ଆଜି ଏହି ଲୋକଙ୍କର ଆୟ ବଢ଼ିବ, ଏଥିରେ ନାହିଁ ତ ଆପଣଙ୍କ ରାଶି?
ସନ୍ତାନର କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ସହଭାଗୀତାରେ କୌଣସି କାମ କରନ୍ତୁ ନାହିଁ, ନଚେତ୍ କ୍ଷତି ସହିପାରନ୍ତି। ଲେଣଦେଣ ମାମଲାରେ ସାବଧାନ ରୁହନ୍ତୁ। ପୈତୃକ ସମ୍ପତ୍ତି ମାମଲାରେ ବିଜୟୀ ହୋଇପାରନ୍ତି। ବ୍ୟବସାୟରେ ଭାବିଚିନ୍ତି ନିବେଶ କରନ୍ତୁ। ଘରେ ପୂଜାପାଠର ଆୟୋଜନ ହୋଇପାରେ।

ମେଷ : ଆପଣ ସନ୍ତାନର କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ସହଭାଗୀତାରେ କୌଣସି କାମ କରନ୍ତୁ ନାହିଁ। ଏଥିରେ ଆପଣଙ୍କୁ କ୍ଷତି ହୋଇପାରେ। ଲେଣଦେଣ ମାମଲାରେ ସାବଧାନ ରୁହନ୍ତୁ।
ବୃଷ : ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବ। ପୈତୃକ ସମ୍ପତ୍ତି ମାମଲାରେ ବିଜୟୀ ହୋଇପାରନ୍ତି। ବ୍ୟବସାୟରେ ଭାବିଚିନ୍ତି କୌଣସି ନିବେଶ କରନ୍ତୁ। ଘରେ ପୂଜାପାଠର ଆୟୋଜନ ହେବ।
ମିଥୁନ : ଯଦି କୌଣସି ଯାତ୍ରାରେ ଯାଉଛନ୍ତି, ତା’ ହେଲେ ସାବଧାନତା ଅବଲମ୍ବନ କରନ୍ତୁ। ଆଜି ଆପଣଙ୍କୁ ଶାରୀରିକ କଷ୍ଟ ହୋଇପାରେ। ନୂଆ ସମ୍ପତ୍ତି କିଣିବାରେ ଆଗ୍ରହୀ ହେବେ।
କର୍କଟ : ଜୀବନସାଥୀଙ୍କ ସହ ଚାଲିଥିବା ମତାନ୍ତର ଦୂର ହେବ। ଆପଣଙ୍କର ନିର୍ଣ୍ଣୟ ନେବାର କ୍ଷମତାରୁ ଆପଣଙ୍କୁ ଲାଭ ମିଳିବ। ପରିବାରରେ କୌଣସି ସଦସ୍ୟଙ୍କର ଆଗମନ ହୋଇପାରେ।
ସିଂହ : ଉତ୍ତମ ସମ୍ପତ୍ତି ଲାଭର ଯୋଗ ରହିଛି। କୌଣସି ପୁରୁଣା ବନ୍ଧୁଙ୍କୁ ଭେଟି ପ୍ରସନ୍ନ ହେବେ। ଯଦି ଆପଣ କାହାଠାରୁ ଧନ ଉଧାର ନେଇଥିଲେ, ତାହାକୁ ଭରଣା କରିବାରେ ସଫଳ ହେବେ।
କନ୍ୟା : ଆଜିର ଦିନ ଫଳଦାୟକ ରହିବ। ଲମ୍ବା ସମୟରୁ ଅଟକି ରହିଥିବା କାମ ଆଜି ପୂରା ହୋଇଯିବ। ବ୍ୟବସାୟରେ ଭଲ ଲାଭ ମିଳିବା ଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ।
ତୁଳା : ଆଜି ଆପଣ କଠିନ ପରିଶ୍ରମ କରିବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ଭଲ ଫଳାଫଳ ଆଣିବେ। ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ। ଘରେ ଶୁଭ ମାଙ୍ଗଳିକ କାର୍ଯ୍ୟ ହୋଇପାରେ।
ବିଛା : ଆଜିର ଦିନ ସୁଖରେ କଟିବ। ଚାକିରି ସହିତ କୌଣସି ପାର୍ଟ-ଟାଇମ୍ କାମ କରିବାକୁ ମଧ୍ୟ ମନ ବଳାଇ ପାରନ୍ତି। କୌଣସି ସାଙ୍ଗ ଆପଣଙ୍କ ଘରକୁ ଅତିଥି ହୋଇ ଆସିପାରନ୍ତି।
ଧନୁ : ଆଜି କୌଣସି ବଡ଼ କାମ ଆରମ୍ଭ କରିପାରନ୍ତି। ନିଜ ସହଯୋଗୀଙ୍କୁ ମନର କଥା କହିବାକୁ ମଉକା ମିଳିବ। ଘରକୁ ଅତିଥି ଆସିପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।
ମକର : ଆଜି ଅତ୍ୟଧିକ ପରିଶ୍ରମ କରିବେ। ଆପଣଙ୍କ ଉପରେ କାମର ବୋଝ ଅଧିକ ରହିବ। ଆୟର ନୂଆ ନୂଆ ସ୍ରୋତ ପ୍ରାପ୍ତ ହେବ। ପରିବାରରେ ଚାଲିଥିବା ବାଦ ବିବାଦ ଦୂର ହେବ।
କୁମ୍ଭ : ଆଜିର ଦିନ ମିଶ୍ରିତ ରହିବ। ନିଜର ବ୍ୟବହାର ଯୋଗୁ ଚିନ୍ତିତ ରହିବେ। କାରଣ, ଆପଣ ଅଯଥାରେ କ୍ରୋଧ କରିବେ। ଆପଣଙ୍କ ଉନ୍ନତି ରାସ୍ତାରେ ଆସୁଥିବା ବାଧା ଦୂର ହେବ।
ମୀନ : ନିଜ ସାଙ୍ଗଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇପାରନ୍ତି। ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ, ନଚେତ୍ ପେଟ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ।