ଆଜିର ଭାଗ୍ୟ: ଜାଣନ୍ତୁ ପୂରା ଦିନର ରାଶିଫଳ

ମେଷ: ମେଷ ରାଶିର ଲୋକ ନିଜ ପରିଶ୍ରମର ଉପଯୁକ୍ତ ଫଳ ପାଇବେ। ଆପଣଙ୍କ ଜୀବନରେ ଅପାର ଖୁସି ଆସିବ। ଉପହାର ମିଳିପାରେ। ଚାକିରି କ୍ଷେତ୍ରରେ ନୂଆ ପଦ ପାଇବେ। ନୂଆ ବେପାର ଆରମ୍ଭ କଲେ ଧନ ଲାଭ ହେବ। ଆର୍ଥିକ ସାହାଯ୍ୟ ମିଳିବ ।
ବୃଷ: ନୂଆ ସଫଳତା ପ୍ରାପ୍ତ ହେବ। ଛାତ୍ର ମାନେ ଶିକ୍ଷା କ୍ଷେତ୍ରରେ ରୁଚି ରଖିବେ । ରାଜନୀତି ଓ କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ ରହିବ। ଆପଣଙ୍କର ଅଟକି ଥିବା କାମ ପୂରା ହେବ। ସନ୍ତାନମାନଙ୍କ ତରଫରୁ ଖୁସି ଖବର ପାଇବେ। ଜୀବନର ପ୍ରତିଟି କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ସମାଜରେ ମାନ ସମାନ ବୃଦ୍ଧି ହେବ।
ମିଥୁନ: ଆଜି କ୍ୟାରିୟର ପାଇଁ ବହୁତ ଭଲ ସମୟ। ଆୟ ବୃଦ୍ଧି ପାଇବ। ବିଭିନ୍ନ ପ୍ରୋଗ୍ରାମରେ ସକ୍ରିୟ ରହିବେ। ବୈବାହିକ ଜୀବନ ଭଲ ରହିବ। ବ୍ୟବସାୟରେ ବଡ ଲାଭ ହେବାକୁ ଯାଉଛି। ପ୍ରମୋସନ୍- ଇଂକ୍ରିମେଣ୍ଟ ହେବ। ବ୍ୟସ୍ତ ରହିଲେ ମଧ୍ୟ ପରିବାର ପାଇଁ ସମୟ ବାହାର କରନ୍ତୁ। ଏହା ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିବ।
କର୍କଟ: ପୁରୁଣା ସମସ୍ୟା ସମାଧାନ ହେବ। ବ୍ୟବସାୟରେ ଲାଭ ହେବ। କର୍ମକ୍ଷେତ୍ରରେ ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବିଦ୍ୟାରେ ଉନ୍ନତି ଘଟିବ ତଥା ନୂତନ କର୍ମ ପ୍ରାପ୍ତି ହେବ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା, ମାଲି ମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ପ୍ରଶଂସିତ ହେବେ।
ସିଂହ: କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ।
କନ୍ୟା: ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ। ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ଅନୁକୂଳ ରହିବ। ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା ସହ ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ। ପୂର୍ବରୁ ଅଟକି ଥିବା କୋର୍ଟ, କଚେରୀ ମାଲି ମକଦ୍ଦମା, ବାଦ ବିବାଦ ଆଗକୁ ବଢ଼ିବ।
ତୁଳା: ଆମଦାନୀ ବଢିବା ସହ ବେପାରରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ। ଜୀବନ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ। ସନ୍ତାନ ଯୋଗୁ ଖୁସି ଖବର ମିଳିବାରୁ ଆପଣ ନିଜକୁ ଗର୍ବିତ ଅନୁଭବ କରିବେ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ।
ବିଛା: ମାନସିକ ଚିନ୍ତା ରହିବ। ମାତା ପିତାଙ୍କର ସହଯୋଗ ମିଳିବ ନାହିଁ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପଇସା ରୋଜଗାର ପାଇଁ କୌଣସି ଭୁଲ କାମ କରନ୍ତୁ ନାହିଁ ନଚେତ ଆଗକୁ ସମସ୍ୟା ସୃଷ୍ଟି ହୋଇପାରେ। ଘରର କୌଣସି ଲୋକଙ୍କ ସହ ଝଗଡା ହୋଇପାରେ। ଦେବା ନେବା ସମୟରେ ସତର୍କ ରୁହନ୍ତୁ।
ଧନୁ: ଗୃହରେ କିଛି ଶୁଭ କର୍ମ ହେବ। ବିବାହ ଆଦି ଶୁଭ ମାଙ୍ଗଳିକ କାର୍ଯ୍ୟରେ ସହଯୋଗ ମିଳିବ। ବନ୍ଧୁ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବ, ବ୍ୟବସାୟରେ ଉନ୍ନତି ହେବ। ଭୂସମ୍ପତ୍ତି ଯାନବାହନରେ ଶୁଭଫଳ ପାଇବେ। ବିଦେଶ ଯାତ୍ରା, ବିଦେଶୀୟ ପୁଞ୍ଜିନିବେଶରେ କିଛିଟା ଶୁଭଫଳ ପାଇବେ। ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ। ପାରିବାରିକ କ୍ଷେତ୍ରରେ କିଛିଟା ସୁଧାର ଆସିବ।
ମକର: ସ୍ୱାସ୍ଥ୍ୟରେ ସୁଧାର ଆସିବ। ବେପାର ଓ ବାଣିଜ୍ୟରେ ଲାଭବାନ ହେବେ। କୌଣସି କ୍ଷେତ୍ରରୁ ଧନ ଲାଭ ହେବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଭାଇ ଭଉଣୀଙ୍କ ସହଯୋଗ ପାଇବେ। ବିବାହ ରେ ବିଳମ୍ବ ହେଉଥିଲେ ଶୀଘ୍ର ବିବାହ ଯୋଗ ରହିଛି। ଯେଉଁ କାମରେ ହାତ ଦେବେ ସଫଳ ହେବ।
କୁମ୍ଭ: ଭାଇ ବନ୍ଧୁ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇବେ। ଛାତ୍ର-ଛାତ୍ରୀମାନଙ୍କର ବିଦ୍ୟାରେ ଉନ୍ନତି ହେବ। ଭାଗ୍ୟ ମଜଭୁତ୍ ହେବ। ପରୀକ୍ଷାର୍ଥୀଙ୍କୁ ସଫଳତା ମିଳିବ। ପରିଶ୍ରମର ଫଳ ମିଳିବ। ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିବ। ଭାଗ୍ୟ ଆପଣଙ୍କ ପୂରା ସାଥ୍ ଦେବ। ପୈତୃକ ସମ୍ପତ୍ତିର ବାଦ ବିବାଦରୁ ମୁକ୍ତି ମିଳିବ। ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ରହିବ। ଘରେ ସୁଖ ଶାନ୍ତି ରହିବ।
ମୀନ: ପ୍ରେମ ସମ୍ପର୍କ ଯୋଗୁ ଖୁସିରେ ରହିବେ। ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନେ ନୂଆ ଚାକିରି ପାଇବାର ଯୋଗ ରହିଛି। ନୂଆ ଯାନବାହାନ କ୍ରୟ କରିବେ। ପରିବାର ଲୋକଙ୍କ ସହ ସମ୍ପର୍କ ଭଲ ରହିବ। ଦାମ୍ପତ୍ୟ ଜୀବନରେ ଜୀବନ ସାଥିଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ। ଦୂର ଜାଗାକୁ ଯାତ୍ରା କରିବେ।