ଆଜି ମେଷଠୁ ମୀନ ଏମିତି କଟିବ ଦିନ; ଜାଣନ୍ତୁ କିଏ ପାଇବେ ଦାମ୍ପତ୍ୟ ସୁଖ ଆଉ କିଏ ହେବେ ପ୍ରେମରେ ସଫଳ

ଆଜି ଆପଣଙ୍କ ଦିନ ଭଲରେ କଟିବ। ଅଫିସ୍ କାର୍ଯ୍ୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ଧୌର୍ଯ୍ୟ ରଖନ୍ତୁ। ଠିକ୍ ସମୟରେ କାର୍ଯ୍ୟ ଶେଷ ହେବ।

ମେଷ: ଆଜି ଆପଣଙ୍କ ଦିନ ଭଲରେ କଟିବ। ଅଫିସ୍ କାର୍ଯ୍ୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ଧୌର୍ଯ୍ୟ ରଖନ୍ତୁ। ଠିକ୍ ସମୟରେ କାର୍ଯ୍ୟ ଶେଷ ହେବ।

ବୃଷ: ଦାମ୍ପତ୍ୟ ଜୀବନ ବିତାଉଥିବା ଲୋକଙ୍କ ପାଇଁ ଆଜି ବହୁତ ଭଲ ସମୟ ରହିବ। ଆଜି ଆପଣ ପରିବାର ବିଷୟରେ କିଛି ବଡ଼ ନିଣ୍ଣୟ ନେବାକୁ ଚେଷ୍ଟା କରିବେ।

ମିଥୁନ: ଆଜିର ଦିନ କୌଣସି ଆନନ୍ଦଦାୟକ ଯାତ୍ରା ଆଡ଼କୁ ଇଶାରା କରୁଛି। ଏହି ଯାତ୍ରା ଦ୍ୱାରା ଆପଣଙ୍କର ଭଲ ସମ୍ପର୍କ ସୃଷ୍ଟି ହେବ। ପ୍ରେମ ଜୀବନ ପାଇଁ ଦିନ ସ୍ୱାଭାବିକ ରହିବ।

କର୍କଟ: ଆଜି ଆପଣଙ୍କ ଦିନ ସ୍ୱାଭାବିକ ରହିବ। ମାଆ, ବାପାମାନେ ନିଜ ପିଲାମାନଙ୍କ ସହିତ କୌଣସି ଆଖପାଖ ସ୍ଥାନକୁ ପିକନିକ୍‌ରେ ଯିବାକୁ ମନ ବଳାଇବେ।

ସିଂହ: ଆଜି ଆପଣଙ୍କୁ ପଇସାର ଲାଭ ମିଳିବ। ଆପଣ ଉତ୍ସାହ ରଖନ୍ତୁ, କାହିଁକି ନା, ଏହାଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇପାରିବ।

କନ୍ୟା: ଆଜିର ଦିନ ଆପଣ ନିଜ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତୁ। ସ୍ୱାସ୍ଥ୍ୟ ତଥା ଅନ୍ୟ କାର୍ଯ୍ୟକଳାପ ଉପରେ ଆପଣଙ୍କର ଖର୍ଚ୍ଚ ବଢ଼ିବ, ଯାହାର ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିପାରେ।

ତୁଳା: ଆଜି ଆପଣଙ୍କ ଦିନ ସ୍ୱାଭାବିକ ରହିବ। ଆପଣଙ୍କର କିଛି ଖାସ୍‌ କାମ ହେଉ ହେଉ ଅଟକି ଯାଇପାରେ। ବ୍ୟବସାୟରେ ଆସୁଥିବା ସମସ୍ୟା ଶେଷ ହେବ।

ବିଛା: ଆଜି ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ। ପରିଶ୍ରମ ଏବଂ ମନ ଦେଇ କାମ କରିବା ଦ୍ୱାରା ଆଜି ଆପଣଙ୍କୁ ଭଲ ସଫଳତା ମିଳିବ। କର୍ମକ୍ଷେତ୍ରରେ ଲାଭ ମିଳିବ।

ଧନୁ: ଆଜି ଆପଣ ସତର୍କ ରୁହନ୍ତୁ। ଅଚାନକ୍‌ ଭାଗ୍ୟରେ ବୃଦ୍ଧି ଘଟିବ ଏବଂ କିଛି ଭଲ କାମ ହୋଇଯିବ। ଏହାଦ୍ୱାରା ଆପଣଙ୍କୁ ଧନଲାଭ ହୋଇପାରେ। ଆପଣଙ୍କ ବ୍ୟବହାର ଖରାପ ହୋଇପାରେ, ଯାହା ଆପଣଙ୍କ ସମ୍ପର୍କକୁ ପ୍ରଭାବିତ କରିବ।

ମକର: ଆଜି ଆପଣଙ୍କ ଦିନ ବଢ଼ିଆ ରହିବ। ଆପଣ ଯାହା ବି କାମ କରିବାକୁ ଚାହିଁବେ, ତାହା ବହୁତ ସହଜରେ ପୂରା ହୋଇଯିବ। ଆପଣଙ୍କୁ ନିଜର ମାନ, ପ୍ରତିଷ୍ଠା ବଜାୟ ରଖିବା ପାଇଁ ସାମାଜିକ କାର୍ଯ୍ୟରେ ସହଯୋଗ କରିବା ଉଚିତ୍।

କୁମ୍ଭ: ଆଜି ଆପଣ ନିଜର ଉପରିସ୍ଥ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା ସମୟରେ ଚତୁର ହେବା ଉଚିତ୍। କର୍ମକ୍ଷେତ୍ରରେ ଆପଣଙ୍କୁ କିଛି ବାଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ମୀନ: ଆଜିର ଦିନ ଦାମ୍ପତ୍ୟ ଜୀବନ ଟିକେ ଦୁର୍ବଳ ରହିବ। କାହିଁକି ନା, କୌଣସି ଖାସ୍‌ କଥାକୁ ନେଇ ଆପଣ ଦୁଇଜଣଙ୍କ ମଧ୍ୟରେ ବିଚାର ବିମର୍ଶ ହେବ ଏବଂ ଉଭୟଙ୍କର ବିଚାର ମିଶିବ ନାହିଁ।