ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ଦିନ, ଆଜିର ରାଶିଫଳ

ମେଷ : ଆର୍ଥିକ ସ୍ଥିତି ମନ୍ଦ ନ ଥିଲେ ମଧ୍ୟ ପାରିବାରିକ ଅସ୍ଥିରତା ସଙ୍ଗକୁ କେତେକ ଅପୂରଣୀୟ ଅଭିଳାଷ ମନକୁ ବ୍ୟଥିତ କରିପାରେ । ଅଟକିଥିବା କାମ ସକାଶେ ବିଚଳିତ ରହିପାରନ୍ତି । ବାଣିଜ୍ୟ, ପରିବହନ, ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ଦୂର ହେବ । ଧାର୍ମିକ ବାତାବରଣରେ ସାମିଲର ସୁଯୋଗ ମିଳିବ ।
ବୃଷ : ଆଜି ଦେହ ସୁସ୍ଥତା ସଙ୍ଗକୁ ପାରିବାରିକ ଓ ସାମାଜିକ ଜୀବନ ପ୍ରୀତିପ୍ରଦ ରହିବ । ଅର୍ଥର ପ୍ରାଚୁର୍ଯ୍ୟ, ଦକ୍ଷତାର ପ୍ରତିଷ୍ଠା ଓ ପ୍ରଶଂସା ସୂଚକ ବିଷୟକୁ ନିନ୍ଦୁକଗୋଷ୍ଠୀଙ୍କୁ ଅସହ୍ୟ ହୋଇପାରେ । ସାଂଗଠନିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଇବାରେ ଆପଣଙ୍କର ଭୂମିକା ଶୀର୍ଷରେ ରହିବ ।
ମିଥୁନ : ପରିବାରରେ ମତଭେଦ ହେତୁ ମନରେ ସରସତା ଆଗଭଳି ରହିବ ନାହିଁ । ମାଲିମକଦ୍ଦମାରେ, ବ୍ୟବସାୟରେ, ବିବାଦୀୟ ଘଟଣାରେ ସ୍ଥିତି ଅନୁକୂଳ ହୋଇପାରେ । ବନ୍ଧୁଙ୍କ କଥାକୁ କାନଡେରି ଶୁଣନ୍ତୁ କିନ୍ତୁ ଭାବିଚିନ୍ତି ଆଗକୁ ଗୋଡ ବଢାନ୍ତୁ । ସପ୍ତମାଧିପ ଅଷ୍ଟମସ୍ଥ ଯୋଗୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେଇପାରେ ।
କର୍କଟ : ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ । ମାଲିମକଦ୍ଦମାର ଫଳାଫଳ ବିପକ୍ଷରେ ଯାଇପାରେ । କର୍ମସମୂହ ଓ ବ୍ୟବସାୟିକ ସ୍ଥିତିକୁ ସୁଦୃଢ଼ କରିବ । ବିଚାରବୁଦ୍ଧି ପ୍ରୟୋଗକରି କାର୍ଯ୍ୟହାସଲ କରିବେ ।
ସିଂହ : ବନ୍ଧୁମିଳନରେ ଅନ୍ତରଙ୍ଗ ଆଳାପ ମନକୁ ଆମୋଦିତ କରିବ । ପୂର୍ବରାଗକୁ ଶୁଝାଇବାକୁ ଯାଇ ଆତ୍ମୀୟମାନେ ଶତ୍ରୁତା କରିପାରନ୍ତି । ସଭାସମିତିରେ ମନକୁ ନ ପାଇଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ନିଜ ପରିସରର ବ୍ୟକ୍ତିଙ୍କ ସାହାଯ୍ୟକ୍ରମେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।
କନ୍ୟା : କୌଣସି କାର୍ଯ୍ୟାରମ୍ଭରେ ଆଶାନୁରୂପ ସାହାଯ୍ୟ ମିଳି ନ ପାରେ । ଦୈହିକ ସ୍ଥିତି ସେତେଟା ଅନୁକୂଳ ନ ରହିଲେ ମଧ୍ୟ ମନୋବଳ ଦୃଢ ରହିବ । ଆଜି କୌଣସି ବିବାଦୀୟ କ୍ଷେତ୍ରରେ ବେଶି ସମୟ ରହିବା ଠିକ୍ ହେବନାହିଁ । ବାଣିଜ୍ୟ ବ୍ୟବସାୟ ଟେନସନଯୁକ୍ତ ରହିଲେ ମଧ୍ୟ ଆର୍ଥିକ ସ୍ଥିତି ମନ୍ଦ ହେବନି ।
