ଆଜିର ରାଶିଫଳ: କିପରି କଟିବ ଆପଣଙ୍କ ଦିନ

ମେଷ : ସ୍ୱାସ୍ଥ୍ୟରେ ଯତ୍ନ ନିଅନ୍ତୁ । କ୍ରୋଧାନ୍ବିତ ହୁଅନ୍ତୁ ନାହିଁ । ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ଦୂର ଯାତ୍ରାରେ ବାଧା ଉପୁଜିବ ।

ବୃଷ : କୋର୍ଟ କଚେରୀ ମାମଲାଠାରୁ ଦୂରେଇ ରୁହନ୍ତୁ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

ମିଥୁନ : ବିଦ୍ୟାର୍ଥୀ ସଫଳତା ପାଇବେ । ସୁସ୍ବାଦୁ ଭୋଜନ କରିବେ । ବେପାର ବାଣିଜ୍ୟରେ ସଫଳତା ପାଇବେ । ବନ୍ଧୁତ୍ବରେ ମତପାର୍ଥକ୍ୟ ଦେଖାଦେଇପାରେ ।

କର୍କଟ : ପେଟ ଜନିତ ସମସ୍ୟା ଦେଖାଦେଇପାରେ । ପାରିବାରିକ ସମସ୍ୟା ଦୂର ହେବ । ଶତ୍ରୁ ବୃଦ୍ଧି ହେବ ସହ ଖର୍ଚ୍ଚ ମଧ୍ୟ ବୃଦ୍ଧି ହେବ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ସ୍ୱାସ୍ଥ୍ୟରେ ଯତ୍ନ ନିଅନ୍ତୁ ।

ସିଂହ : ଆୟ ମଧ୍ୟମ ରହିବ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କନ୍ୟା : ଚକ୍ଷୁରେ ପୀଡ଼ା ଦେଖାଦେବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ପରିବାରରେ ଶାନ୍ତି ମିଳିବ । ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

ତୁଳା : ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । କର୍ତ୍ତବ୍ୟ ପରାୟଣ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ସୁସ୍ବାଦୁ ଭୋଜନ କରିବେ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ ।

ବିଛା : ଖର୍ଚ୍ଚ ବୃଦ୍ଧି ହେବ । ହଠାତ୍ କ୍ରୋଧାନ୍ବିତ ହୁଅନ୍ତୁ ନାହିଁ । ଆଜି କିଛି ଖୁସି ଖବର ମିଳିପାରେ । ପିତାମାତାଙ୍କର ଯତ୍ନ ନିଅନ୍ତୁ ।

ଧନୁ : ଶରୀର ଅସୁସ୍ଥ ରହିପାରେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ପରିବାରରେ ସହଯୋଗ ପାଇବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ବିଶ୍ବାସଘାତକତା ହୋଇପାରେ ।

ମକର : ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେବ । କରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଦୂରଯାତ୍ରା ସହ ଭ୍ରମଣ ଯୋଗ ରହିଛି । ଲେଭମେଟଙ୍କ ସହ ଦିନଟି ଭଲରେ କଟିବ ।

କୁମ୍ଭ : ଅହଂକାର ତ୍ୟାଗ କରନ୍ତୁ । ଛୋଟଛୋଟ କଥାକୁ ନେଇ ବ୍ୟସ୍ତତା ଦେଖାଦେବ । ଧର୍ମକାର୍ଯ୍ୟରେ ଯୋଗଦେବେ । ଅଯଥା ଖର୍ଚ୍ଚକୁ ନେଇ ଚିନ୍ତାରେ ରହିପାରନ୍ତି ।

ମୀନ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାରବାଣିଜ୍ୟରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦେଖାଦେଇପାରେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।