ପ୍ରେମକୁ ଆହୁରି ମଜଭୁତ କରେ ଶାରୀରିକ ସମ୍ପର୍କ, ଜାଣନ୍ତୁ ସପ୍ତାହରେ କେତେ ଥର ରଖିବେ ସମ୍ବନ୍ଧ

ବିବାହ ପରେ ନୂଆ ଘର ଓ ପରିବାରକୁ ନେଇ ଝିଅଟିଏ ଯେତିକି ଖୁସିଥାଏ, ସ୍ୱାମୀକୁ ନେଇ ମଧ୍ୟ ସେତିକି ଉତ୍ସାହିତ ଥାଏ। ସବୁ ଝିଅଙ୍କ ଇଚ୍ଛା ଥାଏ ତା’ସ୍ୱାମୀ ତାକୁ ଖୁବ୍ ଭଲ ପାଉ ତା’ ସମସ୍ତ ଇଚ୍ଛା ପୂରଣ କରୁ। ତେବେ ଏସବୁ ମଧ୍ୟରେ ସବୁ ନବ ଦମ୍ପତିଙ୍କ ଇଚ୍ଛା ଥାଏ, ସାଥୀ ତାଙ୍କ ସବୁ ଶାରୀରିକ ଆବଶ୍ୟକତାକୁ ପୂରଣ କରୁ। କୁହାଯାଏ ଯେ, ଶାରୀରିକ ସମ୍ପର୍କ ହିଁ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ଆହୁରି ଅଧିକ ମଜଭୁତ କରିଥାଏ। ତେଣୁ ଅଧିକରୁ ଅଧିକ ସମ୍ବନ୍ଧ ବନାଇବା ଜରୁରୀ। ତେବେ ଏଭଳି ଅଧିକ ଥର ସମ୍ପର୍କ ସ୍ଥାପନ କରିବା ଶରୀର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ମିଳିଛି।
ଡାକ୍ତରଙ୍କ କହିବାନୁସାରେ, ଅଧିକ ଥର ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଉଭୟ ମହିଳା ଓ ପୁରୁଷଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ବୟସ ଦୃଷ୍ଟିରୁ ଦେଖିବାକୁ ଗଲେ ୨୫ରୁ ୩୫ ବର୍ଷ ବୟସର ଲୋକମାନେ ଅଧିକ ଥର ସମ୍ଭୋଗ କରିଥାନ୍ତି। ଧୀରେ ଧୀରେ ବୟସ ବଢ଼ିବା ସହ ସେମାନଙ୍କ କାମ ଇଚ୍ଛା ହ୍ରାସ ପାଇଥାଏ।
ଏହାସହ ପଢ଼ନ୍ତୁ: ଏହିସବୁ ଖାଦ୍ୟ ଆପଣଙ୍କ ବେଡ୍ରୁମ୍ ଲାଇଫ୍କୁ କରିପାରେ ଅଧିକ ଉପଭୋଗ୍ୟ
ରିସର୍ଚ୍ଚରୁ ମିଳିଥିବା ତଥ୍ୟ ଅନୁସାରେ, ଜଣେ ୧୮ରୁ ୩୦ ବର୍ଷ ବୟସର ଯୁବକ ସପ୍ତାହକୁ ତିନି ଥର ହିସାବରେ ମାସକୁ ୧୨ ଥର ସମ୍ଭୋଗ କରିବା କ୍ଷମତା ରଖିଥାଏ। ସେହିପରି ୩୦ରୁ ୪୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ସପ୍ତାହକୁ ୨ ଥର ଓ ୪୫ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ସପ୍ତାହକୁ ଥରେ ଲେଖାଏଁ ସମ୍ପର୍କ ସ୍ଥାପନ କରିଥାନ୍ତି। ତେବେ ଶରୀରର କ୍ଷମତା, ଶକ୍ତି ଓ ଉର୍ଜା ଅନୁସାରେ ଜଣେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଉଚିତ୍ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।
ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କକୁ ନେଇ ସବୁ ଦମ୍ପତିଙ୍କ ଜୀବନରେ ଦେଖାଦିଏ ଏହି ୪ଟି ଗୁରୁତର ସମସ୍ୟା
ଯେଉଁ ଦମ୍ପତି ସପ୍ତାହକୁ ସର୍ବନିମ୍ନ ଥରେ ଲେଖାଏଁ ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି, ସେମାନଙ୍କ ଜୀବନ ସୁଖମୟ ହୋଇଥାଏ ବୋଲି ଜଣାପଡ଼ିଛି। ଏହା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ। ଶରୀରରେ ହରମୋନ୍ର ମାତ୍ରା ସନ୍ତୁଳିତ ରଖିବାରେ ମଧ୍ୟ ଶାରୀରିକ ସମ୍ପର୍କ ସାହାଯ୍ୟ କରେ।
ଏହାସହ ପଢ଼ନ୍ତୁ: ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ଖାଦ୍ୟପଦାର୍ଥ, ତୁରନ୍ତ ଭୋଜନରୁ ବାଦ୍ ଦିଅନ୍ତୁ
ତେବେ ଜଣେ ସୁସ୍ଥ ମନୁଷ୍ୟ ସପ୍ତାହରେ କମ୍ ସେ କମ୍ ଥରେ ସମ୍ବନ୍ଧ ବନାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ବୋଲି ଗବେଷଣାରୁ ଜଣାଯାଇଛି।