ଆଜିର ଭାଗ୍ୟଫଳ : ଆଜି ଏହି ରାଶିର ଲୋକଙ୍କୁ ପ୍ରତ୍ୟେକ କାମରେ ମିଳିବ ସଫଳତା

ମେଷ : କର୍ମକ୍ଷେତ୍ରରେ ପ୍ରତିଷ୍ଠା, ପାରିବାରିକ ଶାନ୍ତି ସାଙ୍ଗକୁ ଅର୍ଥନୈତିକ ବିକାଶ ଘଟିବ । ମନ ବୁଝିଲାଭଳି କଥା କହି ଆକସ୍ମିକ ସମସ୍ୟାକୁ ନିୟନ୍ତ୍ରଣ କରିପାରିବେ । ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର, ମନୋରଞ୍ଜନ କ୍ଷେତ୍ରରେ ସୁଫଳ ମିଳିବ ।

ବୃଷ : ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ ଅବଶ୍ୟମ୍ଭାବୀ । ବନ୍ଧୁବତ୍ସଳ, ବୌଦ୍ଧିକ ବିକାଶ ସହ ସାହାଯ୍ୟ ମନୋବୃତ୍ତି ଜାଗିବ । ଅଟକି ରହିଥିବା କାମ ସକାଶେ ପ୍ରତିକୂଳ ପରିସ୍ଥିତିର ଚାପ କମିଯିବ । ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି ।

ମିଥୁନ : କର୍ମାରମ୍ଭ, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ ପାଇବେ । ସତ୍‌ସଙ୍ଗ, ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା ଓ ବନ୍ଧୁମିଳନ ହେତୁ ମନ ଖୁସି ରହିବ । କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ ମାନସିକ ଦ୍ୱନ୍ଦ୍ୱ ଭିତରେ ସମୟ କଟାଇବେ । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରନ୍ତି ।

କର୍କଟ : ସ୍ୱାସ୍ଥ୍ୟରେ ଅବନତି ସାଙ୍ଗକୁ ଅର୍ଥସଂକଟ ଦେଖାଦେଇପାରେ । ପ୍ରେସ୍‌ ପବ୍ଳିକେଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହେବାକୁ ପଡ଼ିପାରେ । ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି ।

ସିଂହ : କାର୍ଯ୍ୟସିଦ୍ଧି ଘଟିଲେ ମଧ୍ୟ ମଙ୍ଗଳ ପ୍ରଭାବରେ କଳହର ଆଶଙ୍କା ରହିଛି । ନିୟନ୍ତ୍ରିତ ସ୍ୱାସ୍ଥ୍ୟ, ଆଲୋଚନାର ନିଷ୍ପତ୍ତି, ବନ୍ଧୁ ସମ୍ପର୍କ ଓ କର୍ମକ୍ଷେତ୍ର ନିରୁପଦ୍ରବ ରହିପାରେ । ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯତ୍ନ କରିବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ ।

କନ୍ୟା : ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ସୁଦ୍ଧା ଟେନସନ ଲାଗିରହିବ । ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗିରହିବା ସହ ହାତଖାଲି ରହିବାରୁ ମନରେ ସରସତା ରହିବ ନାହିଁ । ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି । ବନ୍ଧୁଙ୍କ ସହ ସାଧାରଣ ବଚସାରୁ ମନୋମାଳିନ୍ୟ ଘଟିପାରେ ।

ତୁଳା : ପ୍ରତ୍ୟେକ କ୍ଷେତ୍ରରେ ସିଦ୍ଧିଲାଭ ଘଟିବ । ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ପରିବାରରେ ମତାନ୍ତରର ସମ୍ଭାବନା ରହିଛି । ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ପଦକ୍ଷେପ ଗ୍ରହଣ କରିପାରନ୍ତି । ଲେଖାପଢ଼ା, ଶିକ୍ଷା, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହୋଇପାରେ ।

ବିଛା : କାର୍ଯ୍ୟହାନି, ଧନପ୍ରାପ୍ତିରେ ବାଧା ଓ ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି । ପାରିବାରିକ ସମସ୍ୟା ହେତୁ ମନରେ ସରସତା ରହି ନ ପାରେ । ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ତଥାପି ଯାତ୍ରା, ଭ୍ରମଣ ପାଇଁ ମନ ବଳାଇପାରନ୍ତି ।

ଧନୁ : କାର୍ଯ୍ୟସାଧନ, ଅର୍ଥପ୍ରାପ୍ତିରେ ବାଧା ଉପୁଜିବ । ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ପାରିବାରିକ ଜୀବନରେ ତିକ୍ତତା ଦେଖା ଦେଇପାରେ ।

ମକର : ସ୍ୱାସ୍ଥ୍ୟରେ ଉନ୍ନତି ସାଙ୍ଗକୁ ଆବଶ୍ୟକତା ପୂରଣ ଦିଗରେ ଯତ୍ନଶୀଳ ହେବେ । ସରଳ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ହେବନାହିଁ । ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟରୁ ମନୋବଳ କ୍ରମଶଃ ବୃଦ୍ଧି ପାଇବ ।

କୁମ୍ଭ : ଆଜି ମାନସିକ ସ୍ଥିରତା ରହି ନ ପାରେ । ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ କଥା କଟାକଟି ଘଟିପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ଓ ସଭାସମିତିରେ ଯୋଗଦେଲେ ପ୍ରଶଂସିତ ହେବେ । ଆର୍ଥିକ ସ୍ଵଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହୋଇପାରନ୍ତି ।

ମୀନ : ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ । ସ୍ଵଗୃହରେ ଶନି ସ୍ୱାସ୍ଥ୍ୟକୁ ନିରାମୟ ରଖିବାରେ ସାହାଯ୍ୟ କରିବେ । ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ପାଇଁ ମନ ବଳାଇବେ । ଆତ୍ମୀୟସ୍ଵଜନ,ସ୍ତ୍ରୀ କିମ୍ବା ଭାଇଙ୍କ ସ୍ୱାସ୍ଥ୍ୟ ସକାଶେ କିମ୍ବା କଳହ ହେତୁ ଚିନ୍ତା କରିପାରନ୍ତି ।