ଆଜିର ରାଶିଫଳ : ଜାଣନ୍ତୁ ଆଜି ଆପଣଙ୍କ ଦିନ କିପରି ଯିବ, କାହାକୁ ମିଳିବ ଶୁଭଫଳ

ମେଷ : କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ କରିପାରିବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପଦସ୍ଥ ହେବେ । ବାଣିଜ୍ୟ, ଯୋଜନାରମ୍ଭ ସକାଶେ ବନ୍ଧୁ ମୋଟାଅଙ୍କର ଅର୍ଥ ମାଗିପାରନ୍ତି । ଅବଶ୍ୟ ହିତାକାଂକ୍ଷୀ କିମ୍ବା ସହକର୍ମୀମାନେ ସହଯୋଗର ହାତ ବଢାଇବେ ।

ବୃଷ : ଆଜି ଗୃହ ସମସ୍ୟା ସମାଧାନ ହୋଇପାରିବ । ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେବ । ଯୋଜନାରମ୍ଭ ସକାଶେ ବନ୍ଧୁବର୍ଗଙ୍କ ସହମତି ଉତ୍ସାହକୁ ଦ୍ୱିଗୁଣିତ କରିବ । ସଭାସମିତି, ସଂଗଠନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ପ୍ରତିବନ୍ଧକ ଦୂରେଇଯିବ ।

ମିଥୁନ : ପାରସ୍ପରିକ ସମ୍ବନ୍ଧ କାରଣରୁ ଆଜିର ଦିନଟି ଭଲରେ କଟିବ । ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ରହିବ ନାହିଁ । ବୃତ୍ତି, ବାଣିଜ୍ୟ, କଳା, ସାହିତ୍ୟ, ସାମ୍ବାଦିକତା, ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଠିକ୍‌ ହେବ ।

କର୍କଟ : ମନର ଅକୁହା କଥାକୁ ଅନ୍ତରଙ୍ଗ ବନ୍ଧୁଙ୍କୁ କହିବାର ପ୍ରୟାସ କରିପାରନ୍ତି । ପରିବାରର ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ । କୌଣସି ବ୍ୟକ୍ତିଙ୍କ ଦୁଷ୍ଟ ବୁଦ୍ଧି ଲାଗି ନିଷ୍ପତ୍ତିର ଶେଷ ପର୍ଯ୍ୟାୟରେ ସବୁ ଓଲଟ ପାଲଟ ହୋଇଯିବ । ବ୍ୟବସାୟରେ ଶତ୍ରୁତା ସମସ୍ୟା ବିଷୟରେ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି ।

ସିଂହ : ଅନ୍ୟମାନଙ୍କ ସାହାଯ୍ୟରେ କାମକୁ ପୁରା କରିବେ। କର୍ମକ୍ଷେତ୍ରସ୍ଥ ବିବାଦୀୟ ପରିସ୍ଥିତିରେ ପକ୍ଷଭୁକ୍ତ ହେଲେ ସମାଲୋଚିତ ହେବେ । ସାମାନ୍ୟ ଘଟଣାର ତର୍କବିତର୍କ କାରଣରୁ ଭାଙ୍ଗି ପଡିଥିବା ସମ୍ପର୍କ ଆଜି ପୁଣି ଯୋଡି ହୋଇଯିବ । ଗୃହନିର୍ମାଣ, କର୍ମାରମ୍ଭ ତଥା ଗଠନମୂଳକ କାଯର୍‌ୟରେ ଗତି ମନ୍ଥର ହେବ ।

କନ୍ୟା : ମନୋବଳ ଅତୁଟ ରହିଥିଲେ ମଧ୍ୟ ପାରିବାରିକ ଜଞ୍ଜାଳରେ ଅତିଷ୍ଠ ରହିବେ । ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କଲେ ମଧ୍ୟ ଜିତାପଟ ଆପଣଙ୍କର ହେବ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ ପରିପାରନ୍ତି । ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିବେ ।

