୩୧ ମେ’ ୨୦୨୩: ଆଜିର ରାଶିଫଳ ଜାଣନ୍ତୁ
ଆଜିର ଦିନ ଖୁସିରେ ଭରି ରହିବ। ପୂରା ଦିନ ମଉଜ ମସ୍ତିରେ ବିତିବ। ସରକାରୀ ଚାକିରିଆଙ୍କୁ ପ୍ରମୋସନ ମିଳିପାରେ। ଆଜି ପରିବାର ସହିତ କୌଣସି ଟୁରିଷ୍ଟ୍ ଜାଗାକୁ ଯିବେ। ହଠାତ୍ କେହି ଅତିଥି ଘରକୁ ଆସିପାରନ୍ତି।

ମେଷ: ଆଜିର ଦିନ ଖୁସିରେ ଭରି ରହିବ। ପୂରା ଦିନ ମଉଜ ମସ୍ତିରେ ବିତିବ। ସରକାରୀ ଚାକିରିଆଙ୍କୁ ପ୍ରମୋସନ ମିଳିପାରେ।
ବୃଷ: ଆଜି ପରିବାର ସହିତ କୌଣସି ଟୁରିଷ୍ଟ୍ ଜାଗାକୁ ଯିବେ। ହଠାତ୍ କେହି ଅତିଥି ଘରକୁ ଆସିପାରନ୍ତି। ବ୍ୟବସାୟର ଗତି ବଢ଼ିବ।
ମିଥୁନ: ମନରେ ନୂଆ ନୂଆ ବିଚାର ଆସିବ। ଅଫିସ୍ରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ। ପରିବାରରେ ଉତ୍ସବ ପରି ମାହୋଲ ରହିବ।
କର୍କଟ: ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ। ନିଜର ବାଣୀ ଉପରେ ସଂଯମ ରଖିବାର ଆବଶ୍ୟକ ଅଛି। ଲଭ୍ମେଟ ଲଙ୍ଗ୍ ଡ୍ରାଇଭ୍ରେ ଯିବେ।
ସିଂହ: ଆଜିର ଦିନ ଅନୁକୂଳ ରହିବ। କେହି ଘନିଷ୍ଠ ଆପଣଙ୍କ ଖୁସିକୁ ଦ୍ୱିଗୁଣ କରିଦେବ। କାର୍ଯ୍ୟକ୍ଷେତ୍ରରେ ପ୍ରଗତିର ନୂଆ ଅବସର ପ୍ରାପ୍ତ ହେବ।
କନ୍ୟା: ଆଜି ଆପଣ ମନ୍ଦିର କିମ୍ବା କୌଣସି ଆଧ୍ୟାତ୍ମିକ ସ୍ଥାନକୁ ଯାଇପାରନ୍ତି। ପରିବାରରେ ଖୁସିର ମାହୋଲ ସୃଷ୍ଟି ହେବ। ବିବାହ ପ୍ରସ୍ତାବ ଆସିବ।
ତୁଳା: ଆଜି ଆପଣଙ୍କ ଦିନ ମିଶ୍ରିତ ରହିବ। ଘରୋଇ ଜିନିଷ କିଣିବାରେ ଆପଣଙ୍କର ଅଧିକ ପଇସା ଖର୍ଚ୍ଚ ହେବ। ଆର୍ଥିକ ସ୍ଥିତି ଭଲ ରହିବ।
ବିଛା: ଆପଣଙ୍କ କାମ ଠିକ୍ ସମୟରେ ପୂରା ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ନବବିବାହିତ କୌଣସି ରେଷ୍ଟୁରାଣ୍ଟକୁ ଡିନର କରିବାକୁ ଯିବେ।
ଧନୁ: କଳାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଧାର୍ମିକ ସ୍ଥଳକୁ ଯିବା ପାଇଁ ପ୍ଲାନ୍ କରିବେ। ପାରିବାରିକ ସମସ୍ୟାର ସମାଧାନ ହେବ।
ମକର: ଆଜିର ଦିନ ଠିକ୍ଠାକ୍ ରହିବ। ଜୀବନସାଥୀଙ୍କ ଜୀବନରେ ପରିବର୍ତ୍ତନ ଆସିବା ଦ୍ୱାରା ପରିବାରରେ ଖୁସିର ମାହୋଲ ରହିବ।
କୁମ୍ଭ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ।
ମୀନ: ବଡ଼ମାନଙ୍କ ଆଶୀର୍ବାଦ ନେଇ ନୂଆ ବ୍ୟବସାୟ ଆରମ୍ଭ କଲେ ଆପଣଙ୍କୁ ଫାଇଦା ହେବ। ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ରହିବ।