ଆଜିର ରାଶିଫଳ : ଜାଣନ୍ତୁ କେଉଁ ରାଶି ପାଇଁ କିଭଳି ରହିବ ଦିନ
ବଡ ଲୋକଙ୍କ ଠାରୁ ସାହାଯ୍ୟ ମିଳିବ । କୌଣସି କାର୍ଯ୍ୟରେ ସଫଳତା ମିଳିବ । ଚାକିରି ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରନ୍ତି । ଘର ସଜାଇବାରେ ଧ୍ୟାନ ଦେବେ । ପରିବାରରେ କଳହ ଦୂର ହେବ । ଦିନଟି ଭଲରେ କଟିବ ।

ମେଷ: ଘରକୁ ଅତିଥି ଆସିପାରନ୍ତି । ବରିଷ୍ଠ ଲୋକଙ୍କ ସହ ମିଳିମିଶି କାମରେ ଆଗକୁ ବଢିବେ । ନିଜର ବ୍ୟବହାର ଠିକ୍ ରଖିବେ ଏବଂ କଥାବାର୍ତ୍ତାରେ ସଂଯମତା ରଖିବେ, ନଚେତ ସମସ୍ୟା ହୋଇପାରେ । କୌଣସି ଲୋକଙ୍କ ଉପଦେଶରେ ଦାୟିତ୍ୱର ସହ କାମ ପୂରା କରିବେ । ଭାବିଚିନ୍ତି ଆଜି କୌଣସି କାର୍ଯ୍ୟରେ ଆଗକୁ ବଢିବେ । ପରିବାରର ସାହାଯ୍ୟ ମିଳିବ ।
ବୃଷ: ବ୍ୟବସାୟ ଆଗକୁ ବଢାଇବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ ରହିବ । ଭାବିଚନ୍ତି କାମ କରିବା ଆପଣଙ୍କ ପାଇଁ ଠିକ୍ ହେବ । ଆଜି ଦେବାନେବା ମାମଲାରେ ସାବଧାନ ରୁହନ୍ତୁ । ନୃତ୍ୟ କରୁଥିବା ଲୋକଙ୍କୁ ଭଲ ଫଳ ମିଳିବ । ପିଲାମାନଙ୍କର କୌଣସି କଥାରେ ଖୁସି ରହିବେ ଏବଂ କିଛି କାମରେ ସଫଳ ହେବେ ।
ମିଥୁନ: ପରିବାରର କୌଣସି ବ୍ୟକ୍ତିଙ୍କୁ ନିଜ ମନ କଥା କହିବା ପାଇଁ ସୁଯୋଗ ମିଳିବ । ରାଜନୀତିରେ କିଛି ବଡ ପଦବୀ ମିଳିପାରେ । ଆଜି ଆପଣ ଯେକୌଣସି କାମ କରିବେ ତାହା ଭଲ ହେବ । କିଛି ସମୟ ଆନନ୍ଦ ରହିବେ । ଆପଣଙ୍କ ପଦବୀ ଓ ପ୍ରତିଷ୍ଠା ବଢିବା କାରଣରୁ ବହୁତ ଖୁସି ରହିବେ । ଦାୟିତ୍ୱ ପୂରଣ କରିବେ । ଆପଣଙ୍କୁ ଆଶା ଠାରୁ ଅଧିକ ଧନ ମିଳିବ, ଯାହାଦ୍ୱାରା ଖୁସି ରହିବେ ।
କର୍କଟ: ବ୍ୟବସାୟିକ ଯୋଜନା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ । ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ଆଜି ଦିନଟି ଆପଣଙ୍କ ଭାଗ୍ୟ ଦୃଷ୍ଟିକୋଣରୁ ଉତ୍ତମ ରହିବ । କିଛି ନୂଆ ଲୋକଙ୍କ ସହ ଜଡିତ ହେବେ । ମା’ଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ, ସେଥିପାଇଁ ସାବଧାନ ରହିବାକୁ ପଡିବ । ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢିବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ।
ସିଂହ: ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଠିକ୍ କରିବେ । ସାହସିକତା ସହ କାମ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ । ପୂର୍ଣ୍ଣ ରହିବ, ଯାହାଦ୍ୱାରା ଆପଣ ଆଗକୁ ବଢିବେ । ଆଜିର ଦିନଟି ଆପଣଙ୍କ ଆବଶ୍ୟକତା । କାମ ଭଲ ଭାବେ କରିବେ ଏବଂ ସାଙ୍ଗସାଥିଙ୍କ ସମର୍ଥନ ମିଳିବ । ଆପଣ ଆଜି ସତ୍ୟ ପଥରେ ଚାଲିବେ ।