ତୁଳା : ଅପୂରଣୀୟ ଅଭିଳାଷ ପୂରଣ ହେଲେ ମଧ୍ୟ ମାନସିକ ସ୍ଥିତି ଦୋଦୁଲ୍ୟମାନ ରହିବ । ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ଭୁଲ୍‌ ବୁଝାମଣାକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟିହେବ । ରଚନାତ୍ମକ କାର୍ଯ୍ୟରୁ କଳା, ସାହିତ୍ୟ, ସଙ୍ଗୀତରେ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ । ପାରିବାରିକ ସ୍ତରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।

ବିଛା : ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ମାନସିକ ସ୍ଥିତି ଭଲ ଦିଗକୁ ଗତି କରିବ । ଅର୍ଥର ଅଭାବକୁ ଜଣେ ବାନ୍ଧବୀ ପୂରଣ ପ୍ରତିଶ୍ରୁତି ଦେବେ । ସାଧାରଣ କଥାକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟମାନଙ୍କ ସହ ତର୍କର ସମ୍ମୁଖୀନ ହେବାକୁ ପଡିପାରେ । ବନ୍ଧୁଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ ।

ଧନୁ : ପ୍ରତ୍ୟେକ କ୍ଷେତ୍ରରେ ଧନୁପରି ଭାଙ୍ଗିଯିବେ ପଛକେ ନଇଁବେ ନାହିଁ । ସଭାସମିତିରେ ବୟସ୍କ ବ୍ୟକ୍ତିଙ୍କ ନିକଟରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ । ଆର୍ଥିକ ଉନ୍ନତି, ବନ୍ଧୁଙ୍କ ସହ ଆଲୋଚନା, ପିଲାଙ୍କ ଶିକ୍ଷା ଓ ପରୀକ୍ଷା, ଶୁଭେଚ୍ଛୁଙ୍କ ସଦୁପଦେଶ ମନକୁ ପ୍ରଫୁଲ୍ଲିତ ରଖିବ ।

ମକର : ଅନୁକମ୍ପାରୁ ଅନ୍ୟକୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିପାରିବେ । ବିଭିନ୍ନ କର୍ମଜଞ୍ଜାଳ ମଧ୍ୟରେ ମନ ଅଶାନ୍ତ ରହିବ କିନ୍ତୁ ଅନ୍ୟମାନଙ୍କ ସାହାଯ୍ୟର ପ୍ରତିଶ୍ରୁତିରୁ ମନ ହାଲୁକା ରହିପାରେ । ନିଜ ପରିସରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି ।

କୁମ୍ଭ : ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ ହେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ଟଙ୍କା ପଇସାକୁ କେନ୍ଦ୍ରକରି କୌଣସି ବ୍ୟକ୍ତି ସହ କଳହର ସୂତ୍ରପାତ ହୋଇପାରେ । କେତେକ କ୍ଷେତ୍ରରେ ଅଜଣା ଭୟ ଓ ଆଶଙ୍କାଜନିତ ଆତଙ୍କିତ ହୋଇ କୌଣସି କାର୍ଯ୍ୟାରମ୍ଭ କରିପାରିବେ ନାହିଁ । ମତଭେଦଜନିତ ପରିବାରରେ ଛୋଟଛୋଟ କଥାକୁ କେନ୍ଦ୍ର କରି କଳହର ଆଶଙ୍କା ରହିଛି ।

ମୀନ : ମନ ଚାହୁଁଥିବା ପ୍ରକାରରେ କାମ ନ ହେବାରୁ ଅସନ୍ତୁଷ୍ଟ ରହିବେ । ବିବାଦୀୟ ଘଟଣାକୁ ନେଇ ମାନସିକ ଅବସାଦ ଲାଗି କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ । ଜମିଜମା, ଯାନବାହନ, ବାଣିଜ୍ୟ, ବ୍ୟବସାୟ ସମସ୍ୟା ଜଟିଳ ରହିବ । ଅବଶ୍ୟ ଅର୍ଥସଙ୍କଟ ଦୂରୀଭୂତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ ।