ଜାଣନ୍ତୁ କେଉଁ ଲୋକଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବା, ଆଜିର ରାଶିଫଳ

ମେଷ : ଆଜି ନୂଆ ଉପକରଣ କ୍ରୟ ସକାଶେ ମନ ବଳାଇବେ । ଅସ୍ଥିରତାଯୁକ୍ତ କାମରେ ସଫଳତା ପାଇବା କଷ୍ଟକର ହେବ । କଳା, ସାହିତ୍ୟ ଓ ବାଣିଜ୍ୟ, ପରିବହନ, ପ୍ରଶାସନ, ଏଜେନଶିପ୍‌ରୁ ସୁଫଳ ପାଇବେ । ସରକାରୀ ସ୍ତରରୁ ଦୀର୍ଘ ପ୍ରତୀକ୍ଷା ପରେ ଆଶା କରୁଥିବା ଖବରଟି ଆଜି ପାଇପାରନ୍ତି ।

ବୃଷ : ଆଜି କୌଣସି ନୂଆ କାମରେ ସଫଳତା ଲାଭକରିବେ । ପରିଜନଙ୍କ ସହାୟତାରେ ପାରିବାରିକ ସମସ୍ୟାର ସମାଧାନ ଘଟିବ । ଆଶଙ୍କା କରୁଥିବା ଅଫିସିଆଲି କ୍ଷେତ୍ରରେ ସେମିତି କିଛି ଅସୁବିଧା ହେବ ନାହିଁ । ଆତ୍ମୀୟସ୍ବଜନଙ୍କ ପାରିବାରିକ ସମସ୍ୟା ସମାଧାନ ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିପାରେ ।

ମିଥୁନ : ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭକରିବେ । କେତେକ କ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି । ମନ ଅସ୍ଥିର ରହିବାରୁ କାମ ସମ୍ପନ୍ନ କଷ୍ଟକର ହୋଇପଡ଼ିବ । ବନ୍ଧୁଙ୍କ କାମ ସକାଶେ ବାହାରକୁ ଯିବାକୁ ବାଧ୍ୟ ହୋଇପାରନ୍ତି ।

କର୍କଟ : ସମସ୍ୟାର ଅଡୁଆ ସୂତାକୁ ସଜାଡ଼ିବାରେ ସମର୍ଥ ହେବେ । ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ଜମି କିଣା ପ୍ରତି ଆଗ୍ରହ ବଢ଼ିପାରେ । ପାରିବାରିକ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ସମ୍ଭାବନା ରହିଛି । ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ପୂର୍ବଭଳି ରହିବ ।

ସିଂହ : ଆପଣଙ୍କ କୌଶଳପୂର୍ଣ୍ଣ ବ୍ୟବହାର ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ମନକୁ ଆକର୍ଷିତ କରିବ । କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କହି ବିରୋଧୀ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅନ୍ୟ ଦ୍ୱାରା ପ୍ରରୋଚିତ ହୋଇ କାମ କଲେ ଅପଦସ୍ଥ ହେବେ । ସାମୟିକ ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ର ସମ୍ପୂର୍ଣ୍ଣ ନିରାମୟ ରହି ନ ପାରେ ।

କନ୍ୟା : ପରିବାରରୁ ଆଦର, ବାହାର ଲୋକଙ୍କଠାରୁ ସମ୍ମାନ, ବ୍ୟବସାୟରେ ଉନ୍ନତି କରିବେ । ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ ରହିଛି । ଅତୀତ କଥାକୁ କେନ୍ଦ୍ରକରି ଆତ୍ମୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ । ସଭାସମିତିରେ ସାଧାରଣ କଥାକୁ ଜଟିଳ କରି ଅଶାନ୍ତ ରହିବେ ।

ତୁଳା : ଆନୁଷଙ୍ଗିକ ସୁବିଧା, ସୁଯୋଗ ପାଇ କାମ ହାସଲ କରିପାରିବେ । ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ନିନ୍ଦା ଶୁଣିବାକୁ ପଡ଼ିପାରେ । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବା ସହିତ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯାଇପାରେ । ଶତ୍ରୁତା କରୁଥିବା ଲୋକମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।

ବିଛା : କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ । ବନ୍ଧୁଙ୍କ ଜରିଆରେ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସମ୍ଭାବନା ରହିଛି । ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ । ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ଏକଜିଦିଆ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି ।

ଧନୁ : କାମରେ ପ୍ରତିବନ୍ଧକ ସୃଷ୍ଟି ଆଶଙ୍କା ରହିଛି । ତଥାପି ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବାରେ ଆପଣଙ୍କ କୌଶଳ ସହାୟ ହେବ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ ।

ମକର : ଜୀବନଚର୍ଯ୍ୟାର ପ୍ରତ୍ୟେକ ଦିଗ ଠିକ୍‌ ଥିଲେ ମଧ୍ୟ ବାକ୍‌ ସଂଯମର ଅଭାବ ସମସ୍ୟାକୁ ଆମନ୍ତ୍ରଣ କରିବ । ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ପୂରଣ ହୋଇଯିବ । ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସାମୟିକ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ମଧ୍ୟ ରହିଛି । ଅସୁସ୍ଥ ମାନସିକତା କାରଣରୁ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି ।

କୁମ୍ଭ : ଆଜି ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ବିବାଦ, ମାଲିମକଦ୍ଦମା କ୍ଷେତ୍ରରେ ଜିତାପଟ ଆପଣଙ୍କର ହିଁ ହେବ । ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବା ଫଳରେ ଚିନ୍ତାମୁକ୍ତ ହେବେ । ଅଫିସରେ ଥିବା ସମୟରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ ।

ମୀନ : ବ୍ୟୟଭାବରେ ପାପଗ୍ରହ ହେତୁ ଆଜିର ଖର୍ଚ୍ଚ ସୀମା ଟପିଯିବ ଏବଂ ପାଇପାରୁ ନ ଥିବା ଜିନିଷଟି ଆଜି ପାଇବେ । ପାରିବାରିକ ସ୍ଥିତିରେ ସମସ୍ୟାଗୁଡ଼ିକ ସମାଧାନ କରିବା ସକାଶେ ବ୍ୟସ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟା ବହୁଳ ପରିସ୍ଥିତି ଲାଗି ରହିଥିଲେ ହେଁ ସମସ୍ୟାକୁ ସୁଧାରି ନେବେ ।