ଆଜିର ରାଶିଫଳ : ଜାଣନ୍ତୁ ଆଜି ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ

ମେଷ : ନକାରାତ୍ମକ ପ୍ରଭାବରୁ ଦୂରେଇ ରୁହନ୍ତୁ । ପରିବାରର ସମର୍ଥନ ପାଇବେ । ବାପାଙ୍କଠାରୁ ଟଙ୍କା ପାଇବେ । ମାନସିକ ଶାନ୍ତି ରହିବ ।
ବୃଷ : କଥାବାର୍ତ୍ତାରେ ସଂଯତ ରୁହନ୍ତୁ । ଚାକିରିରେ ସମସ୍ୟା ଆସିପାରେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଆସିପାରେ । ବାଦ ବିବାଦରୁ ଦୂରେଇ ରୁହନ୍ତୁ ।
ମିଥୁନ : ମନ ଖୁସି ରହିବ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଭାଇ, ଭଉଣୀଙ୍କ ସାଥ୍ ମିଳିବ । କ୍ରୋଧ ଅଧିକ ରହିବ ।
କର୍କଟ : ମାନସିକ ଶାନ୍ତି ପାଇଁ ଚେଷ୍ଟା କରନ୍ତୁ । ଆଜି ପାରିବାରିକ ଜୀବନ ସୁଖମୟ ହେବ । ବାହନ ସୁଖ ମିଳିପାରେ । ଅଯଥା ଝଗଡ଼ାରୁ ଦୂରେଇ ରୁହନ୍ତୁ ।
ସିଂହ : ମନ ଚିନ୍ତିତ ରହିବ । ଆୟ ବୃଦ୍ଧି ପାଇବ । ଖର୍ଚ୍ଚ ବଢ଼ିବ । ଜୀବନ ବିଶୃଙ୍ଖଳା ହୋଇପାରେ । ଅତ୍ୟଧିକ କ୍ରୋଧ କରିବେ ।
କନ୍ୟା : ଆତ୍ମବିଶ୍ୱାସ କମିବ । ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯିବେ । ବ୍ୟବସାୟରେ ଅନୁକୂଳ ସ୍ଥିତି ରହିବ । ଲାଭ ମିଳିପାରେ ।
ତୁଳା : ଶୈକ୍ଷିକ ଏବଂ ବୌଦ୍ଧିକ କାର୍ଯ୍ୟରେ ମାନ, ସମ୍ମାନ ମିଳିବ । ମାନସିକ ଶାନ୍ତି ରହିବ । ଖର୍ଚ୍ଚ ବୃଦ୍ଧି ପାଇବ । ଜୀବନସାଥୀଙ୍କ ସମର୍ଥନ ପାଇବେ ।
ବିଛା : କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ । ସ୍ଥାନ ପରିବର୍ତ୍ତନ ହୋଇପାରେ । ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରିପାରନ୍ତି ।
ଧନୁ : ଧାର୍ମିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। କଠିନ ପରିଶ୍ରମ କରିବେ । ଅଧିକାରୀଙ୍କ ସହଯୋଗ ମିଳିବ । ଆତ୍ମବିଶ୍ୱାସ ଭରପୂର ରହିବ ।
ମକର : ଆୟ ବୃଦ୍ଧି ହେବ । ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ସନ୍ତାନଠାରୁ ଭଲ ଖବର ପାଇବେ । ଚାପରୁ ଦୂରେଇ ରୁହନ୍ତୁ ।
କୁମ୍ଭ : ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ବନ୍ଧୁଙ୍କ ସହଯୋଗରୁ ଟଙ୍କା ପାଇବେ । ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ ।
ମୀନ : ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ । ଚାକିରିରେ ପରିବର୍ତ୍ତନ ଯୋଗ ରହିଛି । କିନ୍ତୁ ସ୍ୱଭାବରେ ଚିଡ଼ଚିଡ଼ାପଣ ଆସିପାରେ । ଖର୍ଚ୍ଚ ବଢ଼ିବ ।