ଅଜାଣତରେ କିଛି ଭୁଲ ହେବା ପୂର୍ବରୁ ଜାଣିନିଅନ୍ତୁ ଆପଣଙ୍କ ରାଶିରେ କ’ଣ ରହିଛି

ମେଷ : ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭ୍ରମଣରେ ବୁଲି ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ । ଲେଖକଙ୍କୁ ପୁରସ୍କାର ମିଳିପାରେ । ପାରିବାରିକ ଜୀବନ ସୁଖମୟ ହେବ ।
ବୃଷ: ଅଧିକ ଚିନ୍ତିତ ରହିବେ। ତେଣୁ ଅସୁସ୍ଥ ବି ଅନୁଭବ କରିପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ ନକଲେ ଭଲ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟିକ କାର୍ଯ୍ୟରେ ବାଧା ଉପୁଜିପାରେ।
ମିଥୁନ: ମନୋରଞ୍ଜନରେ ଅଧିକ ସମୟ କାଟିବେ। ସୁସ୍ୱାଦୁ ଭୋଜନ ଖାଇବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କୌଣସି ପ୍ରସଙ୍ଗକୁ ନେଇ ଭାବୁକ ହେବେ।
କର୍କଟ : ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ । କୌଣସି ନୂଆ ବିଚାରକୁ କାର୍ଯ୍ୟରେ ପରିଣତ କରିବେ । ଆପଣଙ୍କ ସହିତ ମିଶିବା ଲୋକେ ପ୍ରଭାବିତ ହେବେ । ନୂଆ ଜମି କିଣିବା ପାଇଁ ଦିନଟି ଭଲ । ପରିବାରରେ କୌଣସି ନୂଆ ଦାୟିତ୍ଵ ମିଳିପାରେ । ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବଢିବ ।
ସିଂହ : ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ରହିଲେ ମଧ୍ୟ କମ୍ଜୋର ଅନୁଭବ କରିପାରନ୍ତି। ତଥାପି ଦୃଢ ମନୋବଳ ଓ କାର୍ଯ୍ୟଦକ୍ଷତା କର୍ମକ୍ଷେତ୍ରରେ ଲୋକପ୍ରିୟତା ସୃଷ୍ଟି କରିବ । ଅଭାବ ନ ଥିଲେ ମଧ୍ୟ କୌଣସି କାମ ସକାଶେ ଆକସ୍ମିକ ଅର୍ଥ ଅଭାବରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ । ପାରିପାର୍ଶ୍ୱକ କ୍ଷେତ୍ରରୁ ସାହାଯ୍ୟ ଓ ସହଯୋଗ ନ ଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ।
କନ୍ୟା: ସବୁ କିଛି ଠିକ୍ଠାକ୍ ଥିଲେ ମଧ୍ୟ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇ ହଡବଡେଇ ଯାଇପାରନ୍ତି। ପୁରାତନ ଗାଡି, ବ୍ୟବହୃତ ଜିନିଷର ଯାନ୍ତ୍ରିକ ସମସ୍ୟା, ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିବାର ସୂଚନା ରହିଛି । ଅଫିସ୍ ସମୟରେ କୌଣସି ସମ୍ପର୍କୀୟଙ୍କ ଦ୍ୱାରା ଆଶା କରୁଥିବା ସୂଚନା ପାଇ ଖୁସି ହେବେ।
ତୁଳା: ଶୁଭଗ୍ରହଙ୍କ ପ୍ରଭାବରେ ପ୍ରତିଦାନ ପାଇବାର କୌଣସି ଆଶା ନ ରଖି କର୍ତ୍ତବ୍ୟ ଦୃଷ୍ଟିକୋଣରୁ କାମ କରିଚାଲିବେ । ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢି ବଢି ଯିବ । ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ । ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ । ବନ୍ଧୁ ଗହଣରେ ବିଳାସପ୍ରିୟ ହେବେ ।
ବିଛା : ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଚଳୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ ମାତ୍ର ସାମୟିକ ଉତ୍ତେଜନାପୂର୍ଣ୍ଣ ଦେଖାଦେବାର ସୂଚନା ରହିଛି। କର୍ମକ୍ଷେତ୍ର, ରାଜନୀତି, ମାଲିମକଦ୍ଦମା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।
ଧନୁ : ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।
ମକର : ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
କୁମ୍ଭ : ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ହଠାତ୍ ହଜି ଯାଇଥିବା ବ୍ୟକ୍ତି, ଚୋରି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି।
ମୀନ : ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।