ଆର୍ୟୁବେଦିକ ମେଡିକାଲ ଅଫିସର ପଦବୀ ପାଇଁ କରନ୍ତୁ ଆବେଦନ, ଦରମା ମାସକୁ ୪୭ ହଜାର ଟଙ୍କା

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ହରିୟାଣାରେ ଏଏମଓ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଆବେଦନ ଆସନ୍ତାକାଲିରୁ ଆରମ୍ଭ ହେବ । ଏଠାରେ ୮୦୫ ପଦବୀରେ ଭର୍ତ୍ତି ହେବ । ଭର୍ତ୍ତି ହେଲଥ ଆଣ୍ଡ ଆୟୁଷ ଡିପାର୍ଟମେଣ୍ଟ, ହରିୟାଣା ପାଇଁ ହେବ । ଆବେଦନ ଲିଙ୍କ ଜୁଲାଇ ୧୨ ପର୍ଯ୍ୟନ୍ତ ଖୋଲା ରହିବ ।

ପଦବୀ ବିବରଣୀ : ୮୦୫ (ଆର୍ୟୁବେଦିକ ମେଡିକାଲ ଅଫିସର)

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୨ ପର୍ଯ୍ୟନ୍ତ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଆର୍ୟୁବେଦିକ ମେଡିସିନ ସିଷ୍ଟମରେ ଡିଗ୍ରୀ ରଖିଥିବା ଜରୁରୀ । ଏହାସହିତ ୧୦ମ ପର୍ଯ୍ୟନ୍ତ ହିନ୍ଦୀ ପଢିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୩ରୁ ୪୨ ବର୍ଷ ହେବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।

କେମିତି କରିବେ ଆବେଦନ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ hpsc.gov.in କୁ ଯିବାକୁ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ମହିଳା ଏବଂ ସଂରକ୍ଷିତ ପ୍ରାର୍ଥୀ ୨୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ ।

ଦରମା :ଚୟନିତ ପ୍ରାର୍ଥୀଙ୍କୁ ମାସକୁ ଦରମା ୪୭,୬୦୦ ଟଙ୍କା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।