ଘରେ ମାଙ୍ଗଳିକ ଆୟୋଜନ ହୋଇପାରେ, ପରିବାର ହସଖୁସିରେ ପୂରି ଉଠିବ; ଜାଣନ୍ତୁ ଆପଣଙ୍କ ରାଶି ଆଜି କ’ଣ କହୁଛି
ଆଜି ମାନସିକ ଚିନ୍ତା ଆପଣଙ୍କୁ ଧାର୍ମିକ କାର୍ଯ୍ୟରେ ଧ୍ୟାନ କୈନ୍ଦ୍ରିତ କରିବାକୁ ଦେବ ନାହିଁ। ଆୟର ମାଧ୍ୟମକୁ ମଜଭୁତ କରିବାକୁ ଚେଷ୍ଟା ଜାରି ରଖିବେ। ପାରିବାରିକ ସ୍ତରରେ ସୁଖ ବୃଦ୍ଧି ହେବ।

ମେଷ: ମାନସିକ ଚିନ୍ତା ଆଜି ଆପଣଙ୍କୁ ଧାର୍ମିକ କାର୍ଯ୍ୟରେ ଧ୍ୟାନ କୈନ୍ଦ୍ରିତ କରିବାକୁ ଦେବ ନାହିଁ। ଆୟର ମାଧ୍ୟମକୁ ମଜଭୁତ କରିବାକୁ ଚେଷ୍ଟା ଜାରି ରଖିବେ।
ବୃଷ: ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ରହିବ। ଦାମ୍ପତ୍ୟ ଜୀବନ ଜିଉଁଥିବା ଲୋକଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।
ମିଥୁନ: ଆଜି ପାରିବାରିକ ସ୍ତରରେ ସୁଖ ବୃଦ୍ଧି ହେବ। ଆଜିର ଦିନ କ୍ରୋଧ ନ କରିବା ଭଲ ହେବ। ଅନ୍ୟମାନଙ୍କୁ ଭେଟିବା ଆପଣଙ୍କ ପାଇଁ ଲାଭଦାୟକ ହେବ।
କର୍କଟ: ଆୟ ଠିକ୍ଠାକ୍ ରହିବ। ସନ୍ତାନଙ୍କଠାରୁ କିଛି ଭଲ ଖବର ମଧ୍ୟ ମିଳିପାରେ। ଆପଣଙ୍କୁ ନୂଆ କୌଶଳ ବିକାଶ କରିବା ପାଇଁ ଅବସର ମିଳିବ।
ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ସ୍ୱାସ୍ଥ୍ୟ ମଜଭୁତ ରହିବ। କାର୍ଯ୍ୟ କ୍ଷେତ୍ରରେ ବି ଆପଣ ଭଲ ଫଳାଫଳ ପାଇବେ।
କନ୍ୟା: ଆଜି ଘରେ କୌଣସି ମାଙ୍ଗଳିକ ଆୟୋଜନ ହୋଇପାରେ। କପଡା ବ୍ୟବସାୟ ସହ ଜଡିତ ଲୋକମାନେ ଆଶାଠାରୁ ଅଧିକ ଧନ ପାଇବେ।
ତୁଳା: ଅନୁସନ୍ଧାନରେ ଜଡିତ ଲୋକମାନେ ସଫଳତା ପାଇବେ। ପାରିବାରିକ ଜୀବନ ସୁସଂଗତ ହେବ। ଆଜି ଆତ୍ମ ନିୟନ୍ତ୍ରଣ ବଢ଼ିବ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ।
ବିଛା: ଆଜି ମିଶ୍ରିତ ଫଳ ପାଇବେ। ପରିବାରର ମାହୋଲ ଭଲ ରହିବ, କିନ୍ତୁ କୌଣସି କଥାକୁ ନେଇ ପରିବାର ଲୋକମାନେ ପରସ୍ପର ବିରୋଧରେ ଅଭିଯୋଗ କରିବାକୁ ଚେଷ୍ଟା କରିବେ।
ଧନୁ: ଆଜି ଆପଣଙ୍କର ପୂଜାପାଠରେ ଅଧିକ ମନ ଲାଗିବ। ପରିବାର ସହିତ କୌଣସି ମନ୍ଦିର ଦର୍ଶନ କରିବାକୁ ଯାଇପାରନ୍ତି। ସଫ୍ଟୱେର୍ ଇଞ୍ଜିନିୟରମାନଙ୍କ ପାଇଁ ଆଜିର ଦିନ ଅନୁକୂଳ।
ମକର: ଆଜି ଆପଣଙ୍କର ମାନସିକ ଚାପ ବଢ଼ିପାରେ। ଆପଣଙ୍କୁ ଧୌର୍ଯ୍ୟ ବଜାୟ ରଖିବା ଆବଶ୍ୟକ। ଆଜି ଆପଣଙ୍କ ସମ୍ପର୍କରେ ଉଦାସୀନତା ରହିବ।
କୁମ୍ଭ: ଆଜି ଆପଣଙ୍କୁ କିଛି ଭଲ ଫଳାଫଳ ମିଳିବ। କିଛି ମାମଲାରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଆପଣଙ୍କର ଆୟ ବୃଦ୍ଧି ପାଇବ।
ମୀନ: ଆଜି ପରିଶ୍ରମର ବଳ ଉପରେ ଧନ ଲାଭ ହେବ। ସାଙ୍ଗମାନଙ୍କ ସହିତ କୌଣସି ସ୍ଥାନକୁ ଯିବାର ଯୋଜନାକୁ ବାତିଲ କରିବାକୁ ପଡ଼ିପାରେ।