ଦିନ କେମିତି କଟିବ ଏବେ ଠୁ ହିଁ ଜାଣନ୍ତୁ ରାଶିଫଳରୁ

ମେଷ : ଆଜି ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ। କଳାକାରଙ୍କ ପାଇଁ ଦିନଟି ଅନୁକୂଳ। ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ। ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ, କଳା, ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।

ବୃଷ : ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯାହାଙ୍କ ଦ୍ବାରା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟ ପାଇଁ ନୂଆ ଅବସର ମିଳିପାରେ। ସନ୍ତାନଙ୍କ ସଫଳତାରେ ଖୁସି ହେବେ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି।

ମିଥୁନ : ଆପଣଙ୍କ ମନକୁ ସକାରାତ୍ମକ ରଖନ୍ତୁ। ଅଫିସରେ ଅବ୍ୟବସ୍ଥା ଦୂର ହୋଇଯିବ। ବ୍ୟବସାୟୀଙ୍କୁ ପରିଶ୍ରମର ଫଳ ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ।

କର୍କଟ : କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ଓ ଉତ୍ସାହ ଭରିଦେବେ। ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ମହିଳାଙ୍କୁ ଭଲ ଚାକିରିର ସୁଯୋଗ ମିଳିବ। କିନ୍ତୁ ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।

ସିଂହ : ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ଅଫିସ ଆଲୋଚନାରେ ମତ ରଖିବାର ସୁଯୋଗ ପାଇବେ। ନୂତନ ନିଯୁକ୍ତି, ସ୍ଥାନାନ୍ତର ପାଇଁ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ବ୍ୟବସାୟ, ଜମିଜମାର ବକେୟା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ।

କନ୍ୟା : ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଫିଲ୍ମ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତି ନୂଆ ଶିକ୍ଷାଲାଭ କରିବେ। ପାରିବାରିକ କାମ ସଂପୂର୍ଣ୍ଣ ହୋଇଯିବ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ।

ତୁଳା : ଧୈର୍ଯ୍ୟ ଧରି ରହିଲେ ଆପଣଙ୍କୁ ଆରାମ ମିଳିପାରେ। ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ କାମ ସମାପ୍ତ ହୋଇଯିବ। ମହିଳାଙ୍କୁ ଜିନିଷ କିଣିବାରେ ଲାଭ ହେବ। ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ।

ବିଛା : ଅଫିସରେ କୌଣସି କାମ ସଂପୂର୍ଣ୍ଣ କରିବା ପାଇଁ ତରତର ହୁଅନ୍ତୁନାହିଁ। ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।

ଧନୁ : ଘର ସଫାସୁତୁରା ରଖନ୍ତୁ, ସୁଖ ସମୃଦ୍ଧି ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ସୁଯୋଗ ମିଳିପାରେ। ବିରୋଧୀମାନେ କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଉନ୍ନତି ପାଇଁ ନୂଆ ଅବସର ପାଇବେ। ଜୀବନସାଥୀଙ୍କ ସହଯୋଗରେ ପରିବାରର ବିବାଦ ସମାଧାନ କରିନେବେ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

ମକର : ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ। ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।

କୁମ୍ଭ : ଇଚ୍ଛାଶକ୍ତି ଆପଣଙ୍କୁ ଅସ୍ଥିର କରିପାରେ। କୌଣସି ବଡ଼ ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ବ୍ୟବସାୟକୁ ନେଇ ଭଲ ଖବର ଆସିପାରେ। ଆପଣଙ୍କ ମନରେ ନୂଆ ବିଚାର ସୃଷ୍ଟି ହେବ। ଚାକିରିରେ ପଦୋନ୍ନତି ମିଳିପାରେ। ଯାନବାହନ କିଣିବା ଲାଗି ଆଗ୍ରହ ବଢ଼ିବ। କଥାବାର୍ତ୍ତା ବେଳେ ସଂଯମ ରଖନ୍ତୁ।

ମୀନ : ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ, କଳା, ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।