ଏସବୁ ଲକ୍ଷଣରୁ ଜାଣନ୍ତୁ, ସ୍ୱାମୀଙ୍କ ଜୀବନରେ ଆସି ସାରିଲେଣି ଦ୍ଵିତୀୟ ମହିଳା

ରିଲେସନସିପରେ ଦୁଇ ପ୍ରେମୀଙ୍କ ମଧ୍ୟରେ କେତେବେଳେ କିଏ ଆସିବ ତାହା କେହି କହିପାରିବେ ନାହିଁ। ସ୍ୱାମୀଙ୍କ ଆବଶ୍ୟକତାକୁ ପୂରଣ କରିନ ପାରିଲେ ସେ ଅନ୍ୟଠାରୁ ଉକ୍ତ ଆବଶ୍ୟକତା ପୂରଣ କରିଥାନ୍ତି। ଏହି କାରଣରୁ ଜୀବନରେ ତୃତୀୟ ଲୋକର ପ୍ରବେଶ ହୋଇଥାଏ। ବର୍ତ୍ତମାନ ସମୟରେ ଏଭଳି ମାମଲା ଅଧିକ ଦେଖିବାକୁ ମିଳୁଛି। କିନ୍ତୁ ବେଳେ ପତ୍ନୀ ଜାଣି ପାରନ୍ତିନି ଆଉ କିଏ ତାଙ୍କ ସ୍ଥାନ ନେଉଛି। ସେ ଜାଣିବା ବେଳକୁ ନେଡି ଗୁଡ଼ କହୁଣୀକୁ ବୋହି ସାରିଥାଏ। ତେବେ ଆଜି ଆସନ୍ତୁ ଜାଣିବା ସ୍ୱାମୀଙ୍କ ଜୀବନରେ ଆଉ କେହି ଦ୍ଵିତୀୟ ମହିଳା ଆସିଛନ୍ତି କି ନାହିଁ କେମିତି ଜାଣିବେ…
ମୋବାଇଲ, କମ୍ପ୍ୟୁଟରକୁ ନେଇ ଅଧିକ ସତର୍କ ହୋଇଯିବା:
ସ୍ଵାମୀ ସ୍ତ୍ରୀ ପ୍ରାୟତଃ ପରସ୍ପରର ମୋବାଇଲ ଓ କମ୍ପ୍ୟୁଟରର ପାସୱାର୍ଡ ଜାଣିଥାନ୍ତି। କିନ୍ତୁ ଯେତେବେଳେ ସ୍ୱାମୀ କୌଣସି ଅନ୍ୟ ମହିଳାଙ୍କ ସହ କଥା ବାର୍ତ୍ତା କରୁଥିବେ ସେତେବେଳେ ସେ ସ୍ତ୍ରୀଙ୍କୁ ଆଦୌ ଫୋନ ଦିଅନ୍ତି ନାହିଁ। ଯଦି ଆପଣଙ୍କ ସ୍ୱାମୀଙ୍କଠାରେ ଏଭଳି ପରିବର୍ତ୍ତନ ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ ତାଙ୍କ ଜୀବନରେ ଆଉ କାହାର ଏଣ୍ଟ୍ରି ହୋଇସାରିଲାଣି।
ଇଣ୍ଟିମେସି ନ ରହିବା:
ଶାରୀରିକ ସମ୍ପର୍କ ବିବାହର ଏକ ଅଂଶ। ସମୟ ସହ ଏହି ଅଂଶ ଦୁର୍ବଳ ହୋଇଯାଏ। କିନ୍ତୁ ଯଦି ଆପଣଙ୍କୁ ସ୍ପର୍ଶ ବି ନ କରୁଥାନ୍ତି କିମ୍ବା ଆପଣଙ୍କ ଆବଶ୍ୟକତାକୁ ପୂରଣ କରୁନଥାନ୍ତି, ତେବେ ସେ ଆଉ କାହା ସହ ସେ ସବୁକୁ କରୁଛନ୍ତି ବୋଲି ଜାଣିଯାଆନ୍ତୁ।
ଅଫିସ ବାହାନା କରି ଡେରିରେ ଘରକୁ ଫେରିବା:
ଅଫିସରେ ଦିନେ କିମ୍ବା ଦୁଇ ଦିନ ଅଧିକ କାମ ଥାଏ। ଏଣୁ ସେହି ଦିନ ଡେରିରେ ଆସିବା ସ୍ୱାଭାବିକ। କିନ୍ତୁ ସ୍ୱାମୀ ଯଦି ସବୁଦିନ ଅଫିସ କାମର ବାହାନା କରି ଘରକୁ ଡେରିରେ ଆସୁଥାନ୍ତି ତେବେ ସେ ବାହାରେ ଆଉ କାହା ସହ ସମୟ ବିତାଉଥାଇ ପାରନ୍ତି। ଏହାକୁ ହାଲକା ଭାବେ ନ ନେଇ ଗୁରୁତର ସହ ନିଅନ୍ତୁ।
କେମିତି ଦିଶୁଛନ୍ତି ସେଥିରେ ଅଧିକ ଗୁରୁତ୍ୱ ଦେବା:
ସ୍ୱାମୀ ଯଦି ହଠାତ ନିଜ ଲୁକ୍ସକୁ ଅଧିକ ଗୁରୁତ୍ୱ ଦେଉଛନ୍ତି, ତେବେ ବୁଝିଯାଆନ୍ତୁ ଡାଲ ମେ କୁଛ କାଲା ହେ। ହୁଏତ ସେ ଆଉ କାହାକୁ ଇମ୍ପ୍ରେସ କରିବାକୁ ଏଭଳି କରୁଥାଇପାରନ୍ତି। ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ।