ଆଜିର ରାଶିଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ : ଦିନଟି ଆପଣଙ୍କର ଆଜି ଭଲରେ କଟିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବିଭିନ୍ନ ଦିଗରୁ ପ୍ରଶଂସା ପାଇପାରନ୍ତି । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ।

ବୃଷ : ଆଜି ପରିବାର ଲୋକଙ୍କ ସହ ଯାତ୍ରାରେ ସଫଳତା ମିଳିବ । ସଭାସମିତିରେ ନିଜର ସୀମା ଭିତରେ ନ ରହିଲେ ସାଧାରଣ କଥାରେ ସମସ୍ୟା ଆସିପାରେ ।

ମିଥୁନ : କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଟେନସନ୍ ଦୂର ହେବ । ସହକର୍ମୀଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ବରାନ୍ବିତ କରିବେ ।

କର୍କଟ : ଆପଣଙ୍କୁ କେତେକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ ।

ସିଂହ : ଅଧିକ ଭାବପ୍ରବଣତା ହୋଇ କିଛି ଗୁରୁତ୍ବପୂର୍ଣ୍ଣ କଥା କାହାକୁ କହି ଦେଇପାରନ୍ତି । ଆଜି ସରକାରୀ କ୍ଷେତ୍ରରୁ ଅର୍ଥ ଲାଭର ଆଶା ରହିଛି ।

କନ୍ୟା : ଆଜି ହଠାତ୍ କୌଣସି ଯୋଜନା ଆରମ୍ଭ କରିପାରନ୍ତି । ଲଭମେଟଙ୍କ ସହ ଦିନଟି ଭଲରେ କଟିପାରେ । କୌଣସି ତୀର୍ଥ ସ୍ଥାନକୁ ଯାତ୍ରା କରିପାରନ୍ତି ।

ତୁଳା : ଆଜି ଆପଣ ବ୍ୟତିବ୍ୟସ୍ତ ହୋଇ ଅନ୍ୟମନସ୍କତା ରହିପାରନ୍ତି । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରୁ ଅର୍ଥ ଲାଭ କରିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବିଛା : ସନ୍ତାନଙ୍କ ସମସ୍ୟା ବିଷୟରେ ଚିନ୍ତାକରି ମାନସିକ ଶାନ୍ତି ବ୍ୟାହତ ହୋଇପାରେ । କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ । ଯଗିରଖି କାର୍ଯ୍ୟ କରନ୍ତୁ ।

ଧନୁ : ଆଜି ଶାରୀରିକ ପୀଡ଼ା ଦେଖାଦେଇପାରେ । ଆଜି ମିତ୍ରମାନଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ମନୋରଞ୍ଜନରେ ଦିନ ବିତିବ ।

ମକର : ଆଜି ମାନସିକ ଅଶାନ୍ତି ବୃଦ୍ଧି ପାଇବ । କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ ଏଣୁ ଯଗିରଖି ଚଳନ୍ତୁ । ମହିଳାମାନେ ଗୃହ କର୍ମରେ ପ୍ରଶଂସନୀୟା ହେବେ । ଆକସ୍ମିକ ଧନଲାଭର ଯୋଗ ରହିଛି ।

କୁମ୍ଭ : ଆଜିରଦିନ ଶୁଭଫଳଦାୟୀ ହେବ । ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ । ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ ।

ମୀନ : ଆଜି ଆପଣଙ୍କୁ ସୁସ୍ବାଦୁ ଭୋଜନ ମିଳିବ । ରାଜନୀତି କ୍ଷେତ୍ରରେ ଥିଲେ ଜନ କଲ୍ୟାଣ କାର୍ଯ କରି ପ୍ରଶଂସନୀୟ ହେବେ । ମିତ୍ରମାନଙ୍କ ସହିତ ସାକ୍ଷାତକରିବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।