ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ : ପୁରାତନ ରୋଗର ଉପଶମ ହେବ । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପିଲାମାନଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ରହିବ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି।

ବୃଷ : ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆଶାତୀତ ଲାଭ ହେବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। କର୍ମୋନ୍ନତି ସହ ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ।

ମିଥୁନ : ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖିବା ଫଳରେ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।ରାଜନୀତିରେ ସଫଳତା ପାଇବେ ନାହିଁ ବରଂ ଅପଦସ୍ତ ହୋଇପାରନ୍ତି।

କର୍କଟ : ବିଳମ୍ବିତ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସାଧିତ ହେବ । ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ । ଆଇନଗତ ପ୍ରସଙ୍ଗରେ ବିଜୟୀ ହୋଇ ସମାଜରେ ଖ୍ୟାତି ଓ ସମ୍ମାନ ପାଇବେ। ସାମାଜିକ କଲ୍ୟାଣ କାମରେ ନିଜକୁ ନିୟୋଜିତ କରିବେ।

ସିଂହ : ସନ୍ତାନମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ ଓ ନୂତନ ଯାନ କିଣିପାରିବେ । ଦୃଢ ସଂକଳ୍ପ ନେଇ ନୂତନ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରିପାରିବେ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ। ରାଜନୀତିରେ ସଫଳତା ପାଇବେ ନାହିଁ ବରଂ ଅପଦସ୍ତ ହୋଇପାରନ୍ତି।

କନ୍ୟା : କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗିରଖି ରହିବାକୁ ପଡିବ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ, ଦୂରସ୍ଥାନକୁ ଯାତ୍ରା କଲାବେଳେ ସତର୍କତାର ସହ ଯାଆନ୍ତୁ । ଆତ୍ମବିଶ୍ୱାସର ସହିତ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ, ସବୁକାର୍ଯ୍ୟ ସୁରୁଖୁରୁରେ ହୋଇଯିବ ।

ତୁଳା : ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ଓ ବାହାରକୁ ଯାତ୍ରା କରିବା ପାଇଁ ଯୋଜନା କରିପାରନ୍ତି। ପିଲାମାନଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ରହିବ। ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ବିଛା : ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଘରର ବାତାବରଣ ଭଲ ରହିବ। ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ନାହିଁ। ସାମାଜିକ କଲ୍ୟାଣ କାମରେ ନିଜକୁ ନିୟୋଜିତ କରିବେ।

ଧନୁ : ବ୍ୟକ୍ତିଗତ ବିଷୟ ସମ୍ବନ୍ଧରେ ସମ୍ପର୍କୀୟମାନେ ଆପଣଙ୍କଠାରୁ ମତାମତ ନେଇପାରନ୍ତି। ବସ୍ତ୍ର ଆଭୂଷଣ ଆଦି ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ।

ମକର : ଆତ୍ମବିଶ୍ୱାସ ବଢ଼ିବ। ପରୀକ୍ଷା ଓ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ। ଅଫିସ୍‌ରେ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ବନ୍ଧୁଙ୍କ ସାହାଯ୍ୟ ପାଇ ଆନନ୍ଦିତ ହେବେ। କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ନାହିଁ।

କୁମ୍ଭ : କର୍ମକ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟ, ବାଣିଜ୍ୟରେ ଆଶାରୁ ଅଧିକ ଲାଭ ପାଇବେ। ଘର ପାଇଁ ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ନିଜର ଯୋଗ୍ୟତା, ଦକ୍ଷତା ଓ କ୍ଷମତାର ସଦୁପଯୋଗ କରିବା ଫଳରେ ବହୁତ ଲାଭ ମିଳିବ।

ମୀନ : ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ଦୂରସ୍ଥାନକୁ ଯାତ୍ରା କରିବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ଓ ବାହାରକୁ ଯାତ୍ରା କରିବା ପାଇଁ ଯୋଜନା କରିପାରନ୍ତି।