କନ୍ୟା: ବଡ ଲୋକଙ୍କ ଠାରୁ ସାହାଯ୍ୟ ମିଳିବ । କୌଣସି କାର୍ଯ୍ୟରେ ସଫଳତା ମିଳିବ । ଚାକିରି ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରନ୍ତି । ଘର ସଜାଇବାରେ ଧ୍ୟାନ ଦେବେ । ପରିବାରରେ କଳହ ଦୂର ହେବ । ଦିନଟି ଭଲରେ କଟିବ ।
ତୁଳା: ସେୟାର ମାର୍କେଟରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ । ପାଠପଢାକୁ ନେଇ କିଛି ପଦକ୍ଷେପ ନେବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ରୁଚି ଦେବେ । ପ୍ରତିଯୋଗିତାରେ ଭଲ ଫଳ ମିଳିବ । ବାପାଙ୍କ ସହ ଝଗଡା ହୋଇପାରେ । ଆଜି ଆପଣଙ୍କୁ କୌଣସି ପ୍ରକାର ବିବାଦରୁ ଦୂରେଇ ରହିବାକୁ ପଡିବ । କିଛି କାମକୁ ପୂରା କରିବା ପାଇଁ ଚେଷ୍ଟା କରିବେ ।
ବିଛା: ଦିନଟି ଠିକ୍ ଠାକ ରହିବ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିବେ । କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଠିକ୍ ହେବ । ବ୍ୟବସାୟର କିଛି ନୂଆ ଉପାୟ ଭାବିବେ । ନହେଲେ ଝଗଡା ହେବାର ସମ୍ଭାବନା ରହିଛି । ବିଚାର କରି କାମ କରିବେ ନଚେତ ସମସ୍ୟା ହୋଇପାରେ । ମା ’ଙ୍କ ସହ ଠିକ୍ ଭାବେ କଥାବାର୍ତ୍ତା କରିବେ ।
ଧନୁ: ଦାନଧର୍ମରେ ଅଧିକ ରୁଚି ରହିବ । ଶୁଭ ଖବର ମିଳିବ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ । ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ଆଜି ଆପଣଙ୍କୁ ଦେବାନେବା କାମରେ ସାବଧାନ ରହିବାକୁ ପଡିବ । ଖର୍ଚ୍ଚ କମ୍ କରିବାକୁ ପଡିବ, ନଚେତ୍ ସମସ୍ୟା ହୋଇପାରେ ।
ମକର: ଆର୍ଥିକ ସ୍ଥିତି ଠିକ୍ ରହିବ । ବେପାରିଙ୍କ ପାଇଁ ଦିନଟି ଭଲ । ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବିଚାର କରି କୌଣସି ନିଷ୍ପତ୍ତି ନେବେ, ନଚେତ୍ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କିଛି କାମ ଯୋଗୁ ଉଚ୍ଚ ଅଧିକାରୀଙ୍କ ମନ ଜିତିବେ । ସାଙ୍ଗ ସହ କିଛି ସମୟ କାଟିବେ ।
କୁମ୍ଭ: ପରିବାରରେ ସୁଖ ସୁବିଧା ମିଳିବ । ଛାତ୍ରଛାତ୍ରୀ ପାଠପଢାକୁ ନେଇ ଗୁରୁଜନଙ୍କ ସହ କଥା ହେବେ । ଆପଣଙ୍କ ଦିନଟି ଲାଭଦାୟକ ରହିବ । କୌଣସି କାର୍ଯ୍ୟକୁ ନିର୍ଭୟ ଭାବେ ପୂରା କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ ।
ମୀନ: କୌଣସି ଶୁଭ କାମରେ ଯୋଗ ଦେବେ । ଭାବିଚିନ୍ତି କାମ କରିବା ଯୋଗୁ ଆପଣଙ୍କୁ ଲାଭ ମିଳିବ । ନୂଆ ସାଙ୍ଗ ଗଢିବେ । ନିଜ ଚିନ୍ତାଧାରାରେ ଏକ ନୂଆ ମୋଡ ଆଣିବେ । ଆପଣଙ୍କୁ କୌଣସି କାର୍ଯ୍ୟରେ ସୁବିଧା ସୁଯୋଗ ମିଳିବ । ଆପଣଙ୍କୁ କୌଣସି ନୂତନ ପଦବୀ ମିଳିବ ।