍ୟବସାୟୀଙ୍କୁ ଅଚାନକ ଧନଲାଭର ସୁଯୋଗ ମିଳିପାରେ । କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।