ଭାଗ୍ୟଫଳ : ଏହି ରାଶିର ଲୋକଙ୍କର ଆଜିର ଦିନ ଉତ୍ସାହର ସହିତ ବିତିବ

ମେଷ : ଆଜିର ଦିନ ଆପଣଙ୍କ ପାଇଁ ବହୁତ ଖୁସିର ଦିନ ହେବ । ମାନସିକ ସ୍ତରରେ ଆପଣ ପ୍ରସନ୍ନ ରହିବେ । ଯଦି କିଛି ଚ୍ୟାଲେଞ୍ଜ ଆସେ, ତା’ ହେଲେ ମଧ୍ୟ ଆପଣ ତାହାକୁ ଖୁସିର ସହ ସାମ୍ନା କରିବେ । କେଉଁଠାରୁ ଶୁଭ ସମାଚାର ପ୍ରାପ୍ତ ହେବ । ବ୍ୟବସାୟରେ ଧନଲାଭର ପ୍ରବଳ ଯୋଗ ରହିବ ।
ବୃଷ : ଆଜିର ଦିନ ଆପଣଙ୍କ ପାଇଁ ଉତ୍ସାହ ପୂର୍ବକ ରହିବ । କୌଣସି ନୂଆ ଜିନିଷ କିମ୍ବା ଯୋଜନା ପାଇଁ ଦିନଟି ବହୁତ ଭଲ । ଯଦି ଆପଣ କିଛି ନୂଆ କରନ୍ତି, ତା’ ହେଲେ ଆପଣଙ୍କ ପାଇଁ ଭଲ ରହିବ । ଆଜି ଆପଣଙ୍କୁ କାର୍ଯ୍ୟକୁ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ପାରେ ।
ମିଥୁନ : ଆଜି ମନରେ ଅତ୍ୟଧିକ ଚିନ୍ତାଧାରା ହେତୁ ଆପଣ ଅଶାନ୍ତ ରହିପାରନ୍ତି । କୌଣସି ପୁରୁଣା ଲେଣଦେଣର ବି ଲାଭ ମିଳିବ, ଯାହାକୁ ଆପଣ ଭୁଲି ସାରିଛନ୍ତି । ଆପଣଙ୍କୁ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବାର ଅବସର ମିଳି ପାରେ । ଭଗବାନ ଗଣେଶଙ୍କର ଆଳତି କରନ୍ତୁ, ସମସ୍ତଙ୍କ ସହିତ ସମ୍ପର୍କ ଭଲ ରହିବ ।
କର୍କଟ : ଆଜି ଆପଣଙ୍କ ଦିନ ଭଲ ରହିବ । ଘରେ ସମ୍ପର୍କୀୟମାନଙ୍କ ଯିବା ଆସିବା ଲାଗି ରହିବ । ଏହି ରାଶିର ଛାତ୍ରମାନଙ୍କ କ୍ୟାରିୟରରେ ସକାରାତ୍ମକ ପରିଣାମ ମିଳିବ । ବ୍ୟବସାୟରେ ପିତାଙ୍କ ସହଯୋଗ ପ୍ରାପ୍ତ ହେବ ।
ସିଂହ : ଆଜି ଆପଣଙ୍କ ଦିନ ଭଲ ରହିବ । ଅଟକି ରହିଥିବା କାର୍ଯ୍ୟରେ ଜଣେ ବନ୍ଧୁଙ୍କ ସମର୍ଥନ ମିଳିବ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ । ଆପଣଙ୍କ ମନରେ କିଛି ନୂଆ ବିଚାର ଆସିବ । ସେତେବେଳେ ଆପଣ ସଫଳତା ହାସଲ କରିପାରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଦିନ ଭଲ ରହିବ ।
କନ୍ୟା : ଆଜି ଆପଣ ନିଜର କୌଣସି ପୁରୁଣା କାମକୁ ସମାପ୍ତ କରିପାରନ୍ତି । ଦୀର୍ଘ ସମୟରୁ ଅଟକି ରହିଥିବା କାର୍ଯ୍ୟରୁ ସମସ୍ୟାକୁ ବାହାର କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ, ଜୀବନରେ ଅନ୍ୟ ଲୋକଙ୍କ ସହଯୋଗ ମିଳିବ ।
