ସମ୍ପର୍କରେ ତିକ୍ତତା ଆଣେ ଆବଶ୍ୟକତାଠାରୁ ଅଧିକ ଆଶା, ଜାଣନ୍ତୁ ଏହାକୁ କମ୍‌ କରିବେ କେମିତି

ଯେକୌଣସି ସମ୍ପର୍କ ତୁଳନାରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଅଧିକ ମଜଭୁତ ହୋଇଥାଏ। ଏହି ସମ୍ପର୍କରେ ଜଣଙ୍କର ଆଉ ଜଣଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ରହିଥାଏ, ଯାହା ସମ୍ପର୍କର ମୂଳଦୁଆକୁ ଦୃଢ଼ କରେ। ସମସ୍ତେ ଚାହିଁଥାନ୍ତି ତାଙ୍କ ପାର୍ଟନର ତାଙ୍କୁ ସମସ୍ତଙ୍କ ଠାରୁ ଅଧିକ ଭଲ ପାଉ, ବିଶ୍ୱାସ କରୁ ଓ ସମୟ ଦେଉ। କିନ୍ତୁ ପାର୍ଟନର ଯଦି ତାଙ୍କୁ ସେତିକି ସମୟ ଦେଇନପାରିଲେ ତେବେ ସମ୍ପର୍କ ଖରାପ ହେବା ସମ୍ଭାବନା ରହିଛି।ରିଲେସନ୍‌ସିପ୍‌ରେ ଆପଣଙ୍କ ଆଶା ଯେତିକି ବଢ଼ିବ ସମସ୍ୟା ମଧ୍ୟ ସେତିକି ବଢ଼ିବ। ସବୁବେଳେ ସମୟ ସମାନ ନଥାଏ। ଏଣୁ ଆଜି ଯିଏ ଆପଣଙ୍କ ସହ ଯେମିତି ବ୍ୟବହାର କରୁଛି କାଲି ବି ସେମିତି ବ୍ୟବହାର କରିବ ବୋଲି କିଛି ମାନେ ନାହିଁ। ଅଧିକାଂଶ ସମ୍ପର୍କରେ ଏହି କାରଣରୁ ଝଗଡ଼ା ବଢ଼େ। ଆସନ୍ତୁ ଜାଣିବା କେଉଁ ଆଶା ଯୋଗୁ ରିଲେସନ୍‌ସିପ୍‌ରେ ତିକ୍ତତା ଆସେ…

relationship

ବେଳେବେଳେ ପାର୍ଟନର ଆପଣଙ୍କୁ ଭଲ ପାଉଥିଲେ ବି ତାହା ଦର୍ଶାଇପାରିନଥାନ୍ତି। ଏଣୁ ଆପଣଙ୍କୁ ଲାଗେ ଯେ ସେ ଆପଣଙ୍କୁ ଭଲ ପାଉନାହାନ୍ତି। କିନ୍ତୁ ପ୍ରକୃତରେ ଏମିତି ହୋଇନଥାଏ। କିଏ କେମିତି ନିଜ ଭାବନାକୁ ଅଭିବ୍ୟକ୍ତ କରିଥାଏ। ଏଭଳିସ୍ଥିତିରେ ଜଣେ ଆଉ ଜଣଙ୍କ ମନର କଥାକୁ ବୁଝିବା ଦରକାର। ଜଣେ ଆର ଜଣକୁ ବୁଝିଲେ ହିଁ ଠିକ୍‌ ଭାବେ ସଂସାର ଚଳାଇପାରିବେ।

couple2

ବେକାର ଜିନିଷରେ ପଶି ସମ୍ପର୍କକୁ ଆଦୌ ଖରାପ କରନ୍ତୁ ନାହିଁ। ନିଜ ପ୍ରକୃତ ଜୀବନ ଓ ଜୀବନସାଥୀଙ୍କୁ ବୁଝନ୍ତୁ। ଫଳରେ ସମ୍ପର୍କରେ ତିକ୍ତତା ଦେଖାଦେବନାହିଁ।

relationship2

ସବୁବେଳେ ସମସ୍ତଙ୍କ ଆଶା ପୂରଣ ହୁଏ ନାହିଁ। ଏଣୁ ଜୀବନରେ ଯାହା ମିଳୁଛି ତାହାକୁ ଗ୍ରହଣ କରିବା ଶିଖନ୍ତୁ। ଫଳରେ କୌଣସି ସମସ୍ୟା ରହିବନାହିଁ।

ଆପଣ ପାର୍ଟନରଙ୍କ ଠାରୁ କ’ଣ ଆଶା କରୁଛନ୍ତି ତାଙ୍କୁ ଖୋଲିକି କୁହନ୍ତୁ ଓ ସେ ବି କ’ଣ ଚାହୁଁଛନ୍ତି ତାହା ବୁଝନ୍ତୁ। ପରସ୍ପର ପରସ୍ପରର ଆଶାକୁ ପୂରଣ କରିବାକୁ ଚେଷ୍ଟା କରନ୍ତୁ। ଯଦି ପୂରଣ କରି ବି ପାରୁନାହାନ୍ତି ତେବେ କାହିଁକି କରିପାରୁନାହାନ୍ତି ତାହା ତାଙ୍କୁ ବୁଝାନ୍ତୁ। ଫଳରେ ଉଭୟଙ୍କ ଭିତରେ ସମ୍ପର୍କ ଦୃଢ଼ ହେବ।