ରାଶିଫଳ : ଏହି ରାଶିର ଛାତ୍ରଛାତ୍ରୀମାନେ ଆଜି କ୍ୟାରିୟରକୁ ନେଇ ଖୁସି ରହିପାରନ୍ତି
କୌଣସି କାମ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ଠାରୁ ଉପଦେଶ ନେବା ଠିକ୍ ହେବ। ଲଭ୍ମେଣ୍ଟ୍ଙ୍କ ସହ ବାହାରକୁ ଯାଇପାରନ୍ତି । ବାହାରକୁ ଯାତ୍ରା କରିବାର ସମ୍ଭାବନା ରିହିଛି । ଆଜି ଆପଣ ଘରକୁ ସଜାଇବା ପାଇଁ ଯୋଜନା କରିବେ ।

ମେଷ: ଛାତ୍ରଛାତ୍ରୀ ଗୁରୁଙ୍କଠାରୁ ଉପଦେଶ ନେବେ । କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ । ଭାଇଙ୍କ ସହ ସମ୍ପର୍କ ସଦୃଢ ହେବ । ଲୋକମାନେ ଆପଣଙ୍କଠାରୁ କିଛି କଥା ଶିଖିବା ପାଇଁ ଚେଷ୍ଟା କରିବେ । ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମଉକା ମିଳିବ । ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ । ସାଙ୍ଗଙ୍କ ସହ ଦିନଟି ଭଲ ରହିବ ।
ବୃଷ: ଆଜି ଆପଣ ପରିବାର ସହ ସମୟ କାଟିବେ । କିଛି ନୂଆ କାମ ପାଇଁ ଯୋଜନା କରିବେ । ଚାକିରିରେ ପଦୋନ୍ନତି ମିଳିବ । ଆପଣ ଅଧିକ ସମୟ ପରିବାର ଏବଂ ସାଙ୍ଗଙ୍କ ସହ ଅତିବାହିତ କରିବେ । ଏହି ରାଶିର ଲୋକେ କିଛି ଚୁକ୍ତି ସ୍ୱାକ୍ଷର କରିବେ । ବାହାରକୁ ଯାତ୍ରା କରିବାର ସମ୍ଭାବନା ରିହିଛି । ଆଜି ଆପଣ ଘରକୁ ସଜାଇବା ପାଇଁ ଯୋଜନା କରିବେ । ଲଭ୍ମେଣ୍ଟ୍ଙ୍କ ସହ ବାହାରକୁ ଯାଇ ପାରନ୍ତି ।
ମିଥୁନ: କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ଆଜିର ଦିନଟି ଭଲ । ଆସବାବପତ୍ର କିଣିବା ପାଇଁ ଦିନଟି ଭଲ । ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଚାକିରି ମିଳିବାର ସମ୍ଭାବନା ରହିଛି । ଗହଣା ବେପାରୀଙ୍କ ପାଇଁ ଦିନଟି ଲାଭଦାୟକ ହେବ। ଆପଣଙ୍କ ଦିନ ଠିକ୍ ଠାକ୍ ରହିବ ।
କର୍କଟ: ଆଜି ଆପଣ ପୂଜା କାର୍ଯ୍ୟରେ ଧ୍ୟାନ ଦେବେ । ଲଭ୍ମେଣ୍ଟ୍ ନିଜ ସାଥିକୁ କୌଣସି ଭଲ ଉପହାର ଦେବେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୂର୍ଣ୍ଣବାର ଭାବିବା ଉଚିତ୍ ହେବ । ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ଲଭ୍ମେଣ୍ଟ୍ଙ୍କ ପାଇଁ ଦିନଟି ଭଲ ରହିବ । ଯାହାଦ୍ୱାରା ସମ୍ପର୍କ ସଦୃଢ ହେବ । ଅଫିସ୍ କାମରେ ବିଳମ୍ବ ହେବ ।
ସିଂହ: ଯାହାର ଲାଭ ଆଗକୁ ଆସୁଥିବା ସମୟରେ ମିଳିବ । ଗାଡି ମଧ୍ୟ କିଣିବା ପାଇଁ ମନ କରିବେ । ଆପଣ ଏପରି କିଛି କାମ କରନ୍ତୁ ନାହିଁ, ଯାହାକୁ ପୂରା କରିପାରିବେ ନାହିଁ । ଆଜି ଆପଣ ଅଧିକ ଖର୍ଚ୍ଚ କରନ୍ତୁ ନାହିିଁ। ଆଜି କିଛି ନୂଆ ଦାୟିତ୍ୱ ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ଯାହାଦ୍ୱାରା ପୂରା ଦିନ ଆପଣ ଖୁସି ରହିବେ ।