ତୁଳା : ସ୍ବାସ୍ଥ୍ୟ ଠିକ୍ ରହିଲେ ମଧ୍ୟ କାମଗୁଡିକ ବିଶୃଙ୍ଖଳିତ ଅବସ୍ଥାରେ ରହିବ । ବନ୍ଧୁଙ୍କ ରୁକ୍ଷ ବ୍ୟବହାର ଓ ଅସମ୍ମାନଜନକ କଥା ମନକୁ ବେଶି ବାଧିବ । ପାରିବାରିକ ସ୍ତରରେ ଭୁଲ୍ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ତଥାପି ସମସ୍ୟାର ସରଳ ସମାଧାନ କରିପାରିବେ ।
ବିଛା : ସ୍ବାସ୍ଥ୍ୟ ଭଲ ରହିବା ସହ ବାହାର ଦୁନିଆରେ ଅନ୍ୟମାନଙ୍କ ଦୃଷ୍ଟିରେ ଭଲ ରହିବ । କିନ୍ତୁ ମାନସିକ ଅବସ୍ଥା ସେତେ ଭଲ ରହି ନ ପାରେ । ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିବାର ସୂଚନା ରହିଛି । ସମ୍ପର୍କୀୟ ଭାଇ, ବନ୍ଧୁ, କୁଟୁମ୍ବମାନେ କ୍ରମଶଃ ନରମ ମନୋଭବ ପୋଷଣ କରିପାରନ୍ତି ।
ଧନୁ : ଆଗାମୀ ଆନୁଷ୍ଠାନିକ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି । ବନ୍ଧୁଙ୍କ ସାହାଯ୍ୟରେ କାମଗୁଡିକ ସୁବିଧାରେ ସମ୍ପନ୍ନ ହେବ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପାରନ୍ତି । ବ୍ୟବସାୟିକ ସ୍ଥିତି ଭଲ ରହିବା ସହ ଋଣ ପରିଶୋଧରେ ସଫଳ ହେବେ ।
ମକର : ଆଜି କଳା, ସାହିତ୍ୟ, ସାମ୍ବାଦିକତା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ଆର୍ଥିକ ଦୂରବସ୍ଥା କାର୍ଯ୍ୟଧାରାର ଗତିରୋଧ କରିବା ଆଶଙ୍କା ଦେଖାଦେଇପାରେ । ପ୍ରିୟଜନଙ୍କ ସାନ୍ନିଧ୍ୟରୁ ଖୁସି ଅନୁଭବ କରିବେ । ବ୍ୟବସାୟ, ପ୍ରଶାସନ, ସଭାସମିତି, ଯାତ୍ରା, ବନ୍ଧୁ ସମ୍ପର୍କ ପ୍ରାୟତଃ ମନ୍ଦ ହେବନି ।
କୁମ୍ଭ : ପରିବାରରେ ସନ୍ତାନ ମାନଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ଅଶାନ୍ତ ରହିବେ । ଜମିଜମା କାରବାର,ଗୃହ ନିର୍ମାଣ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର କିଛି ଖୁସି ଖବର ମିଳିବ । ଆଲୋଚନା ସମୟରେ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି । କର୍ମକ୍ଷେତ୍ର ପୂର୍ବବତ୍ ଚାଲୁରହିବ ଏବଂ ବିଶେଷ ଅସୁବିଧା ରହିବ ନାହିଁ ।
ମୀନ : ପ୍ରିୟ ବନ୍ଧୁ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ । ପିଲାଙ୍କ ପଢ଼ାସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ପଦସ୍ଥବ୍ୟକ୍ତିଙ୍କ ସହାୟତାରେ ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ । ପ୍ରକାଶନ କ୍ଷେତ୍ର, ସାମ୍ବାଦିକତା, ସଭାସମିତି, ପ୍ରଶାସନିକ ଆଲୋଚନା ଫଳପ୍ରଦ ହୋଇପାରେ ।