ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ

ମେଷ : ଆର୍ଥିକ ସ୍ଥିତି ଆଜି ଭଲ ରହିବ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିବେ । ବିଶିଷ୍ଚ ବ୍ୟକ୍ତିଙ୍କ ସାଥିରେ ମିତ୍ରତା ବଢିବ, କିନ୍ତୁ ଶରୀରରେ ଆଘାତ ଲାଗିପାରେ। ପରିବାରରେ ମତଭେଦ ହୋଇପାରେ।

ବୃଷ : ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ବହୁତ ଦିନର ଅଧା କାର୍ଯ୍ୟ ଶେଷ ହେବ। କାର୍ଯ୍ୟ ହାସଲ କରିବା କ୍ଷେତ୍ରରେ ସଫଳ ହେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ହେବ। ଦେହ ମନ ସୁସ୍ଥ ରହିବ। ଋଣ ପରିଶୋଧ କରିବେ। ଅର୍ଥର ଝଡ ବୋହିବ।

ମିଥୁନ : ଜାଗାବାଡି କିମ୍ବା ନୂଆ କୌଣସି ଗାଡି କିଣିବାର ସମ୍ଭାବନା ରହିଛି। ପୂର୍ବରୁ ନିବେଶ କରିଥିବା ଅର୍ଥର ଲାଭାଶଂ ମିଳିବ । ଆର୍ଥିକ ଅଭିବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ କିନ୍ତୁ ମାନସମ୍ମାନରେ କମି ରହିବ । ପ୍ରତି କାର୍ଯ୍ୟରେ ମନମୁତାବକ ଫଳ ମିଳିବ ।

କର୍କଟ :ଆଜି ଦୀର୍ଘଦିନର ବାଦ ବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘ ଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ। ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।

ସିଂହ :ଜନପ୍ରିୟତା ବଢାଇବା ପାଇଁ କିଛି ବି କରିବେ। ଦିନ ବହୁତ ଖରାପ ରହିଛି। ବେକାରୀମାନେ ଚାକିରି ପାଇବେ। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

କନ୍ୟା :ଆଜି ଆପଣଙ୍କ ବନ୍ଧୁଙ୍କର ସଂଖ୍ୟା ବଢିପାରେ। କାମରେ ମନ ଲାଗିବ । ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଶୀଘ୍ର ଆରମ୍ଭ କରନ୍ତୁ । ବିଦ୍ୟାର୍ଥୀ ମାନେ ଖୁବ ପରିଶ୍ରମ କରିବା ଦ୍ବାରା ଶୀଘ୍ର ସଫଳତା ପାଇବେ । ଜୀବନସାଥୀଙ୍କ ସହ ଭାବିଚିନ୍ତି କଥା କୁହନ୍ତୁ । ପାରିବାରିକ ସମସ୍ୟା ଦେଖାଦେଇ ପାରେ । ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା : ଆଜି ବନ୍ଧୁଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବେ। କଳା,ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଜିର ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ ଆଲୋଚନା ସକାଶେ ଦିନଟି ଅତି ଭଲ।

ବିଛା : ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

ଧନୁ : ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।

ମକର : ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

କୁମ୍ଭ: ଆଜି ଅଜାଣତରେ ଆପଣଙ୍କ ଦ୍ଵାରା କୌଣସି ଭୁଲ ହୋଇପାରେ, ଯାହାଦ୍ୱାରା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି। ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି।

ମୀନ : ଦିନଟି ମଧ୍ୟମ ଧରଣର ରହିବ । ଅତୀତରେ କରିଥିବା ଋଣ ପରିଶୋଧ କରିବାରେ ସମସ୍ୟା ଉପୁଜିପାରେ । ଏହି ରାଶିର ବ୍ୟକ୍ତି କୌଣସି ଗୃହ କ୍ରୟ କିମ୍ୱା ମରାମତି କରିବାକୁ ଚାହୁଁଥିଲେ ତେବେ ଅନୁକୂଳ ପରିସ୍ଥିତି ରହିଛି । ସମ୍ପର୍କୀୟଙ୍କ ସହ ମତଭେଦ ସୃଷ୍ଟି ହୋଇପାରେ ।