ଆଜିର ରାଶିଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ: ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ । ଆପଣଙ୍କର କିଛି ନୂଆ ବନ୍ଧୁ ହୋଇପାରନ୍ତି । ଆପଣଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ । ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ ।

ବୃଷ: ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ । ଘରୋଇ ସମସ୍ୟାର ସମାଧାନ ବାହାରିବ । ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ ।

ମିଥୁନ: କୌଣସି ନା କୌଣସି ସମସ୍ୟାର ସମାଧନା କରିବେ । କିଛି ଲୋକ ଆପଣଙ୍କୁ ସାହାଯ୍ୟ କରିବେ । କାରବାରରେ ଅଚାନକ ଧନଲାଭ ହେବ । ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ ।

କର୍କଟ: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ । ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ । କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ଜୀବନସାଥୀ ସହ ସିନେମା ଦେଖିବେ ।

ସିଂହ : ମନର କୌଣସି ବଶେଷ ଆଶା ଆପଣଙ୍କ ଜୀବନସାଥୀ ପୂରା କରିବେ । ବ୍ୟବସାୟ କାମରେ ଅନ୍ୟରାଜ୍ୟକୁ ଯାଇପାରନ୍ତି । ନୂଆ ଲୋକଙ୍କ ସହିତ ମିଶନ୍ତୁ ଜୀବନରେ ପରିବର୍ତ୍ତନ ଆସିବ ।

କନ୍ୟା: କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଖୁସିର ମାହୋଲ ରହିବ । ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ବିଜ୍ଞ ବ୍ୟକ୍ତିଙ୍କ ମତ ନିଅନ୍ତୁ । ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ ।

ତୁଳା: କାମ ସଂପୂର୍ଣ୍ଣ କରିବା ଲାଗି ବନ୍ଧୁର ସାହାଯ୍ୟ ପାଇବେ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ । ପ୍ରିୟବନ୍ଧୁଙ୍କ ସହ ସାକ୍ଷାତ ହେବ । ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ ।

ବିଛା : ଆପଣଙ୍କର ପାଖ ଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବେ । ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ । ବ୍ୟବସାୟୀଙ୍କୁ ଲାଭ ହେବ । ଆପଣଙ୍କୁ ପଢ଼ିବା କ୍ଷେତ୍ରରେ ଲାଭ ମିଳିବା ଯୋଗ ରହିଛି ।

ଧନୁ: ସବୁ ସମସ୍ୟାର ସମାଧାନ ହେବ । ଜୀବନର ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ । ଧର୍ମକାର୍ଯ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ । ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ ।

ମକର : କାମର ବୋଝ ବଢ଼ିପାରେ । କାମରେ କିଛି ଲୋକ ସାହାଯ୍ୟ କରିବାକୁ ମନା କରିପାରନ୍ତି । ଘରର ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ ।

କୁମ୍ଭ : ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ କରିବେ । କୋର୍ଟ କଚେରି ମାମଲା ଠାରୁ ଦୂରରେ ରହନ୍ତୁ । ଅବିବାହିତଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ । ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ ।

ମୀନ: ବ୍ୟବସାୟରେ ସାହସର ସହ କାମ କରନ୍ତୁ, ସଫଳ ହେବେ । ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ଦିନଟି ଆଜି ମଙ୍ଗଳମୟ ହେବ ।