ଜାଣନ୍ତୁ ଆଜି ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ, ଆଜିର ରାଶିଫଳ

ମେଷ : ଆଜି ପୂର୍ବ ଯୋଜନାନୁଯାୟୀ କର୍ମରେ ପ୍ରବୃତ୍ତ ହେବେ ଏବଂ ବନ୍ଧୁଙ୍କୁ ମନେଇ କାମ ହାସଲ କରିବେ । ସଙ୍ଗୀତ ସମାରୋହ, ସତ୍ସଙ୍ଗ, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରନ୍ତି । ଜନକଲ୍ୟାଣ ସମ୍ବନ୍ଧୀୟ କାର୍ଯ୍ୟ, ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଉଚ୍ଚ ଫଳ ମିଳିବ । ନିଜ କାମ ପଛକୁ ପକାଇ ପଡ଼ୋଶୀଙ୍କ କଥା ଚିନ୍ତା କରିବେ ।
ବୃଷ : ଆଜି ପାରିବାରିକ ଅସ୍ଥିରତାଜନିତ ମାନସିକ ସ୍ଥିତି ଭଲ ରହିବନାହିଁ । କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗରେ କାମ ହାସଲ କରିବେ । ସାମାଜିକ ସ୍ତରରେ ଆଜି ଯାହାକୁ ଯାହା କହିବ ସେହି ବ୍ୟକ୍ତି କଦାପି ମନାକରିବ ନାହିଁ । ଆଜିର ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ବନ୍ଧୁଙ୍କ ସହ ଆଲୋଚନା ନିଷ୍ଫଳ ହେବନାହିଁ ।
ମିଥୁନ : କୌଣସି କଥାକୁ ଖାତିର ନ କରି ଆଗକୁ ମାଡ଼ି ଚାଲିବେ । ସମ୍ମୁଖରେ କିଏ କିଛି ସିନା କହିବେ ନାହିଁ ପଛରେ ସମାଲୋଚନା କରିବେ । କର୍ମଜଞ୍ଜାଳ ଓ କାର୍ଯ୍ୟବ୍ୟସ୍ତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ । ପରିବାରରେ ସମସ୍ୟା ସମାଧାନ ପାଇଁ ହଠାତ୍ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍ ହେବ ନାହିଁ ।
କର୍କଟ : କିଛି କାମକୁ ନେଇ ହଡ଼ବଡ଼େଇ ଗଲେ ମଧ୍ୟ ଯାହା ଚାହୁଁଛନ୍ତି ତାହା ପାଇବେ । ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଜିନିଷ କ୍ରୟ କିମ୍ବା ବିକିବା ଦିଗରେ କ୍ଷତିରେ ପଡ଼ିପାରନ୍ତି । ଭାଇ କିମ୍ବା ପଡ଼ୋଶୀଙ୍କ ସହ ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ । ବନ୍ଧୁ ସହ ଆନୁଷ୍ଠାନିକ କାମ ପାଇଁ ଆଲୋଚନା କରିବେ ।
ସିଂହ : ପରିସ୍ଥିତିବଶତଃ ଶତ୍ରୁତା କରୁଥିବା ଲୋକ ମିତ୍ର ସାଜିବା ପାଇଁ ଚେଷ୍ଟିତ ହେବେ । ଅଟକିଥିବା କାମଟିକୁ ହଠାତ୍ ଆରମ୍ଭକରିବାକୁ ମନ ବଳାଇପାରନ୍ତି । ରାଜନୀତି, ସଂଗଠନ, ଆଲୋଚନା କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପ୍ରଶାସନ, ଆଇନ, ପ୍ରକାଶନ କ୍ଷେତ୍ରରେ ସମସ୍ୟାର ଆଶୁ ସମାଧାନ ଆଶା ରହିଛି ।
କନ୍ୟା : କାମଗୁଡ଼ିକ ଡେରିରେ ସମ୍ପନ୍ନ ହେବାରୁ କ୍ଷୋଭ ପ୍ରକାଶ କରିପାରନ୍ତି । ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବାରୁ ବ୍ୟସ୍ତତା ପ୍ରକାଶ କରିବେ । ଅବଶ୍ୟ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । ବାଣିଜ୍ୟ, ଜମିଜମା କାରବାର, ନିର୍ମାଣ, ପରିବହନରୁ ଭଲ ଲାଭ ପାଇବେ ।
ତୁଳା : ବିଭିନ୍ନ ସୂତ୍ରରୁ ଅର୍ଥଲାଭ ହେବ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ । ଘଟଣାକୁ ଭଲରୂପରେ ନ ବୁଝି ସହକର୍ମୀ କିମ୍ବା ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ପାଖରେଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ହୋଇପାରେ ।
ବିଛା : କେତେକ କ୍ଷେତ୍ରରେ ସମସ୍ୟାର ସମାଧାନ ଜନିତ ଟେନସନ ଲାଗି ରହିବ । ହାତକୁ ନେଇଥିବା କାମଗୁଡ଼ିକ ସୁରୁଖୁରୁରେ ହୋଇଯିବ । ଭୁଲ୍ ବୁଝାମଣା କାରଣରୁ ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ । ସାମ୍ବାଦିକତା, ସାହିତ୍ୟ ଚର୍ଚ୍ଚା, ଲେଖାପଢ଼ା, ସଭାସମିତି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ ।
ଧନୁ : କୂଟନୀତି ପ୍ରୟୋଗକରି ଯେମିତି ଚାହୁଁଛନ୍ତି ସେମିତି କରିବାରେ ସଫଳ ହେବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି । ଆଜିର ଯାତ୍ରା କାଳରେ ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ । ବିବାଦରେ ପଶିଲେ ଧନହାନି ଓ ପୂର୍ବ ଶତ୍ରୁତାରୁ କଳହକୁ ଏଡ଼ି ହେବ ନାହିଁ ।
ମକର : ବନ୍ଧୁଙ୍କ ଆଗରେ ମନଖୋଲା କଥା ପ୍ରକାଶ କରି ପାରିଲେ ହିଁ ଭଲ ହେବ । ପୁରାତନ ରୋଗର ପୀଡ଼ା ସାମାନ୍ୟ ଅନୁଭବ କଲେ ମଧ୍ୟ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି ।
କୁମ୍ଭ : ବନ୍ଧୁମାନଙ୍କ ସହ ଯୋଗାଯୋଗ ନିରର୍ଥକ ହେବନାହିଁ । ପରିବାରର ଖର୍ଚ୍ଚ ଭାର ବଢ଼ି ଯିବା କାରଣରୁ ଚିନ୍ତିତ ରହିପାରନ୍ତି । କର୍ମକ୍ଷେତ୍ରରେ ମନ୍ଥର ଗତି ହେତୁ ସଫଳତାରେ ଆଶଙ୍କା ସୃଷ୍ଟି ହୋଇପାରେ । କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ସଫଳତା ହାସଲକରିବେ ।
ମୀନ : ଆଜିର କାମଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହେବା ବଦଳରେ କଷ୍ଟକର ହେବ । ନୂଆ ଯୋଜନା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେ କରିପାରନ୍ତି । ନୀଚ ସଂସର୍ଗରୁ ଦୂରେଇ ନ ରହିଲେ ଅନୁତାପ ପାଇଁ ସମୟ ପାଇବେ ନାହିଁ । ଜମିଜମା କାରବାର, ନିର୍ମାଣ ବାଣିଜ୍ୟ, ବ୍ୟବସାୟରେ ଆଶାନୁଯାୟୀ ସୁଫଳ ପାଇବେ ।