ଆଜିର ଭାଗ୍ୟଫଳ : ଆଜି ଏହି ରାଶିର ଲୋକଙ୍କୁ ସଫଳତା ମିଳିବା ଦ୍ୱାରା ମନ ଖୁସି ରହିବ

ମେଷ : ଆଜି ଦିନଟି ସତେଜତା ସହିତ ଆରମ୍ଭ ହେବ । ଆପଣ କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେବେ, ଯଦ୍ଦ୍ଵାରା ଆପଣଙ୍କୁ ସଫଳତା ମଧ୍ୟ ମିଳିବ ।
ବୃଷ : ଆଜି ପରିବାର ସଦସ୍ୟଙ୍କ ଆବଶ୍ୟକତା ପୂରଣ କରିବା ଆପଣଙ୍କର ପ୍ରାଥମିକତା ହୋଇପାରେ । ଦ୍ୱିପ୍ରହର ପର୍ଯ୍ୟନ୍ତ ସ୍ଥିତି ଖରାପ ରହିବ। କୌଣସି ଯାତ୍ରାରେ ଯାଇପାରନ୍ତି ।
ମିଥୁନ : ଆଜିର ଦିନ ଆପଣଙ୍କ ପାଇଁ ଉତ୍ଥାନ-ପତନରେ ଭରି ରହିବ । ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ ।
କର୍କଟ : ଆଜି ପରିବାର ସହିତ କେଉଁଆଡ଼େ ଯିବାକୁ ଯୋଜନା କରିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଆଜି ଭଲ ରହିବ ।
ସିଂହ : ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ଫଳ ନେଇ ଆସିବ । ଅଟକିଥିବା କାର୍ଯ୍ୟରେ ଆପଣଙ୍କୁ କୌଣସି ବନ୍ଧୁଙ୍କଠାରୁ ସାହାଯ୍ୟ ମିଳିବ, ଯଦ୍ଦ୍ଵାରା ମନ ପ୍ରସନ୍ନ ହେବ ।
କନ୍ୟା : ଆଜି ଆପଣଙ୍କ ଦିନ ଉତ୍ତମ ରହିବ । କୌଣସି ପରୀକ୍ଷାରେ ସଫଳତା ମିଳିବା ଦ୍ୱାରା ମନ ଖୁସି ରହିବ । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ ।
ତୁଳା : ଆଜି ପରିବାରରେ ସମସ୍ତେ ବେଶ୍ ଖୁସି ରହିବେ । ଆଜି ଶାରୀରିକ ସମସ୍ୟା ସହିତ ମାନସିକ ଚାପ ବୃଦ୍ଧି ପାଇବ । ଖର୍ଚ୍ଚ ଅଧିକ ହେବ ।
ବିଛା : ଆଜି ଆପଣଙ୍କ ପାଇଁ ଦିନଟି ଅଧିକ ଭଲ ରହିବ ନାହିଁ । ଆଜି ପରିବାର ସଦସ୍ୟଙ୍କ ସହିତ ଭଲ ଭୋଜନ ପ୍ରାପ୍ତି ରହିଛି । ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ବିଚାର କରିବେ ।
ଧନୁ : ଆଜି ଆପଣଙ୍କ ଦିନ ବଢ଼ିଆ ରହିବ । ରାସ୍ତାରେ କୌଣସି ଘନିଷ୍ଠ ବନ୍ଧୁଙ୍କ ସହିତ ଆପଣଙ୍କର ଭେଟ ହୋଇପାରେ, ଯାହାକୁ ନେଇ ଆପଣ ଖୁସି ହେବେ ।
ମକର : ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ । ଆୟ ବୃଦ୍ଧି ହେତୁ ମନ ଖୁସି ରହିବ । କିନ୍ତୁ ଖର୍ଚ୍ଚ ବୃଦ୍ଧି ପାଇବ । ପାରିବାରିକ ସୁଖ ସମର୍ଥନ ପାଇବେ ।
କୁମ୍ଭ : ଗଣେଶଙ୍କ କୃପାରୁ ଯଶ ବୃଦ୍ଧି ପାଇବ । କୌଣସି ବଡ଼ କାର୍ଯ୍ୟ ତୁଲାଇବାରେ ସଫଳ ହୋଇପାରନ୍ତି । ଯାତ୍ରାରେ ଆପଣ ଜଣେ ଭଲ ବ୍ୟକ୍ତିଙ୍କୁ ଭେଟି ପାରନ୍ତି ।
ମୀନ : ଆପଣଙ୍କ ଦିନଟି ଭଲରେ କଟିବ । ଅତିରିକ୍ତ ଟଙ୍କା ରୋଜଗାର କରିବା ପାଇଁ ନିଜର ଅଭିନବ ଚିନ୍ତାଧାରା ଉପଯୋଗ କରନ୍ତୁ । ବ୍ୟବସାୟରେ ବଡ ଫାଇଦା ଯୋଗ ରହିଛି ।