ଆଜିର ଭାଗ୍ୟ: ଆଜି ହଠାତ୍ ହେବ ଧନଲାଭ, ଅଯଥା ଖର୍ଚ୍ଚ ଉପରେ ରଖନ୍ତୁ ନିୟନ୍ତ୍ରଣ
ଆଜି ଆପଣଙ୍କ ଦିନ ଭଲ ରହିବ। ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଦୃଢ଼ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ପାରିବାରିକ ମାହୋଲ ଭଲ ରହିବ।

ମେଷ: ଆଜି ଆପଣଙ୍କ ଦିନ ଭଲ ରହିବ। ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଦୃଢ଼ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ପାରିବାରିକ ମାହୋଲ ଭଲ ରହିବ।
ବୃଷ: ଆଜି ଆପଣଙ୍କ ପାଇଁ ଦିନଟି ଉତ୍ତମ। ହଠାତ୍ ଧନଲାଭର ଅବସର ପ୍ରାପ୍ତ ହେବ। ଉଧାର ଦେଇଥିବା ପଇସା ଫେରିପାଇବେ। ଛାତ୍ରମାନଙ୍କୁ ପରିଶ୍ରମର ଫଳ ମିଳିବ।
ମିଥୁନ: କିଛି କାମରେ ଅଳ୍ପ ବାଧା ଆସିପାରେ, ଯଦ୍ଦ୍ଵାରା ଆପଣ ଟିକେ ଚିନ୍ତିତ ହୋଇପାରନ୍ତି। ଛାତ୍ରମାନଙ୍କର ପାଠପଢ଼ାରେ ମନ ଲାଗିବ ନାହିଁ।
କର୍କଟ: ଆଜି ଆପଣଙ୍କ ଦିନ ମିଶ୍ରିତ ରହିବ। ଅଧିକାରୀ ବର୍ଗଙ୍କଠାରୁ ଆପଣଙ୍କୁ ପିଜିଟିଭ୍ ରେପ୍ସନ୍ସ ମିଳିପାରେ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ସିଂହ: ଆଜି ଆପଣ ବହୁତ ଉତ୍ସାହୀ ରହିପାରନ୍ତି। ପରିବାର ଲୋକଙ୍କ ସହିତ ଭଲ ସମୟ ବିତାଇବେ। ଘରେ ଖୁସିର ବାତାବରଣ ରହିବ। ସମାଜରେ ମାନ ସମ୍ମାନ ବଢ଼ିବ।
କନ୍ୟା: ଆଜି ବ୍ୟବସାୟରେ ହଠାତ୍ ଫାଇଦା ମିଳିବ। ପଇସା ରୋଜଗାର କରିବା ନେଇ ନୂଆ ଚିନ୍ତାଧାରା ମନକୁ ଆସିବ। ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ।
ତୁଳା: ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ। ପରିଶ୍ରମ ବଳରେ ଆପଣଙ୍କୁ ଧନଲାଭ ହେବ। ଆପଣଙ୍କ ଉପରେ କିଛି ପାରିବାରିକ ଦାୟିତ୍ୱ ବଢ଼ିପାରେ।
ବିଛା: ଆଜିର ଦିନ ଖାସ୍ ରହିବ। ଘରେ ଖୁସିର ମାହୋଲ ରହିବ। ଜୀବନସାଥୀଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ। ଆଜି ଧନଲାଭ ହୋଇପାରେ।
ଧନୁ: ଆଜି ଆପଣଙ୍କ ସମସ୍ତ କାମ ଠିକ୍ ସମୟରେ ପୂରା ହେବ। ଏଥିରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଆପଣଙ୍କ ବ୍ୟବହାର ଘରେ ଖୁସିର ପରିବେଶ ସୃଷ୍ଟି କରିବ।
ମକର: ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ବାପାଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ। ଦାମ୍ପତ୍ୟ ଜୀବନ ସୁଖଦ ହୋଇପାରେ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।
କୁମ୍ଭ: ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକମାନଙ୍କୁ ଆଜି କିଛି ନୂଆ ପଢ଼ାଇବାର ମଉକା ମିଳିବ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ଭାଇଭଉଣୀଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ।
ମୀନ: ଆଜି ଆପଣ ବହୁତ ଉତ୍ସାହରେ ରହିବେ। ପରିବାର ଲୋକଙ୍କ ସହିତ ଆପଣ ଭଲ ସମୟ ବିତାଇବେ। ଘରେ ଖୁସିର ବାତାବରଣ ରହିବ।