କନ୍ୟା: ଆଜି ଆପଣ ବ୍ୟବସାୟ କିମ୍ବା ଅଫିସ୍ କାମରେ ଯାତ୍ରା କରିପାରନ୍ତି । ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିବ । ପୂର୍ବରୁ କରିଥିବା କାମରେ ସଫଳତା ମିଳିବ, ଚାକିରି ମଧ୍ୟ ମିଳିଯିବ । ଏହାସହ ସାଙ୍ଗସାଥିଙ୍କ ସହ ଭେଟ ହେବାର ସୁଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ଚାକିରି ମିଳିବାର ସମ୍ଭାବନା ରହିଛି ।
ତୁଳା: ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭମୟ ହେବ। ଆପଣ ନିଜ କାମ କରିବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବେ । ଆଜି ଆପଣଙ୍କ ଦିନ ଉତ୍ତମ ରହିବ । ଅନ୍ଲାଇନ୍ ବ୍ୟବସାୟୀଙ୍କୁ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ମିଳିପାରେ। ଯାହାଦ୍ୱାରା ଆପଣଙ୍କ ଭବିଷ୍ୟତରେ ଲାଭ ହେବ । ନିଜ ଉପରେ ଭରସା ରଖିଲେ ଭବିଷ୍ୟତ ମଧ୍ୟ ଭଲ ରହିବ ।
ବିଛା: ବ୍ୟବହାର ଖରାପ ଯୋଗୁ ଲୋକଙ୍କ ସହ ଆପଣଙ୍କର ଝଗଡା ହୋଇପାରେ । ଅଫିସ୍ରେ କାମକୁ ନେଇ ଆପଣଙ୍କର ଗୁରୁତ୍ୱ ବଢିବ । ନିଜ କାମରେ ଖୁସି ରହିବେ । ଲୋକମାନେ ଆପଣଙ୍କ କାମର ପ୍ରଶଂସା କରିବେ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ମିତ୍ର କୌଣସି କାମରେ ସାହାଯ୍ୟ କରିବେ, ଯାହାଦ୍ୱାରା କାମ ବହୁତ ସହଜରେ ପୂରା ହୋଇଯିବ ।
ଧନୁ: ଆଜି ଆପଣଙ୍କ ଦିନ ସୁଖରେ କଟିବ । ବେପାରୀମାନେ ବେପାର ବଢାଇବା ପାଇଁ ନୂଆ ରାସ୍ତା ଦେଖିବେ । କଠିନ ପରିଶ୍ରମ କରି ନିଜ କାର୍ଯ୍ୟରେ ସଫଳତା ଲାଭ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ବିବାଦ ଥିଲେ ତାହା ବହୁତ ଶୀଘ୍ର ଠିକ୍ ହୋଇଯିବ । କୌଣସି କାମ କରୁଥିବା ସମୟରେ ଆପଣ ଅନ୍ୟ କାମ ସାରିବା ପାଇଁ ଚେଷ୍ଟା କରିବେ ।
ମକର: ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । ପାରିବାରିକ ସମ୍ପର୍କ ଭଲ ରହିବ । ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ଜୀବନସାଥୀଙ୍କ ସହ ଝଗଡା ଦୂର ହେବ । ସନ୍ଧ୍ୟାରେ ପିଲାଙ୍କ ସହ ଭଲ ସମୟ ଅତିବାହିତ କରିବେ । ଅଟକିଥିବା କାମ ପୂରା ହେବ । ଓକିଲମାନଙ୍କ ପାଇଁ ଦିନଟି ଭଲ ।
କୁମ୍ଭ: ଅଫିସ୍ର ଯେକୌଣସି କାମ ଧିରେ ଧିରେ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆଜି ଦିନଟି ସାମାନ୍ୟ ରହିବ । ଖେଳାଳିଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଲଭ୍ମେଣ୍ଟ୍ଙ୍କ ପାଇଁ ଦିନଟି ଭଲ ରହିବ । ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ଏବଂ ପଢିବାରେ ମନ ଲାଗିବ ।
ମୀନ: ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ । କୋର୍ଟ କଚେରୀ କାମରେ ସଫଳତା ମିଳିବ । କୌଣସି ପୁରୁଣା ଲୋନ୍ ଇ.ଏମ.ଆଇରୁ ଆରାମ ମିଳିବ । ଅଫିସ୍ର ବରିଷ୍ଠ କର୍ମଚାରୀମାନେ ଆପଣଙ୍କ କାମରେ ଖୁସି ହେବେ । ଆଜି ଲଭ୍ମେଣ୍ଟ୍ଙ୍କ ସମ୍ପର୍କ ବହୁତ ଭଲ ରହିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦ୍ୱନ୍ଦ୍ୱରେ ରହିବେ ।