ଆଜି ଧାର୍ମିକ କାର୍ଯ୍ୟରେ ଭାଗ ନେବେ, ବ୍ୟବସାୟରେ ଲାଭ ହେବ; ଜାଣନ୍ତୁ ରାଶିଫଳ
ଆଜି ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି। ବ୍ୟବସାୟରେ ଅଂଶୀଦାରମାନଙ୍କ ସହିତ ସମ୍ପର୍କ ଭଲ ରହିବ। ରୋଜଗାର ଭଲ ହେବ। କାର୍ଯ୍ୟକ୍ଷେତ୍ରରେ ଭଲ ଫଳାଫଳ ମିଳିବ। ଅଫିସ୍ କାମରେ ଆପଣ ଦୂରକୁ ଯାଇପାରନ୍ତି।

ମେଷ: ଆଜି ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି। ବ୍ୟବସାୟରେ ଅଂଶୀଦାରମାନଙ୍କ ସହିତ ସମ୍ପର୍କ ଭଲ ରହିବ।
ବୃଷ: ଆଜି ଆପଣଙ୍କ ଆୟ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଭଲ ଫଳାଫଳ ମିଳିବ। ଅଫିସ୍ କାମରେ ଦୂରକୁ ଯାଇପାରନ୍ତି।
ମିଥୁନ: ଜୀବନସାଥୀଙ୍କ ସହ ନିଜ ସମ୍ପର୍କକୁ ନେଇ ଆପଣ ବହୁତ ଭାବୁକ ରହିବେ। ନିଜ ଭାବନା ଉପରେ ଆପଣଙ୍କୁ ଟିକେ ନିୟନ୍ତ୍ରଣ ରଖିବାକୁ ହେବ।
କର୍କଟ: ଆର୍ଥିକ ସ୍ଥିତି ଭଲ ରହିପାରେ। ମନରେ ଉତ୍ସାହ ରହିବ। କାର୍ଯ୍ୟ ପ୍ରତି ଆଗ୍ରହ ରହୀବ। ଆପଣଙ୍କ ପିଲାମାନେ ବହୁତ ଅନୁଶାସିତ ରହିବେ।
ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଟିକେ ଦୁର୍ବଳ ରହିବ। ଆପଣଙ୍କ ମାନସିକ ଚିନ୍ତା ବଢ଼ିପାରେ। ଶାଶୁଘର ଲୋକଙ୍କୁ ଭେଟିବା ଦ୍ୱାରା ମନ ପ୍ରସନ୍ନ ରହିବ।
କନ୍ୟା: ଆଜି ମନ ଖୁସି ରହିବ। ଆପଣ ପରିବାର ସଦସ୍ୟଙ୍କ ସହିତ ଘରୋଇ କାମ ପୂରା କରିବାକୁ ଚେଷ୍ଟା କରିବେ। ଚାକିରିରେ ପଦୋନ୍ନତି ଯୋଗ ରହିଛି।
ତୁଳା: ମନରେ ଆଳସ୍ୟ ଓ ନିରାଶାର ଭାବନା ରହିବ। ଅଧିକ ବାଦ ବିବାଦରେ ପଡ଼ନ୍ତୁ ନାହିଁ। ଯେତେ ସମ୍ଭବ ଶାନ୍ତିରେ କଥାବାର୍ତ୍ତା କରନ୍ତୁ।
ବିଛା: ଆଜିର ଦିନ ଆପଣଙ୍କ ପାଇଁ ଭଲ। ଆପଣ କିଛି ନୂଆ ପଢ଼ିବେ, ଯଦ୍ଦ୍ଵାରା ଜ୍ଞାନର ପରିସର ବୃଦ୍ଧି ପାଇବ। ଆପଣଙ୍କ ରୋଜଗାର ମଧ୍ୟ ବଢ଼ିପାରେ।
ଧନୁ: ଦିନଟି ଭଲରେ କଟିବ। କିଛି ଲୋକଙ୍କଠାରୁ ଆପଣଙ୍କୁ ଆଶାଠାରୁ ଅଧିକ ଫାଇଦା ମିଳିବ। ଲଭ୍ମେଟଙ୍କଠାରୁ ହଠାତ୍ ସରପ୍ରାଇଜ୍ ମିଳିବ।
ମକର: ଆଜି ଆପଣ ସମର୍ପିତ ହୋଇ କାମ ପୂରା କରିବାକୁ ଚେଷ୍ଟା କରିବେ। ପାରିବାରିକ ଚିନ୍ତା ରହିବ। ଅଯଥା କଥାରେ ଧ୍ୟାନ ଦିଅନ୍ତୁ ନାହିଁ।
କୁମ୍ଭ: ଆଜି ଆୟ ଭଲ ରହିବ, କିନ୍ତୁ ଖର୍ଚ୍ଚ ଅଧିକ ହେବ। ନିଜ ସ୍ୱାସ୍ଥ୍ୟ ପ୍ରତି ପୂରା ଧ୍ୟାନ ଦିଅନ୍ତୁ ଏବଂ ପରିବାରର ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ମୀନ: ଆଜି ଆପଣଙ୍କୁ ଲାଭର ଅନେକ ମଉକା ମିଳିବ। ପରିବାର ଲୋକଙ୍କ ସହଯୋଗ ପ୍ରାପ୍ତ ହେବ। ଆପଣ ନୂଆ ଗାଡ଼ି କିଣିବାକୁ ମନ ବଳାଇବେ।