ଜାଣନ୍ତୁ ଆଜିର ରାଶିଫଳ : ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ

ମେଷ : କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ । ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟହାନିର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।

ବୃଷ : ଆର୍ଥିକ ଉନ୍ନତି ସହ ମାନସିକ ଅସ୍ଥିରତା ଲାଗି ରହିବ । ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା ସକାଶେ ବହୁତ ଖର୍ଚ୍ଚାନ୍ତ ହେବେ । ଆତ୍ମୀୟସ୍ବଜନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟର ଆଶୁ ଚିକିତ୍ସା ପାଇଁ ଚିନ୍ତା ବଢ଼ିପାରେ । କର୍ମକ୍ଷେତ୍ରରେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିବ ।

ମିଥୁନ : ବନ୍ଧୁଙ୍କ ବ୍ୟବହାର ମନକୁ ପାଇବ ନାହିଁ । କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ । ବିଦେଶ ଯାତ୍ରା ପ୍ରତି ଅନୁକୂଳ ସୁଯୋଗ ଆପେ ଆପେ ଜୁଟିଯିବ । ପାରିବାରିକ କ୍ଷେତ୍ରରେ ସମସ୍ୟା କେତେକାଂଶରେ କମି କମି ଆସିପାରେ ।

କର୍କଟ : ମାନସିକ ଚାପ ଜନିତ ସାମୟିକ ନୈରାଶ୍ୟ ଅନୁଭବ କରିପାରନ୍ତି । ପାରିବାରିକ କ୍ଷେତ୍ରରୁ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ । ପ୍ରଶାସନିକ କିମ୍ବା ଆନୁଷ୍ଠାନିକ କାମକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରି ମୁଣ୍ଡରେ ହାତ ଦେଇ ବସିବେ ।

ସିଂହ : ସମସ୍ୟା ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେକରିବେ । ପ୍ରତିଯୋଗିତାରେ ସଫଳତା, କଚେରି ମାମଲାରେ ବିଜୟ, ବ୍ୟବସାୟରେ ଉନ୍ନତି ହେତୁ ମନ ଖୁସି ରହିବ । ଶତ୍ରୁତାର ଅବସାନ ସକାଶେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ଚିନ୍ତା କରିପାରନ୍ତି । ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ ।

କନ୍ୟା : କର୍ତ୍ତବ୍ୟରେ ଅବହେଳା ଜନିତ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ହଠାତ୍‌ କୌଣସି ଖବର ପାଇ ଖୁସି ହୋଇପାରନ୍ତି । ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି । ଅର୍ଥର ଅଭାବ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ ।

ତୁଳା : ଆଜି ବନ୍ଧୁମାନଙ୍କ ମାଧ୍ୟମରେ କାମ ହାସଲ କରିପାରିବେ । ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିବାର ଆଶଙ୍କାକୁ ଏଡାଇଦେବା ଠିକ୍‌ ହେବ ନାହିଁ । ଲଘୁକ୍ରୋଧର ବଶବର୍ତ୍ତୀ ହୋଇ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି । ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ ।

ବିଛା : ବିଶିଷ୍ଟବ୍ୟକ୍ତିଙ୍କଠାରୁ ସ୍ନେହ ଶ୍ରଦ୍ଧା ଓ ଅନୁରକ୍ତି ଲାଭ କରିବେ । ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ମିଳିବ । ଜମିଜମା, ମାଲିମକଦ୍ଦମା, ତର୍କବିତର୍କ, ବିବାଦୀୟ ଘଟଣାରେ ବିଜୟୀ ହେବେ । ନୂତନ କାର୍ଯ୍ୟ ପାଇଁ ହିତୈଷୀଙ୍କଠାରୁ ପ୍ରେରଣା ମିଳିପାରେ ।

ଧନୁ : ପାରିବେଶିକ ପ୍ରତିକୂଳତା କାର୍ଯ୍ୟହାନିର କାରଣ ବନିଯିବ । ପାରିବାରିକ କଳହ ସାଙ୍ଗକୁ ଆତ୍ମୀୟଙ୍କ ଅସହଯୋଗ ମନକୁ ଆନ୍ଦୋଳିତ କରିପାରେ । ବ୍ୟବସାୟରେ ମାନମନାନ୍ତର ସାମୟିକ ଭାବରେ ଶାନ୍ତ ରହିବ। କଳା, ସାହିତ୍ୟ, ସାମ୍ବାଦିକତା ତଥା ମନୋରଞ୍ଜନ କ୍ଷେତ୍ରରୁ ସୁଫଳ ମିଳିବ ।

ମକର : ସମସ୍ୟା ଆସିଲେ ମଧ୍ୟ ସମାଧାନ ହୋଇଯିବ । ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ । ନିର୍ମାଣାଧୀନ କାମରେ ପ୍ରତିବନ୍ଧକ ଦୁଶ୍ଚିନ୍ତା ବଢ଼ାଇଦେବ । ବ୍ୟବସାୟିକ ଉନ୍ନତି, ଅର୍ଥପ୍ରାପ୍ତି, ସହ ବନ୍ଧୁ ମିଳନଜନିତ କେତେକ ଶୁଭଫଳ ମଧ୍ୟ ପାଇପାରନ୍ତି ।

କୁମ୍ଭ : ଆଜି ଆପଣଙ୍କ କଥା ଓ କାମକୁ ଅନ୍ୟମାନେ ସମର୍ଥନ ଜଣାଇବେ । ଆର୍ଥିକ ଉନ୍ନତି ସାଙ୍ଗକୁ ସମସ୍ୟାର ସମାଧାନ ମନକୁ ସ୍ଥିରତା ଆଣିବାରେ ସାହାଯ୍ୟ କରିବ । ବୃଥା, ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ । କର୍ମକ୍ଷେତ୍ର ଓ ବୃତ୍ତିଗତ ଧନ୍ଦାରେ ବିଶେଷ କିଛି ଅସୁବିଧାର ସୂଚନା ନାହିଁ ।

ମୀନ : ଆଜି କେତେକ କ୍ଷେତ୍ରରେ ଭଲ କରିବାକୁ ଯାଇ ଓଲଟା ଫଳ ପାଇପାରନ୍ତି । ପାରିବାରିକ କ୍ଷେତ୍ରରେ କେତେକ ଅସ୍ବାଭାବିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ବିଭିନ୍ନ କ୍ଷେତ୍ରରୁ ଅର୍ଥ, ସମ୍ମାନ, ପ୍ରଶଂସା, ଶୁଭେଚ୍ଛା, ସଦିଚ୍ଛା ଲାଭ କରି ଖୁସି ହେବେ ।