ଆଜି ଏହି ରାଶିର ଲୋକଙ୍କୁ ମିଳିବ ବଡ଼ ଫାଇଦା, ଜାଣନ୍ତୁ ରାଶିଫଳ
ଆଜି ପରୋପକାର କରିବେ। ମନ ପ୍ରସନ୍ନ ରହିବ। ବିଦ୍ୟାର୍ଥୀମାନଙ୍କୁ ମାନସିକ ବୋଝରୁ ମୁକ୍ତି ମିଳିବ। ଉନ୍ନତି ମାର୍ଗରେ ବାଧା ଦୂର ହେବ। ଅଟକି ରହିଥିବା ଧନ ପ୍ରାପ୍ତି ହୋଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ମେଷ: ଆଜି ପରୋପକାର କରିବେ। ମନ ପ୍ରସନ୍ନ ରହିବ। ବିଦ୍ୟାର୍ଥୀମାନଙ୍କୁ ମାନସିକ ବୋଝରୁ ମୁକ୍ତି ମିଳିବ। ଉନ୍ନତି ମାର୍ଗରେ ବାଧା ଦୂର ହେବ।
ବୃଷ: ଆଜି ଅଟକି ରହିଥିବା ଧନ ପ୍ରାପ୍ତି ହୋଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ। କାର୍ଯ୍ୟକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।
ମିଥୁନ: ନୂଆ ସମ୍ପତ୍ତି କିଣିବାର ସ୍ୱପ୍ନ ଆଜି ପୂରଣ ହେବ। ମାଆ, ବାପାଙ୍କ ସାମ୍ନାରେ ନିଜ ମନ କଥା କହିବେ। ରିସ୍କ ନେବାଠାରୁ ଦୂରେଇ ରୁହନ୍ତୁ।
କର୍କଟ: ଆଜିର ଦିନ ଲାଭଦାୟକ ରହିବ। ପରିବାର ସଦସ୍ୟଙ୍କ ସହିତ କେଉଁଆଡ଼େ ବୁଲିବାକୁ ଯୋଜନା କରିବେ। କାମରେ ଫୋକସ୍ କରନ୍ତୁ।
ସିଂହ: ଆପଣ ସମାଜରେ ନିଜର ଏକ ଅଲଗା ପରିଚୟ ଗଢ଼ିବାରେ ସଫଳ ହେବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।
କନ୍ୟା: କେହି ଜଣେ ପରିଚିତ ଲୋକଙ୍କୁ ଭେଟି ଖୁସି ହେବେ। କୌଣସି ନିର୍ଣ୍ଣୟ ଭାବିଚିନ୍ତି ନିଅନ୍ତୁ। କୌଣସି ସଞ୍ଚୟ ଯୋଜନାରେ ଧନ ଲଗାଇ ପାରନ୍ତି।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହୋଇପାରେ। ଆପଣ କାହାକୁ ଧନ ଉଧାର ଦିଅନ୍ତୁ ନାହିଁ। ପରିବାରିକ ପରିବେଶ ସୁଖମୟ ହେବ।
ବିଛା: ଆପଣଙ୍କର ନୂଆ ଘର, ଗାଡ଼ି, ଦୋକାନ ଆଦି କିଣିବା କଥା ମନରେ ଥିଲେ, ତାହା ଆଜି ପୂରଣ ହୋଇପାରେ। ପିଲାଙ୍କ ଉପରେ ଦୃଷ୍ଟି ଦିଅନ୍ତୁ।
ଧନୁ: ବାକି ଦିନ ଅପେକ୍ଷା ଆଜିର ଦିନ ଭଲ ରହିବ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଆପଣଙ୍କୁ ମାଆ, ବାପାଙ୍କର ପୂରା ସାଥ୍ ମିଳିବ।
ମକର: ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ। ଛୋଟମୋଟ କାମ ଆରମ୍ଭ କଲେ ସଫଳତା ଅବଶ୍ୟ ମିଳିବ। ଶତ୍ରୁ ଆଜି ମିତ୍ର ହୋଇପାରନ୍ତି।
କୁମ୍ଭ: ସୁଖ, ସୁବିଧାର କିଛି ବସ୍ତୁ କ୍ରୟରେ ଧନ ଖର୍ଚ୍ଚ କରିବେ। ବୁଲିବା ସମୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ଆଇନ ମାମଲାରେ ସାବଧାନ ରୁହନ୍ତୁ।
ମୀନ: ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। ଭଗବାନଙ୍କ ଭକ୍ତିରେ ଆପଣଙ୍କ ମନ ଲାଗିବ। କୌଣସି ଚିନ୍ତାରୁ ମଧ୍ୟ ମୁକ୍ତି ମିଳିବ। ଧାର୍ମିକ ଯାତ୍ରାରେ ଯାଇପାରନ୍ତି।