ନିଜର ଭାଗ୍ୟଫଳ ଜାଣନ୍ତୁ: ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ଆନନ୍ଦମୟ ରହିବ, ଆୟ ବଢ଼ିବ
ଆଜି ମାନସିକ ଅସୁବିଧାକୁ ସାମ୍ନା କରିପାରନ୍ତି। ନୂତନ ସମ୍ପର୍କରୁ ଲାଭ ମିଳିପାରେ। ଥକ୍କାପଣ ଓ ଆଳସ୍ୟ ଅନୁଭବ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ।

ମେଷ: ଆଜି ମାନସିକ ଅସୁବିଧାକୁ ସାମ୍ନା କରିପାରନ୍ତି। ନୂତନ ସମ୍ପର୍କରୁ ଲାଭ ମିଳିପାରେ। ଥକ୍କାପଣ ଓ ଆଳସ୍ୟ ଅନୁଭବ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ।
ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଉତ୍ଥାନ-ପତନରେ ଭରି ରହିବ। ଆପଣଙ୍କ ଖର୍ଚ୍ଚ ବଢ଼ିବ। ଆୟ ସାମାନ୍ୟ ବୃଦ୍ଧି ପାଇବ। ତେଣୁ ବିଶେଷ ଭାବେ ଆପଣଙ୍କୁ ଆର୍ଥିକ ଅବସ୍ଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ।
ମିଥୁନ: ଆଜି ଆପଣଙ୍କୁ ଅଧିକ ଫାଇଦା ମିଳିବ। ଆପଣଙ୍କ ମନୋବଳ ବଢ଼ିବ। କିନ୍ତୁ କହିବା ଅପେକ୍ଷା ଅଧିକ ଆପଣ ନିଜ କାର୍ଯ୍ୟ ଉପରେ ଫୋକସ୍ କରନ୍ତୁ।
କର୍କଟ: ଆଜି ସାବଧାନତାର ସହିତ ଦିନ ବିତାନ୍ତୁ। ନିଜର ଯୋଜନାଗୁଡ଼ିକୁ ଗୁପ୍ତ ରଖନ୍ତୁ। ଆପଣଙ୍କ କାର୍ଯ୍ୟ କ୍ଷମତା ଭଲ ରହିବ। ଆପଣଙ୍କ ପାରିବାରିକ ଜୀବନ ସ୍ୱାଭାବିକ ହେବ।
ସିଂହ: ଆଜି ଆପଣଙ୍କ ପାଇଁ ଦିନଟି ଖୁସିରେ କଟିବ। ଆୟ ବଢ଼ିବ, ଯଦ୍ଦ୍ଵାରା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ। କୌଣସି ନୂତନ କାର୍ଯ୍ୟରେ ହାତ ରଖିବେ। ବ୍ୟବସାୟରେ ଅଭିବୃଦ୍ଧି ହେବ।
କନ୍ୟା: ଆଜି ଆପଣଙ୍କ ଦିନ ଖୁସିରେ ଭରିଯିବ। ଯଦି ଆପଣ କିଛି ବିଜନେସ୍ ମିଟିଂ ପାଇଁ ଯାଉଛନ୍ତି, ତା’ ହେଲେ ମା’ ବ୍ରହ୍ମାଚାରିଣୀଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ।
ତୁଳା: ଆଜି କାର୍ଯ୍ୟକ୍ଷେତ୍ରରେ ପ୍ରଗତି ମିଳିବ। ଆପଣଙ୍କୁ ଆଜି ବହୁତ କଠିନ ପରିଶ୍ରମ କରିବାର ଆବଶ୍ୟକତା ଅଛି। ମନରେ ଭରପୂର ଆତ୍ମବିଶ୍ୱାସ ରହିବ।
ବିଛା: ଆଜିର ଦିନ ଆପଣଙ୍କ ପାଇଁ ଟିକିଏ ଦୁର୍ବଳ ରହିବ। ଆପଣ ନିଜ ତରଫରୁ ପୂରା ଚେଷ୍ଟା କରିବେ, କିନ୍ତୁ ଫଳାଫଳ କମ୍ ଆସିବ। ଖର୍ଚ୍ଚ ବୃଦ୍ଧି ପାଇବ, ଯାହା ଆପଣଙ୍କୁ ଚିନ୍ତାରେ ପକାଇବ।
ଧନୁ: ଆଜି ଆପଣଙ୍କ ମନରେ ନୂଆ ଉତ୍ସାହ ଭରିବ। ସମସ୍ତେ ଆପଣଙ୍କ ସହିତ ସେମାନଙ୍କ କଥା ସେୟାର କରିବାକୁ ଚାହିଁବେ। କୌଣସି ମହାନ୍ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ରହିଛି।
ମକର: ଆଜି ଆପଣଙ୍କ ଦିନ ପୂର୍ବ ଅପେକ୍ଷା ଭଲ ରହିବ। ଆପଣଙ୍କ ଭଲ ବ୍ୟବହାର ଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଉନ୍ନତ ହେବ। ଖର୍ଚ୍ଚ ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକ ରହିଛି।
କୁମ୍ଭ: ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ। ଆପଣଙ୍କ ବୁଦ୍ଧି ଅନେକ ଉପାୟରେ ଆପଣଙ୍କୁ ସାହାଯ୍ୟ କରିବ ଏବଂ ଆପଣଙ୍କ କାମ ସହଜରେ ହୋଇଯିବ। କାର୍ଯ୍ୟ କ୍ଷେତ୍ରରେ କରିଥିବା ପ୍ରୟାସ ଫଳପ୍ରଦ ହେବ।
ମୀନ: ଆଜି ଆପଣ ନିଜ ଜୀବନସାଥୀଙ୍କ ସହ ଦେବୀ ମା’ଙ୍କ ମନ୍ଦିର ଯିବେ। ଆପଣ ଯାହା ବି କାମ ଆରମ୍ଭ କରିବେ, ତାହା ଠିକ୍ ସମୟରେ ସମାପ୍ତ ହେବ।