ତୁଳା : ଭଲ ଆର୍ଥିକ ଲାଭର ଯୋଗ ରହିଛି । ତେଣୁ ଆଗକୁ ବଢ଼ନ୍ତୁ ଏବଂ ଏହାକୁ ସ୍ୱାଗତ କରନ୍ତୁ ଓ କଠିନ ପରିଶ୍ରମ କରନ୍ତୁ । ପରିବାରର ପୂରା ସହଯୋଗ ଆପଣଙ୍କ ସହିତ ରହିବ । କୌଣସି ବଡ଼ କାମ କରିବାକୁ ପ୍ରବଳ ଇଚ୍ଛା ରହିବ ।
ବିଛା : ଆଖ ପାଖର କିଛି ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ଉନ୍ନତ କରିପାରେ । କିଛି ନୂଆ ଲୋକ ବି ଆପଣଙ୍କ କାମ ସହିତ ଜଡ଼ିତ ହୋଇ ପାରନ୍ତି । ଆର୍ଥିକ ରୂପେ ଆପଣ ମଜଭୁତ ରହିବେ ।
ଧନୁ : ଆଜି ଶୈକ୍ଷିକ କାର୍ଯ୍ୟରେ ଭଲ ପରିଣାମ ମିଳିବ । ଲେଣ ଦେଣରେ ତରତର ହୁଅନ୍ତୁ ନାହିଁ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । କାର୍ଯ୍ୟରେ ବାଧା ଆସି ପାରେ । ହଠାତ୍ ଆପଣଙ୍କୁ କେଉଁଠାରୁ ଧନଲାଭ ହେବ । ଲଭମେଟ କୌଣସି ଯାତ୍ରାରେ ଯିବାକୁ ଯୋଜନା କରି ପାରନ୍ତି ।
ମକର : ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ରାସ୍ତାରେ କୌଣସି ଘନିଷ୍ଠ ବନ୍ଧୁଙ୍କ ସହିତ ଭେଟ ହୋଇପାରେ, ଯାହାଙ୍କୁ ଦେଖି ଆପଣ ବହୁତ ଖୁସି ହୋଇ ଯିବେ । ଆଜି ଆପଣଙ୍କ ଚିନ୍ତାଧାରା ସକାରାତ୍ମକ ରଖନ୍ତୁ ଏବଂ କାର୍ଯ୍ୟ କରିବାର ପଦ୍ଧତି ବଦଳାନ୍ତୁ, ସବୁକିଛି ଠିକ୍ ରହିବ ।
କୁମ୍ଭ : ଆଜିର ଦିନ ଆପଣଙ୍କ ପାଇଁ ଭଲ ଦିନ ହେବ । କୌଣସି ଖାସ୍ ଲୋକଙ୍କଠାରୁ ଆପଣଙ୍କୁ କିଛି ବଡ଼ ଲାଭ ମିଳି ପାରେ । ଆପଣଙ୍କ କାର୍ଯ୍ୟର ପ୍ରଶଂସା ହୋଇପାରେ । ଆପଣଙ୍କ ସମସ୍ୟାର ସମାଧାନ ହୋଇ ପାରେ । ପାରିବାରିକ ଜୀବନରେ କିଛି ଚାପ ରହିବ । ଯେଉଁ ଲୋକ ପ୍ରେମ ଜୀବନରେ ଅଛନ୍ତି, ସେମାନେ ଆଜି ଆରାମରେ ରହିବେ ।
ମୀନ : ଏକା ସାଙ୍ଗରେ ଅନେକ କାର୍ଯ୍ୟ କରିବାକୁ ତତ୍ପର ହୁଅନ୍ତୁ ନାହିଁ, ନଚେତ୍ କୌଣସି ବି କାର୍ଯ୍ୟ ହେବ ନାହିଁ । ଜୀବନସାଥୀଙ୍କ ସହିତ ବିଦେଶ ଭ୍ରମଣ କରିବାର ସମ୍ଭାବନା ସୃଷ୍ଟି ହୋଇ ପାରେ ।
ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଯେଉଁ ବି କାମ ଆରମ୍ଭ କରିବେ, ତାହା ସମୟ ଅନୁସାରେ ପୂରା ହୋଇ ଯିବ ।