ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ: କିଛି ନୂଆ କାମରେ ରୁଚି ବଢିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ । ସନ୍ଧ୍ୟା ସମୟ ପିଲାଙ୍କ ସହ ଖେଳରେ ବିତିବ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିବ ।
ବୃଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । କଳା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ ।
ମିଥୁନ: ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ । ହଠାତ୍ ଖୁସି ଖବର ମିଳିବ । କୌଣସି କାମରେ ଜୀବନସାଥି ସାହାଯ୍ୟ କରିବେ । ନିଜ ଆଖପାଖର ଲୋକେ କୌଣସି କାର୍ଯ୍ୟକୁ ବିରୋଧ କରିବେ ।
କର୍କଟ: ବେପାରୀମାନଙ୍କୁ କୌଣସି ନୂଆ କମ୍ପାନୀ ସହ କାମ କରିବାର ସୁଯୋଗ ମିଳିବ । ଗୀତିକାରଙ୍କୁ ବଡ ଅଫର ମିଳିପାରେ । କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ ।
ସିଂହ: କୌଣସି ବିବାଦରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ବ୍ୟବସାୟରେ ଯେକୌଣସି କାମ ହାତକୁ ନେବେ, ସେଥିରେ ସଫଳତା ମିଳିବ ।
କନ୍ୟା: ଆପଣଙ୍କ ଆର୍ଥିକ ସ୍ଥିତି ସଦୃଢ ରହିବ । କୌଣସି ସାଙ୍ଗ ସହ ପାର୍ଟି କରିବା ପାଇଁ ଇଚ୍ଛା କରିବେ । ମନରେ ନୂଆ ନୂଆ ବିଚାର ଆସିବ । ବହୁତ ଦିନରୁ ହେଉଥିବା ସମସ୍ୟାର ସମାଧାନ ହୋଇଯିବ ।
ତୁଳା: ଆଜି କାହାଠାରୁ ବ୍ୟବସାୟ ସମ୍ବନ୍ଧୀୟ ଭଲ ପରାମର୍ଶ ମିଳିବ, ଯାହାଦ୍ୱାରା ଆପଣ ଲାଭବାନ ହେବେ । ପିଲାଙ୍କୁ କିଛି ଖୁସି ଖବର ମିଳିବ । ଜୀବନସାଥି ଆପଣଙ୍କ ବ୍ୟବହାର ଯୋଗୁ ଖୁସି ହେବେ ।
ବିଛା: ଆଜି ଆପଣଙ୍କୁ ପରିବାରର ସେହ୍ନ ଓ ସହଯୋଗ ମିଳିବ । କୌଣସି ସାଙ୍ଗଠାରୁ ସହାୟତା ମିଳିବ । କିଛି ନୂଆ କାମ କରିବା ପାଇଁ ଯୋଜନା କରିବେ । ଆୟରେ ବୃଦ୍ଧି ହେବ ।
ଧନୁ: ଘରେ ପୂଜା ଆୟୋଜନ ପାଇଁ ଇଚ୍ଛା କରିବେ । ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଖାସ୍ ରହିବ । କାହା ସହ କଥା ହେବା ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିବେ ।
ମକର: ଯେକୌଣସି କାର୍ଯ୍ୟ ହେଉ ମାତାପିତାଙ୍କ ଆଶୀର୍ବାଦ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ । ଲଭ୍ମେଟଙ୍କ ପାଇଁ ଦିନଟି ଭଲ ରହିବ । ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ ।
କୁମ୍ଭ: ବେପାରକୁ ଆଗକୁ ନେବା ପାଇଁ କିଛି ନୂଆ ଉପାୟ ଚିନ୍ତା କରିବେ । କୌଣସି କାର୍ଯ୍ୟରେ ମିତ୍ରଙ୍କ ଉପଦେଶ ଯୋଗୁ ଲାଭବାନ ହେବେ । ବେପାରରେ ଅର୍ଥ ଲାଭ ହେବ, ଯେଉଁଥିପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ ।
ମୀନ: ବ୍ୟବସାୟରେ ଧନ ପ୍ରାପ୍ତି ହେବ । କୌଣସି ନୂଆ ବନ୍ଧୁ ହେବେ, ଯିଏ ଆଗାମୀ ସମୟରେ ସାହାଯ୍ୟ କରିବେ । ପିଲାମାନଙ୍କଠାରୁ ଖୁସି ମିଳିବ । ଧନ ମିଳିବାର ସମ୍ଭାବନା ରହିଛି ।